Protest: ଅଭିଯୁକ୍ତକୁ ଗିରଫ ଦାବିରେ ମୃତଦେହ ରଖି ଜାତୀୟ ରାଜପଥ-୨୬ ଅବରୋଧ

2 days ago 1
ARTICLE AD BOX

ଜୟପୁର: କୋରାପୁଟଜିଲ୍ଲା ଜୟପୁର ନିକଟସ୍ଥ ବାରିଣୀପୁଟ ଅଞ୍ଚଳରେ ଗତକାଲି ଛୁରି ଭୁସି ଜଣେ ଯୁବକଙ୍କୁ ହତ୍ୟାକାଣ୍ଡକୁ ନେଇ ଶନିବାର ଉତ୍ତେଜନା ଦେଖାଦେଇଛି। ମୃତକଙ୍କ ପରିବାରବର୍ଗ ଓ ଗ୍ରାମବାସୀ ମୃତଦେହକୁ ବାରିଣୀପୁଟ ଫାଣ୍ଡି ସମ୍ମୁଖରେ ରଖି ଜାତୀୟ ରାଜପଥ-୨୬ ଉପରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ଫଳରେ ଉଭୟ ପାର୍ଶ୍ୱରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ହତ୍ୟାକାଣ୍ଡର ଦୁଇ ଅଭିଯୁକ୍ତଙ୍କୁ ଗତକାଲି ରାତିରେ ବୋରିଗୁମ୍ମା ବ୍ଲକର ମର୍ଦ୍ଦାମାଲ ଅଞ୍ଚଳରୁ ପୁଲିସ କାବୁ କରିଥିବା କୁହାଯାଉଛି। ତେବେ ପରିବାରବର୍ଗ ଓ ଗ୍ରାମବାସୀ ଏହାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି।

ଆହୁରି ପଢନ୍ତୁ: Lord Jagannath: ‘ଜଗନ୍ନାଥ ସଂସ୍କୃତି ବିଶ୍ୱବନ୍ଧୁତ୍ୱର ଏକ ସମ୍ପୂର୍ଣ୍ଣ ଜୀବନଦର୍ଶନ’

ପ୍ରକୃତରେ ଅଭିଯୁକ୍ତମାନେ ଗିରଫ ହୋଇଛନ୍ତି କି ନା ପୁଲିସ ସେମାନଙ୍କୁ ଘଣ୍ଟ ଘୋଡ଼ାଉଛି ବୋଲି ଅଭିଯୋଗ କରି ସେମାନେ ରାସ୍ତାରୋକ କରିଛନ୍ତି। ଟାୟାର ଜାଳି ରାସ୍ତା ଅବରୋଧ ଯୋଗୁଁ ଜାତୀୟ ରାଜପଥ-୨୬ରେ ଶହ ଶହ ଯାନବାହନ ଅଟକି ରହିଥିଲା। ପରିସ୍ଥିତି ନିୟନ୍ତ୍ରଣ ପାଇଁ ଜୟପୁର ତହସିଲଦାର ସବ୍ୟସାଚୀ ଜେନା, ସଦର ଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ, ସଦର ଓ ବାରିଣୀପୁଟ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.