Protest: ନେତାଙ୍କୁ ତୀବ୍ର ବିରୋଧ କଲେ ଜନତା; ମନ୍ଦିର ଯାଇ ନପାରି ଫେରିଗଲେ ମନ୍ତ୍ରୀ

3 weeks ago 12
ARTICLE AD BOX

ଝାରସୁଗୁଡ଼ା (ଜ୍ଞାନବ୍ରତ ଭୋଇ): ରାଜ୍ୟ ସରକାରଙ୍କ ଜଣେ କ୍ୟାବିନେଟ୍‌ସ୍ତରର ମନ୍ତ୍ରୀଙ୍କୁ ସାଧାରଣ ଜନତା ତୀବ୍ର ବିରୋଧ କରିଛନ୍ତି। ମନ୍ତ୍ରୀ କାର ଆଗକୁ ଯାଇ ସ୍ଲୋଗାନ ଦେଇଛନ୍ତି। ମନ୍ତ୍ରୀଙ୍କ କାରକୁ ଆଗକୁ ବଢ଼ିବାକୁ ଦେଇ ନାହାନ୍ତି। ମନ୍ତ୍ରୀ ମନ୍ଦିର ଦର୍ଶନ କରିବାକୁ ଯାଉଛନ୍ତି କହିଲା ପରେ ମଧ୍ୟ ସାଧାରଣ ଜନତା ଶୁଣି ନାହାନ୍ତି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଦଳୀୟ କର୍ମୀମାନେ ଆଜି ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ତୀବ୍ର ବିରୋଧ କରିଛନ୍ତି। ବିରୋଧ ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। 

Screenshot 2026-07-11 153618

ଝାରସୁଗୁଡ଼ା ସଦର ବ୍ଲକ ହୀରମା ପଞ୍ଚାୟତର କନ୍ଦାଗାଡ଼ ନିକଟ ଦେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏକ ମନ୍ଦିରକୁ ପୂଜାର୍ଚ୍ଚନା କରିବା ପାଇଁ ଯାଉଥିଲେ। ତାଙ୍କ ସହିତ ଅନ୍ୟ ନେତା ଏବଂ କର୍ମୀମାନେ ମଧ୍ୟ ଥିଲେ। ମନ୍ତ୍ରୀ ଆସୁଛନ୍ତି ବୋଲି ମନ୍ଦିରରେ ମଧ୍ୟ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ କର୍ମୀମାନେ କନ୍ଦାଗାଡ଼ରେ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ବିରୋଧ କରିଥିଲେ। ସୁରେଶ ପୂଜାରୀଙ୍କ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ମନ୍ତ୍ରୀ ଆସୁଥିବା ବେଳେ କର୍ମୀ ଓ ଅଧିକାରୀଙ୍କୁ ଜଣାଉ ନ ଥିବା ଅଭିଯୋଗ ହୋଇଥିଲା। ବିରୋଧ ସମୟରେ ମନ୍ତ୍ରୀ କାରରୁ ଓହ୍ଲାଇ କର୍ମୀମାନଙ୍କ ସହିତ କଥା ହୋଇଥିଲେ। ଲୋକଙ୍କର ସମସ୍ୟାର ସମାଧାନ ହେବ ବୋଲି କହିଥିଲେ। ତଥାପି ସ୍ଥାନୀୟ କର୍ମୀମାନେ ମନ୍ତ୍ରୀଙ୍କ କାରକୁ ମନ୍ଦିର ଅଭିମୁଖେ ଛାଡ଼ି ନଥିଲେ।

BRICS Recognizes: ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ସଫଳତାକୁ ବ୍ରିକ୍ସ୍ ସମୁଦାୟର ସ୍ଵୀକୃତି: ସୁରେଶ ପୂଜାରୀ

ଅସନ୍ତୁଷ୍ଟ କର୍ମୀମାନେ ବିଧାୟକ ଟଙ୍କଧର ତ୍ରିପାଠୀ ଜିନ୍ଦାବାଦ କହୁଥିବା ବେଳେ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଗୋ ବ୍ୟାକ, ଗୋ ବ୍ୟାକ କହୁଥିଲେ। ଏହା ପରେ ମନ୍ତ୍ରୀଙ୍କୁ ଗାଁ ଆଡ଼କୁ ଯିବା ପାଇଁ ମନା କରିଥିଲେ। କିଛି ଲୋକ ସୁରେଶ ପୂଜାରୀ ଜିନ୍ଦାବାଦ୍ କହୁଥିବା ବେଳେ କିଛି ବ୍ୟକ୍ତି ଗୋ ବ୍ୟାକ ଗୋ ବ୍ୟାକ କହୁଥିବା ଭିଡିଓରେ ଜଣାପଡ଼ୁଛି। ତେବେ ମନ୍ତ୍ରୀ ଗାଆଁ ଭିତରକୁ ପଶିବା ପାଇଁ ଚେଷ୍ଟା କରୁଥିବା ବେଳେ କିଛି ମହିଳା ଏବଂ ପୁରୁଷ କର୍ମୀ ଗାଡ଼ି ତଳକୁ ଆସିଯାଇଥିଲେ। ବିରୋଧ କରୁଥିବା ବ୍ୟକ୍ତିମାନେ ବିଜେପିର ଦଳୀୟ ଗାମୁଛା ଧରିଥିବା ବେଳେ କାହିଁକି ସୁରେଶ ପୂଜାରୀଙ୍କୁ ବିରୋଧ କରିଛନ୍ତି ତାହା ଏଯାଏଁ ଜଣାପଡ଼ିନାହିଁ।

Screenshot 2026-07-11 160013

ଶେଷରେ ମନ୍ଦିର ଦର୍ଶନ ନକରି ମନ୍ତ୍ରୀ ଫେରି ଯାଇଥିଲେ। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ନାନା ପ୍ରକାର ଚର୍ଚ୍ଚା ଚାଲିଥିବା ବେଳେ ଘଟଣା ସମ୍ପର୍କରେ ସରକାର କିମ୍ବା ରାଜସ୍ବ ମନ୍ତ୍ରୀଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।  

Read Entire Article
LEFT SIDEBAR AD

Hidden in mobile, Best for skyscrapers.