Protest: କର୍ମସଂସ୍ଥାନ ଉପରେ ବଢ଼ୁଥିବା ଏଆଇ ଓ ରୋବଟ୍‌ର ପ୍ରଭାବକୁ ନେଇ ପ୍ରଦର୍ଶନ

1 week ago 6
ARTICLE AD BOX

ୱାର୍ସ: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଓ ରୋବଟ୍‌ର ବ୍ୟବହାର ଉପରେ ଶୀଘ୍ର ନିୟମ ଲାଗୁ କରିବା ଦାବିରେ ପୋଲାଣ୍ଡର ରାଜଧାନୀ ୱାର୍ସରେ ପ୍ରାୟ ୩୦ଟି ରୋବୋଟ୍‌ ପ୍ରତିବାଦ କରିଛନ୍ତି। ସପ୍ତାହର ଆରମ୍ଭରେ ଦେଶର ଡିଜିଟାଲ୍‌ ବ୍ୟାପାର ମନ୍ତ୍ରଣାଳୟ ବାହାରେ ଏହି ଅଭିନବ ପ୍ରଦର୍ଶନ ହୋଇଥିଲା। ମାନବାକୃତି ରୋବଟ୍‌ ସହ ରୋବଟ୍‌ କୁକୁର ମଧ୍ୟ ଏଥିରେ ସାମିଲ ହୋଇଥିଲେ।

‘ଡେମୋକ୍ରାଟିଜମ୍‌’ ନାମକ ଏକ ସଂଗଠନ ଏହି ପ୍ରଦର୍ଶନର ଆୟୋଜନ କରିଥିଲା। ରୋବଟ୍‌ଗୁଡ଼ିକ ରାସ୍ତାରେ ଗୋଲାକାର ଭାବେ ଚାଲିବା ସହ ହାତରେ ପତାକା ଧରିଥିଲେ। ଲାଉଡ୍‌ସ୍ପିକର୍‌ ମାଧ୍ୟମରେ ଏଆଇ ସମ୍ପର୍କରେ ନିୟମ ଲାଗୁ କରିବା ଏବଂ କର୍ମସ୍ଥଳୀ ସୁରକ୍ଷିତ ରଖିବା ଭଳି ସ୍ଲୋଗାନ ଦିଆଯାଇଥିଲା। ପ୍ରଦର୍ଶନରେ ଏଆଇଚାଳିତ ମାନବାକୃତି ରୋବଟ୍‌ ‘ଆଗିବଟ୍‌ ଏ୩’ ସମେତ ଦୁଇ ପାଦରେ ଚାଲୁଥିବା ରୋବଟ୍‌ ଏବଂ କୁକୁର ଭଳି ଚାରି ପାଦରେ ଚାଲୁଥିବା ରୋବଟ୍‌ ସାମିଲ ହୋଇଥିଲେ। ଏହାର ଭିଡିଓ ଅନ୍‌ଲାଇନ୍‌ରେ ପ୍ରସାରିତ ହେବା ପରେ ଏହି ଘଟଣା ଚର୍ଚ୍ଚାରେ ଆସିଛି।

Gadget in Focus: ଫୋକସ୍‌ରେ ଗ୍ୟାଜେଟ୍: ନାଇକିର ରୋବଟ୍‌ ଜୋତା

ଆୟୋଜକଙ୍କ ମାନବ ପ୍ରତିନିଧି ଗ୍ରେଜଗୋର୍ଜ କୁଲିସ୍‌ କହିଛନ୍ତି, ଏଆଇ ଓ ରୋବୋଟିକ୍ସ୍‌ ଯେଭଳି ଦ୍ରୁତ ଗତିରେ ବିକଶିତ ହେଉଛି, ତାହା ଉପରେ ଏହି ପ୍ରଦର୍ଶନ ଏକ ସତର୍କବାର୍ତ୍ତା। ବିଶେଷକରି ମାନବାକୃତି ରୋବଟ୍‌ ଓ ଏଆଇ ଦ୍ୱାରା ମଣିଷଙ୍କ କାମ ଛଡ଼ାଇନେବାର ସମ୍ଭାବନା ନେଇ ସେ ଚିନ୍ତା ପ୍ରକାଶ କରିଛନ୍ତି। ଏବେଠାରୁ ପଦକ୍ଷେପ ନ ନେଲେ ଭବିଷ୍ୟତରେ ବଡ଼ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ସେ କହିଛନ୍ତି। ଶ୍ରମିକଙ୍କ ସୁରକ୍ଷା ପାଇଁ ନିୟମ ଓ ଆଇନର ଆବଶ୍ୟକତା ରହିଛି ବୋଲି ସେ ଦାବି କରିଛନ୍ତି। କୁଲିସ୍‌ଙ୍କ କହିବା ଅନୁଯାୟୀ, ପ୍ରଦର୍ଶନରେ ରୋବଟ୍‌ମାନଙ୍କୁ ସାମିଲ କରିବାର ଉଦ୍ଦେଶ୍ୟ କେବଳ ଲୋକଙ୍କ ଦୃଷ୍ଟି ଆକର୍ଷଣ ନୁହେଁ। ବରଂ ରୋବଟ୍‌ମାନେ ଏବେ କ’ଣ କରିପାରୁଛନ୍ତି, ତାହା ଦେଖାଇ ଏଆଇ ସମ୍ପର୍କରେ ତୁରନ୍ତ ଆଲୋଚନା ଓ ନିୟମ ପ୍ରସ୍ତୁତିର ଆବଶ୍ୟକତା ବୁଝାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.