Public Grievances ଗୁଡ଼ାରି ବ୍ଲକ୍‌ରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

2 weeks ago 8
ARTICLE AD BOX

ଗୁଡାରି (ମକରଧ୍ଵଜ କାଦମ୍ବାଲୁ ): ଗୁଡ଼ାରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ରାୟଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି । ଶିବିରରେ ମୋଟ ୪୯ ଟି ଅଭିଯୋଗର ଶୁଣାଣି ହୋଇଥିବା ବେଳେ, ସେଥିରୁ ୩୬ ଟି ବ୍ୟକ୍ତିଗତ,  ୧୩ଟି ସାମୂହିକ ଆପତ୍ତିଅଭିଯୋଗ ପଞ୍ଜୀକରଣ ହୋଇଥିଲା ।

Development: ଆଉ ପାଦେ ଆଗେଇଲା ହିଡ଼ିସିଙ୍ଗ ପ୍ରକଳ୍ପ: ପ୍ରାଥମିକ ପର୍ଯ୍ୟାୟରେ ମିଳିଲା ୨୮ କୋଟି ଟଙ୍କା, ଜୁନ୍‌ ୧୮ରେ ଜନଶୁଣାଣି

ଏହି ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକାରୀ ନିହାରି ରଞ୍ଜନ ପ୍ରଧାନ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ରାୟଗଡ ଅକ୍ଷୟ କୁମାର ଖେମୁଣ୍ଡୁ, ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲୀପ, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା ପ୍ରଶାନ୍ତ ମିଶ୍ର, ଗୁଣପୁର ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଅଜୟ କୁମାର ପ୍ରଧାନ, ଗୁଡାରି ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରମୁଖ ଯୋଗଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ  ସମସ୍ତ ଦରଖାସ୍ତ ଗ୍ରହଣ ପରେ ସେ ଗୁଡିକୁ ତଦନ୍ତ କରି ତୁରନ୍ତ ପଦକ୍ଷେପ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଅବଗତ କରାଇବା ନିମନ୍ତେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। 

ଖୋର୍ଦ୍ଧା ବ୍ଲକରେ ଜିଲ୍ଲାପ୍ରଶାସନର ମିଳିତ ଜନଶୁଣାଣି

ଏହି ଅଭିଯୋଗ ଶିବିରରେ ଜିଲ୍ଲା ଶିକ୍ଷା ଅଧିକାରୀ ଭଜନ ଲାଲ ମାଝୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମିନତୀ ଦେଓ, ଗୁଣପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ବାବୁଲି ନାୟକ, ତହସିଲଦାର ଆଡ଼ାଲ ସ୍ନେହଲତା ଗୁଡ଼ାରି ଥାନା ଅଧିକାରୀ,  ଗୁଡାରି ବିଜ୍ଞାପିତ ଆଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ପାଢ଼ୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରାଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ  ଉପସ୍ଥିତ 

Read Entire Article
LEFT SIDEBAR AD

Hidden in mobile, Best for skyscrapers.