Protest: ହିଂସାରେ ସମ୍ପୃକ୍ତ ଲୋକଙ୍କ ପାସପୋର୍ଟ ରଦ୍ଦ ହୋଇପାରେ

1 week ago 6
ARTICLE AD BOX

ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ଆନ୍ଦୋଳନ ସମୟରେ ହିଂସାରେ ସିଧାସଳଖ ଭାବେ ଜଡ଼ିତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ସେମାନଙ୍କ ପାସ୍‌ପୋର୍ଟ ଖୁବ୍‌ଶୀଘ୍ର ରଦ୍ଦ ହୋଇପାରେ। ଦିଲ୍ଲୀ ପୁଲିସ ସୂତ୍ରରୁ ଏହା ଜଣାପଡ଼ିଛି। ସୂଚନାନୁଯାୟୀ ତଦନ୍ତକାରୀ ଦଳ ସିସିଟିଭି ଫୁଟେଜ୍‌, ଭିଡିଓ ‌ରେକର୍ଡିଂ ଓ ଅନ୍ୟ ବୈଷୟିକ ପ୍ରମାଣକୁ ଭଲଭାବେ ଯାଞ୍ଚ କରୁଛନ୍ତି। ଦଙ୍ଗା ଓ ହିଂସାରେ ସିଧାସଳଖ ଯେଉଁମାନେ ଜଡ଼ିତ ସେମାନଙ୍କ ପରିଚୟ ସ୍ପଷ୍ଟ ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ପ୍ରଥମେ ସେମାନଙ୍କ ପାସପୋର୍ଟ ରଦ୍ଦ କରାଯାଇପାରେ।

ଉଲ୍ଲେଖଯୋଗ୍ୟ, ସିଜେପି ଆନ୍ଦୋଳନ ସମୟରେ ପୁଲିସ ଉପରେ ପଥର ମାଡ଼ ହୋଇଛି। ଏଥିରେ କିଛି ପୁଲିସ ମଧ୍ୟ ଆହତ ହୋଇଛନ୍ତି। ଦିଲ୍ଲୀ ପୁଲିସ ଅନୁଯାୟୀ, ଇନ୍ସପେକ୍ଟର ନନ୍ଦକିଶୋର ସିଂହ ଗତକାଲି ଆନ୍ଦୋଳନକାରୀଙ୍କ ଆକ୍ରମଣରେ ଆହତ ହୋଇଛନ୍ତି। ସେ ତାଙ୍କ ଗାଡ଼ି ପାର୍କିଂ କରି ଜନ୍ତରମନ୍ତରରେ ନିଜ ଡ୍ୟୁଟି ସ୍ଥାନକୁ ଯାଉଥିବାବେଳେ ଆନ୍ଦୋଳନକାରୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ପରେ ସିଂହ କହିଛନ୍ତି, ସେଠାରେ ପ୍ରାୟ ୪ରୁ ୫ ହଜାର ଲୋକ ରୁଣ୍ଡ ହୋଇଥିଲେ ଏବଂ ସେମାନେ ସରକାର ବିରୋଧୀ ଓ ପୁଲିସ ବିରୋଧୀ ସ୍ଲୋଗାନ ଦେଉଥିଲେ।

୨୪ ଘଣ୍ଟାରେ ଆନ୍ଦୋଳନକାରୀଙ୍କୁ ୪ ଥର ଆଲୋଚନା ପାଇଁ ଡକା ଗଲାଣି: ଜିତେନ୍ଦ୍ର ସିଂହ

Read Entire Article
LEFT SIDEBAR AD

Hidden in mobile, Best for skyscrapers.