President's visit: ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଟ୍ରାଫିକ୍‌ କଟକଣା: ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

2 days ago 1
ARTICLE AD BOX

ଭୁବନେଶ୍ବର: ଆସନ୍ତା ୩ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଭୁବନେଶ୍ବର ଓ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଭିଆଇପି ଓ ଭିଭିଆଇପିଙ୍କ ସୁରକ୍ଷା ଓ ଜନସାଧାରଣଙ୍କ ସୁଗମନାଗମନକୁ ଦୃଷ୍ଟିରେ ରଖି କମିନସରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍‌ କଟକଣା ଲାଗୁ କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ତିନି ତାରିଖ ଦିନ ଅପରାହ୍ଣ ୨ଟା ୧୦ ମିନିଟ୍‌ରୁ ଅପରାହ୍ଣ ସାଢ଼େ ୨ଟା ପର୍ଯ୍ୟନ୍ତ ଏୟାର୍‌ପୋର୍ଟ ଛକରୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଛକ, ଏଜିଛକ ଦେଇ ଲୋକଭବନଛକ ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ଉପରେ କଟକଣା ଲଗାଯାଇଛି।

Neglect:କାମରେ ଆସୁନି କୋଟିଏ ଟଙ୍କାର ଗୋଶାଳା, ରାଜପଥରେ ଗାଈଗୋରୁ

ସେହିପରି ଅପରାହ୍ଣ ୩ଟା ୫୦ ମିନିଟ୍‌ରୁ ଅପରାହ୍ଣ ୪ଟା ୫୦ ମିନିଟ୍‌ ପର୍ଯ୍ୟନ୍ତ ଲୋକଭବନ ଛକରୁ ପାୱାର ହାଉସ୍‌ ଛକ, ୧୨୦ ବାଟାଲିୟନ୍‌ ଛକ, ଶାସ୍ତ୍ରୀନଗର ଛକ, ଜୟଦେବବିହାର ଛକ, ବାରଙ୍ଗ ଗୋଲେଇ ଛକ, ବ୍ଲକ୍‌ ଛକରୁ ବାମ ମୋଡ଼ ହୋଇ କେନାଲ ରାସ୍ତାରେ ଗୋଡ଼ିସାହି ଛକର ବାମ ପଟେ ବାଆଁରା ଛକ ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହିବ। ସନ୍ଧ୍ୟା ୫ଟା ୫୦ରୁ ସନ୍ଧ୍ୟା ୬ଟା ୫୦ମିନଟ୍‌ ପର୍ଯ୍ୟନ୍ତ ପୁନର୍ବାର ବାଆଁରା ଛକରୁ ସେହି ରାସ୍ତା ଦେଇ ଲୋକଭବନ ଛକ ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ଉପରେ କଟକଣା ଲଗାଯାଇଛି। ୪ ତାରିଖ ସକାଳ ସାଢ଼େ ୮ଟାରୁ ସକାଳ ୮ଟା ୫୦ ପର୍ଯ୍ୟନ୍ତ ଲୋକଭବନ ଛକରୁ ଏଜିଛକ, ରାଜମହଲ ଛକ, ମାଷ୍ଟରକ୍ୟାଣ୍ଟିନ୍‌ ଗୋଲେଇ ଛକରୁ ୟୁ-ଟର୍ଣ୍ଣ ନେଇ ୟୁକୋ ବ୍ୟାଙ୍କ ଗଳି ଓ ସେଠାରେ ନିର୍ଦ୍ଧାରିତ ସ୍ଥାନ ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହିବ। ୫ ତାରିଖ ଦିନ ଅପରାହ୍ଣ ସାଢ଼େ ୧୨ଟାରୁ ଅପରାହ୍ଣ ୧୨ଟା ୫୦ ପର୍ଯ୍ୟନ୍ତ ଭୁବନେଶ୍ବର ରେଳ ଷ୍ଟେସନ୍‌, ୟୁକୋ ବ୍ୟାଙ୍କ ଗଳିରୁରାଜମହଲ ଛକ, ଏଜିଛକ, ହସ୍ପିଟାଲ୍‌ ଛକ ଦେଇ ଏୟାର୍‌ପୋର୍ଟ ଛକ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି।

Britain: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀଙ୍କ ସହ ମୋଦୀଙ୍କ ପ୍ରଥମ ଟେଲିଫୋନ୍‌ କଥାବାର୍ତ୍ତା

ଏହା ବ୍ୟତୀତ ୩ ତାରିଖ ଦିନ ଖୋର୍ଦ୍ଧା କିମ୍ବା ଭୁବନେଶ୍ବର ପଟୁ କଟକ ଅଭିମୁଖେ ଆସୁଥିବା ବସ୍‌, ଟ୍ରକ୍‌ ଆଦି ଭାରୀଯାନ ଏବଂ କଟକ ଓ ବାଲିକୁଦାରୁ ଭୁବନେଶ୍ବର ଓ ପିତାପଲ୍ଲୀ ଅଭିମୁଖେ ଯାଉଥିବା ଭାରୀଯାନକୁ ଏହି ସମୟ ମଧ୍ୟରେ ଚଳାଚଳ କରିବାକୁ ଅନୁମତି ଦିଆଯିବ ନାହିଁ। ଏହି କଟକଣା ଜରୁରିକାଳୀନ ସେବାରେ ନିୟୋଜିତ ଗାଡ଼ିଗୁଡ଼ିକ ଉପରେ ଲାଗୁ ହେବନାହିଁ।

ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୪ ତାରିଖ ପୂର୍ବାହ୍ନରେ ଭୁବନେଶ୍ୱର ଷ୍ଟେସନରୁ ବ୍ରହ୍ମପୁର ଅଭିମୁଖେ ଟ୍ରେନ ୍‌ଯୋଗେ ଯିବେ। ରାଷ୍ଟ୍ରପତିଙ୍କ ଗସ୍ତ ପରିପ୍ରେକ୍ଷୀରେ ଆଜି ଡିଜିପି ୱାଇବି ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଡିଜିପି ଶ୍ରୀ ଖୁରାନିଆ ପୁଲିସ, ରେଳବାଇ ଏବଂ ସାଧାରଣ ପ୍ରଶାସନ ଆଦି ସମସ୍ତ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ କାର୍ଯ୍ୟକ୍ରମ ସ୍ଥଳ ଏବଂ ଭିଭିଆଇପିଙ୍କ ଯାତାୟାତ ମାର୍ଗରେ ସୁରକ୍ଷା ବଳୟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସମଗ୍ର ରେଳପଥରେ ପାଟ୍ରୋଲିଂ ଜୋରଦାର କରାଯିବ।   ଏହି ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ  ଆର୍‌ପି କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସ୍‌ଏପି) ରାଜେଶ କୁମାର, ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ, ପୂର୍ବତଟ ରେଳବାଇର ପ୍ରିନ୍ସିପାଲ ଚିଫ୍ ସିକ୍ୟୁରିଟି କମିସନର ଆଲୋକ ଭୋରା, ଆଇଜିପି (କେନ୍ଦ୍ରାଞ୍ଚଳ) ସତ୍ୟଜିତ ନାଏକ ଏବଂ ଏସ୍‌ପି (କ୍ରାଇମବ୍ରାଞ୍ଚ) ବିବେକାନନ୍ଦ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.