Probe demand: ଅଭିଜିତ ଦୀପକେଙ୍କ ଆମେରିକା ଶିକ୍ଷା ପାଇଁ ଅର୍ଥ ଆସିଲା କେଉଁଠୁ? ତଦନ୍ତ ଦାବି

1 day ago 1
ARTICLE AD BOX

ନୂଆଦିଲ୍ଲୀ: କକ୍ରୋଚ୍‌ ଜନତା ପାର୍ଟି (ସିଜେପି)ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ଆମେରିକାରେ ଉଚ୍ଚଶିକ୍ଷା ପାଇଁ ତାଙ୍କ ବାପା କିପରି ଅର୍ଥ ଯୋଗାଡ଼ କରିଥିଲେ, ତାହାର ତଦନ୍ତ ପାଇଁ ସୁରତର ସୂଚନା ଅଧିକାର କର୍ମୀ ଅମିତ ତିୱାରୀ ଦାବି କରିଛନ୍ତି। ଏହା ସହିତ ସିଜେପିର ପଞ୍ଜୀକରଣ ଓ ଏହା ପାଇଁ ଘୋଷଣା କରାଯାଇଥିବା ୧ କୋଟି ଟଙ୍କାର ଆଇନଗତ ସହାୟତା ପାଣ୍ଠି ମଧ୍ୟ ତଦନ୍ତ ପରିସରକୁ ଆସିଛି।

ଅମିତ ଏ ସମ୍ପର୍କରେ ମହାରାଷ୍ଟ୍ର ସରକାର, ନିର୍ବାଚନ କମିସନ ଏବଂ କେନ୍ଦ୍ରୀୟ ପରୋକ୍ଷ କର ଓ ସୀମାଶୁଳ୍କ ବୋର୍ଡ (ସିବିଆଇଟିସି) ନିକଟରେ ପୃଥକ୍‌ ଅଭିଯୋଗ କରିଛନ୍ତି। ଅଭିଜିତ୍‌ଙ୍କ ବାପା ଭଗବାନରାଓ ଦୀପକେ ମହାରାଷ୍ଟ୍ର ଶିଳ୍ପ ବିକାଶ ନିଗମରେ କନିଷ୍ଠ ଯନ୍ତ୍ରୀ ଥିଲେ ଏବଂ ଏବେ ଅବସରପ୍ରାପ୍ତ। ତାଙ୍କ ମାସିକ ଦରମା ୬୦ରୁ ୬୫ ହଜାର ଟଙ୍କା ମଧ୍ୟରେ ଥିବାବେଳେ ସେ ନିଜ ପିଲାମାନଙ୍କ ଆମେରିକା ଶିକ୍ଷା ଖର୍ଚ୍ଚ କିପରି ବହନ କଲେ ବୋଲି ଅମିତ ପ୍ରଶ୍ନ କରିଛନ୍ତି। 

ତଦନ୍ତରେ ଆୟଠାରୁ ଅଧିକ ସମ୍ପତ୍ତି ମିଳିଲେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି। ବୋଷ୍ଟନ୍‌ ବିଶ୍ବବିଦ୍ୟାଳୟରୁ ସ୍ନାତକ ହୋଇଥିବା ଅଭିଜିତ୍ ଜୁନ୍‌ ୬ ତାରିଖରେ ଭାରତ ଫେରି ସିଜେପି ନେତୃତ୍ବରେ ଆନ୍ଦୋଳନ ଆରମ୍ଭ କରିଥିଲେ। ନିଟ୍‌ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ହୋଇଥିବା ଆନ୍ଦୋଳନ ସମୟରେ ପୁଲିସ ଗିରଫ କିମ୍ବା ଅଟକ ରଖିଥିବା ବିକ୍ଷୋଭକାରୀଙ୍କୁ ଆଇନଗତ ସହାୟତା ଦେବା ପାଇଁ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ଆଇନଜୀବୀ କପିଲ ସିବଲ ୧ କୋଟି ଟଙ୍କା ଦେବାକୁ ଘୋଷଣା କରିଥିଲେ।

India: ଭାରତ ଆସିବେ ଅଭିଜିତ ଦୀପକେ, ଘର ଛାଡ଼ି ଅଜ୍ଞାତ ସ୍ଥାନକୁ ପଳାଇଲେ ବାପାମା’

ଅମିତଙ୍କ ଅଭିଯୋଗ ଅନୁସାରେ, ସିଜେପି ପଞ୍ଜୀକୃତ ହୋଇ ନ ଥିଲେ ମଧ୍ୟ ଏକ ରାଜନୈତିକ ଦଳ ଭଳି କାମ କରୁଛି। ତେଣୁ ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୨୯-ଏ ଅନୁସାରେ ଏହା ପଞ୍ଜୀକୃତ କି ନାହିଁ ଏବଂ ଏଭଳି ପାଣ୍ଠି ଗ୍ରହଣ କରିପାରିବ କି ନାହିଁ, ତାହା ନିର୍ବାଚନ କମିସନ ଯାଞ୍ଚ କରିବା ଦରକାର। ସେହିପରି ସିବଲଙ୍କ ଘୋଷିତ ଅର୍ଥ ଉପରେ ୧୮ ପ୍ରତିଶତ ଜିଏସ୍‌ଟି ଲାଗୁ ହେବ କି ନାହିଁ, ତାହା ଯାଞ୍ଚ ପାଇଁ ସେ ସିବିଆଇଟିସିକୁ ଅନୁରୋଧ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.