Private Hospital: ଲିଙ୍ଗ ନିରୂପଣ ବେକେ ମାଡ଼ିବସିଲା ସ୍ୱାସ୍ଥ୍ୟ ବିଭାଗର ଟିମ୍,  ଘରୋଇ ହସ୍ପିଟାଲ ଓ ଅଲଟ୍ରା ସାଉଣ୍ଡ ମେସିନ ସିଲ୍

2 weeks ago 7
ARTICLE AD BOX

ଭଦ୍ରକ ସହରରେ ଥିବା ଏକ ଘରୋଇ ହସ୍ପିଟାଲରେ ବେଆଇନ ଭାବରେ ଲିଙ୍ଗ ନିରୂପଣ କରାଯାଇ ଥିବା ବେକେ ଭୁବନେଶ୍ୱରର ଆସିଥିବା  ଏକ ସ୍ବତନ୍ତ୍ର ମେଡ଼ିକାଲର ତଦନ୍ତ କାରୀ ଟିମ ମାଡ଼ି ବଢିଥିଲା।

 (sambad.in) Bhadrak private hospital sealed Photograph: (sambad.in)

ଭଦ୍ରକ: ଭଦ୍ରକ ସହରରେ ଥିବା ଏକ ଘରୋଇ ହସ୍ପିଟାଲରେ ବେଆଇନ ଭାବରେ ଲିଙ୍ଗ ନିରୂପଣ କରାଯାଇ ଥିବା ବେକେ ଭୁବନେଶ୍ୱରର ଆସିଥିବା  ଏକ ସ୍ବତନ୍ତ୍ର ମେଡ଼ିକାଲର ତଦନ୍ତ କାରୀ ଟିମ ମାଡ଼ି ବଢିଥିଲା। ଏହି ଘରୋଇ ହସ୍ପିଟାଲରେ ବେଆଇନ ଭାବରେ ଅଲଟ୍ରାସାଉଣ୍ଡ ମେସିନ୍ ପକାଯାଇ ଗର୍ଭବତୀ ମହିଲାଙ୍କର ଲିଙ୍ଗ ନିରୂପଣ କରାଯାଉଥିଲା। ମେଡିକାଲ ଟିମ ପାଖରେ ଏନେଇ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ଆଜି ଏକ ସ୍ୱତନ୍ତ୍ର ମେଡିକାଲ ଟିମ ପକ୍ଷରୁ ଚଢ଼ାଉ ହୋଇଥିଲା। ଚଢ଼ାଉ ବେକେ ଲିଙ୍ଗ ନିରୂପଣ କରାଯାଉଥିବା ଜଣା ପଡିବା ପରେ ଆଜି ଏହି ଘରୋଇ  ମେଡ଼ିକାଲର ଅଲଟ୍ରାସାଉଣ୍ଡ ମେସିନ ଓ ହସ୍ପିଟାଲକୁ ସିଲ୍ କରି ଦିଆଯାଇଛି।

Library: ରାଜ୍ୟର ସର୍ବବୃହତ୍‌ କେନ୍ଦ୍ରୀୟ ପାଠାଗାର ଲୋକାର୍ପିତ: ୪୨ କୋଟିରେ ନିର୍ମିତ ପାଠାଗାରରେ ଏକ ସମୟରେ ବସିବେ ୧୭ଶହ ଛାତ୍ରଛାତ୍ରୀ

ରୋଗୀଙ୍କ ଜୀବନ ସହ ଖେଳ

ଏହି ଘଟଣା ପରେ ଭଦ୍ରକରେ ଅନ୍ୟ ସବୁ ଘରୋଇ ନର୍ସିଂ ହୋମ ଓ ଘରୋଇ ହସ୍ପିଟାଲରେ କୋକୁଆ ଭୟ ସୃଷ୍ଟି ହୋଇଛି । ଭଦ୍ରକରେ ଏବେ ଅନେକ ଘରୋଇ ହସ୍ପିଟାଲ ଖୋଲାଯାଇଥିବା ବେଳେ ସେମାନେ ରୋଗୀମାନଙ୍କୁ ଶୋଷଣ କରିବା ସହ ରୋଗୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.