ARTICLE AD BOX
ପୁରୀ (ଶିବ ପ୍ରସାଦ ଦାସ): ମଧ୍ୟାହ୍ନ ଧୂପ ନୀତି ସରିବା ପରେ ଆଜି ଭିତର କାଠ ନିକଟରେ ସର୍ବସାଧାରଣ ଦର୍ଶନ ଚାଲିଥିବା ବେଳେ ଜଣେ ଭକ୍ତ ବାନ୍ତି କରି ଦେଇଥିଲେ। ବାନ୍ତି କରିବା ସେବାୟତ ଦେଖି ବଡ଼ ମହାସ୍ନାନ ନୀତି କରାଯାଉଛି।
ସୂଚନା ଅନୁସାରେ, ମଧ୍ୟାହ୍ନ ଧୂପ ପରେ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ। ଏହି ସମୟରେ ଭିତର କାଠ ନିକଟରେ ଜଣେ ଭକ୍ତ ଅସୁସ୍ଥ ହୋଇ ବାନ୍ତି କରି ଦେଇଥିଲେ। ଏହା ଶାସ୍ତ୍ର ଅନୁସାରେ ଅଶୁଦ୍ଧ ମାନ୍ୟତା ହୋଇଥିବାରୁ ତୁରନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇଛି।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଜଳରେ ସମ୍ପୂର୍ଣ୍ଣ ପରିସରକୁ ଧୋଇ ଶୁଦ୍ଧିକରଣ କରାଯିବା ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହେବ। ମହାସ୍ନାନ ପରେ ପୁନର୍ବାର ଭକ୍ତଙ୍କ ଦର୍ଶନ ଆରମ୍ଭ ହେବ।
ଭିତର କାଠ ନିକଟରେ ବାନ୍ତି କଲେ ଜନୈକ ଭକ୍ତ; ମହାପ୍ରଭୁଙ୍କ ମହାସ୍ନାନ ପାଇଁ ସାଧାରଣ ଦର୍ଶନ ପ୍ରଭାବିତ

1 week ago
7


