Protest: ପାନୀୟ ଜଳ ସମସ୍ୟା ନେଇ ତାତିଲେ ମହିଳା; ଅଟକ ରହିଲେ କନିଷ୍ଠ ଯନ୍ତ୍ରୀ, ଏସ୍‌ଡିଓ

1 month ago 13
ARTICLE AD BOX

ଦଶରଥପୁର (ଚନ୍ଦ୍ର ଶେଖର ସାହୁ): ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଯାଜପୁରଜିଲ୍ଲା ଦଶରଥପୁର ବ୍ଲକ ଅଧୀନ ପାଲଟପୁର ପଞ୍ଚାୟତର ମହିଳାମାନେ ଧାରଣାରେ ବସିଛନ୍ତି। ସେମାନ ପାନୀୟ ଜଳ ଯୋଗାଣ ଏସ୍‌ଡିଓ ନିରଞ୍ଜନ ବେହେରା ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ ଆଜି ଅଟକ ରଖିଛନ୍ତି। ଧାରଣାସ୍ଥଳକୁ ଜିଲ୍ଲାପାଳ ଆସିଲେ ଏସ୍‌ଡିଓ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ ଛାଡ଼ିବୁ ବୋଲି କହିଛନ୍ତି। ମହିଳାମାନେ ତାତିବା ପଛରେ ଏକାଧିକ କାରଣ ରହିଛି। ସେଥିରୁ ପ୍ରମୁଖ କାରଣ ହେଲା ସରକାର ପ୍ରତିଶ୍ରୁତି ଦେଇ ପୂରଣ ନକରିବା।

ପୂର୍ବରୁ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର କହିଥିଲେ ଯେ, ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପଦକ୍ଷେପ ନେବ। ଏଥି ପାଇଁ ପାଲଟପୁର ପଞ୍ଚାତକୁ ପାଇଲଟ ପ୍ରୋଜେକ୍ଟ ଭାବେ ନିଆଯିବ। ପ୍ରକଳ୍ପ ଅଧୀନରେ ପଞ୍ଚାୟତର ସମସ୍ତଙ୍କ ଘରକୁ ଟ୍ୟାପ୍‌ ଯୋଗେ ସ୍ୱଚ୍ଛ ପାନୀୟ ଜଳ ଯୋଗାଇଦିଆଯିବ। ଏହା ସହିତ ପଞ୍ଚାୟତରେ ଏହି ପାଣି ବ୍ୟବହାର କରୁଥିବାରୁ ଆହୁରି କେତେ ଲୋକ ଆକ୍ରାନ୍ତ ହେବା ସମ୍ଭାବନା ଦୃଷ୍ଟିରେ ରଖି ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବାକୁ ଦିଆଯିବ। 

ପଞ୍ଚାୟତ ପ୍ରତିନିଧିଙ୍କ ସହ ଆଲୋଚନା ପରେ ଜିଲ୍ଲାପାଳ ଶ୍ରୀ କର ଗତ ଫେବ୍ରୁଆରି ୨୮ ତାରିଖରେ ବିଭିନ୍ନ ବିଭଗକୁ କଡ଼ା ନିର୍ଦେଶ ଦେଇଥିଲେ। ଆସନ୍ତା ଏକ ମାସ ମଧ୍ୟରେ ସମସ୍ତ ପଞ୍ଚା୍ୟବାସୀଙ୍କୁ ପ୍ରତି ଘରେ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଇ ଦେବାକୁ ମେଘା କମ୍ପାନି ଅଧିକାରୀ ଏବଂ ପାନୀୟ ଜଳ ଯୋଗାଣ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ନିର୍ଦେଶ ଅନୁସାରେ ପ୍ରାୟ ୨୦ ଦିନ ଖୁବ ଜୋର ସୋର କାଯ୍ୟ ଚାଲିଲା। ଏହାପରେ ମେଘା ଠିକା ସଂସ୍ଥା ପ୍ରାୟ ୨ ମାସ ହେବ କାମ ଛାଡି ଛୁ ମାରିଛି। ଏଣୁ ପଞ୍ଚାୟତବାସୀ ପୁଣି ସ୍ୱଚ୍ଛ ପାନୀୟ ଜଳ ପିଇବାରୁ ବଞ୍ଚିତ ହୋଇଛନ୍ତି। ଏକାଧିକ ସ୍ଥାନରେ ରାସ୍ତା ଖୋଳି ଚାଲିଯାଇଥିବାରୁ ଲୋକେ ଯାତାୟାତରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। 

Doctors: ଆନ୍ଦୋଳନରେ ଡାକ୍ତର, ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ

ଟ୍ୟାପ ପାଣି ପହଂଚି ନଥିବା ୯ଟି ୱାର୍ଡକୁ ଟ୍ୟାଙ୍କର ଦ୍ୱାରା ପ୍ରତି ଦିନ ପ୍ରଦାନ କରାଯାଉଥିବା ବେଳେ ହଠାତ ଟ୍ୟାଙ୍କର ବନ୍ଦ କରିଦିଆଯାଇଛି। ଫଳରେ ପଞ୍ଚାୟତବାସୀ ପୁନଶ୍ଚ ରାସାୟନିକ ଯୁକ୍ତ ପାଣି ପିଉଛନ୍ତି। ଏହାକୁ ନେଇ ପଞ୍ଚାୟତବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଏଣୁ ଆଜି ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କରଙ୍କୁ ପଞ୍ଚାୟତ ସରପଞ୍ଚ ଲିପିକା ମଲିକ, ପୂର୍ବତନ ଜିଲ୍ଲାପରିଷ ସଭ୍ୟ ଭରତ ଚନ୍ଦ୍ର ପରିଡା, ଚନ୍ଦ୍ର ଶେଖର ସାହୁ ଗତ ମେ ୧୩ ତାରିଖରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି।  

ପଞ୍ଚାୟତରେ ପ୍ରତି ଘରକୁ ଟ୍ୟାପ ଯୋଗେ ପାନୀୟ ଜଳ ଅବିଳମ୍ବେ ପ୍ରଦାନ, ଟ୍ୟାପ ଲଗା ଯାଇନଥିବା ପର୍ଯ୍ୟନ୍ତ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଗାଁକୁ ଦିଆଯିବା, ଆବଶ୍ୟକ ସ୍ଥଳେ ନଳକୂପ ଖନନ, ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ, ରାସ୍ତା ମରାମତି, ଲାଇବ୍ରେରି ନିର୍ମାଣ ଭଳି ୭ ଦଫା ଦାବୀ କରାଯାଇଛି। ମାତ୍ର କୌଣସି ସମାଧାନ ନହେବାରୁ ଗତ ୨୨ ଜୁନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାୟକ, ଜିଲ୍ଲାପାଳ, ବିଭାଗୀୟ ଏସଇ, ବିଡ଼ିଓ, ମେଡିକାଲ ଓ ଥାନାଙ୍କୁ ସରପଞ୍ଚ ଲିପିକାଙ୍କ ସମେତ ଶତାଧିକ ପଞ୍ଚାୟତବାସୀଙ୍କ ଦସ୍ତଖତ ସମ୍ବଳିତ ଏକ ଦରଖାସ୍ତ ପୋଷ୍ଟାଲ ଯୋଗେ ପଠାଯାଇଛି।  ପାନୀୟ ଜଳ ସମସ୍ୟା ଆସନ୍ତା ୭ ଦିନ ମଧ୍ୟରେ କାର୍ଯ୍ୟକାରୀ କରାନଗଲେ ପଞ୍ଚାୟତ ପକ୍ଷରୁ ଦଶରଥପୁର ବ୍ଲକ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସୂଚନା ଦିଆଯାଇଛି। 

ପ୍ରକାଶ ଥାଉକି ଗତ ୧୦ ବର୍ଷ ମଧ୍ୟରେ ପଞ୍ଚାୟତରେ କ୍ୟାନ୍ସର ଆଉ କୀଡୀନି ରୋଗରେ ପ୍ରାୟ ୧୫୦ରୁ ଅଧିକ ଲୋକ ମୃତ୍ୟ ବରଣ କରିସାରିଥିବା ବେଳେ ବର୍ତମାନ ୨୦ରୁ ଅଧିକ ଲୋକ ଚିକିତ୍ସାଧିନ ଅଛନ୍ତି। ପାଣିର ମାନ ପରୀକ୍ଷା ପାଇଁ ନିର୍ଦେଶ ଆସିବା ପରେ ବିଭାଗ ପକ୍ଷରୁ ପଞ୍ଚାୟତରୁ ମୋଟ ୮୨୭ ନମୁନା ମଧ୍ୟରୁ ଯେଉଁଥିରେ ୬୨୯ଟି ନଳକୂପରୁ  ଲିଡ଼, କ୍ୟାଡ଼ମିୟମ, ଆସେନିକ, ମାଙ୍ଗାନିଜ, ଆଇରନ ଭଳି ବିଷାକ୍ତ ନମୁନା ରହିଛି, ଯାହାକି ସମସ୍ତଙ୍କୁ ଆଶ୍ଚଯ୍ୟ ଚକିତ କରିଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.