ARTICLE AD BOX
ରାୟଗଡା(ଶିବ ପ୍ରସାଦ ଦୋରା): ଜଣେ ଆସନ୍ନ ପ୍ରସବା ମହିଳାଙ୍କୁ ଗୁଣୁପୁରସ୍ଥିତ ସରକାରୀ ଚିକିତ୍ସାଳୟର ଡାକ୍ତର ଅସ୍ତ୍ରୋପଚାର ଗୃହ (ଓଟି)ରୁ ବଳପୂର୍ବକ ତଡ଼ି ଦେଇଥିବା ଅଭିଯୋଗ ହୋଇଛି।
ସରୋଜ କୁମାର ଗୌଡ଼ଙ୍କ ଅଭିଯୋଗ ଅନୁସାରେ, ଗତକାଲି (୧୧ ତାରିଖ) ପୂର୍ବାହ୍ଣରେ ତାଙ୍କ ପତ୍ନୀ ମୋନାଲିସା ପ୍ରଧାନଙ୍କ ପ୍ରସବ ସମୟ ହେବାରୁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ଏହି ସମୟରେ ମୋନାଲିସାଙ୍କ ଗର୍ଭରୁ ଜଳ ପ୍ରବାହ ହେବାକୁ ଲାଗିଥିଲା, କିନ୍ତୁ ବେଦନା ହେଉନଥିଲା। ସେଠାରେ ଥିବା ସ୍ବାସ୍ଥ୍ୟକର୍ମୀ ମୋନାଲିସାଙ୍କ ସ୍ବାସ୍ଥ୍ୟାବସ୍ଥା ଦେଖି ଅସ୍ତ୍ରୋପଚାର ନିମନ୍ତେ ନମ୍ବର କରିଥିଲେ। ନମ୍ବର ପାଇ ମନୋଲିସାଙ୍କୁ ନେଇ ସେ ଅସ୍ତ୍ରୋପଚାର ଗୃହରେ ପହଞ୍ଚିଥିଲେ। ତାଙ୍କ ପତ୍ନୀଙ୍କୁ ଭିତରକୁ ନେଇ ୪-୫ ଘଣ୍ଟା ପରେ ଆସିବାକୁ କହିଥିଲେ। ପରେ ଡାକ୍ତର ଆସି ଅନୁରୂପ କଥା କହିଥିଲେ। ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରି ସେ ରାତି ସାଢ଼େ ୮ଟା ଯାଏଁ ଅପେକ୍ଷା କରିଥିଲେ। ତାଙ୍କ ପତ୍ନୀଙ୍କ ପ୍ରସବ ବେଦନା ହେଉନଥିବା କିନ୍ତୁ ଗର୍ଭଜଳ ନିଷ୍କାସିତ ହେଉଥିବାରୁ ବିପଦ ଆଶଙ୍କା କରି ପୂର୍ବରୁ ଚିକିତ୍ସା କରୁଥିବା ଡାକ୍ତର ସନ୍ଦୀପ ସ୍ବାଇଁଙ୍କ ସହ ଫୋନ୍ରେ ଯୋଗ ଯୋଗ କରିଥିଲେ। ସେ ରାତି ୯ଟାରେ ଚିକିତ୍ସାଳୟରେ ପହଞ୍ଚି ତୁରନ୍ତ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦେଇ ଅସ୍ତ୍ରୋପଚାର ନିମନ୍ତେ ବ୍ୟବସ୍ଥା କରୁଥିଲେ। ତାଙ୍କ ପତ୍ନୀଙ୍କୁ କେତେକ ଇଞ୍ଜେକ୍ସନ୍ ଦେଇସାରିଥିଲେ। ଏତିକି ସମୟରେ ଡାକ୍ତର ପ୍ରଦୀପ ପଣ୍ଡା ପହଞ୍ଚି ଓଟି କର୍ମଚାରୀ ଙ୍କୁ ତାଗିଦ୍ କରି ତାଙ୍କ ପତ୍ନୀଙ୍କୁ ତୁରନ୍ତ ଅସ୍ତ୍ରୋପଚାର ବାହାରକୁ ନେବାକୁ ନିର୍ଦ୍ଦେଶ ଦେଇଥିଲେ।
ଉପାନ୍ତ ଜିଲ୍ଲାରେ ସ୍ବାସ୍ଥ୍ୟାବସ୍ଥା: ହସ୍ପିଟାଲ୍ରେ ଗର୍ଭବତୀଙ୍କ ବସିବା ପାଇଁ ନାହିଁ ବ୍ୟବସ୍ଥା
ଡାକ୍ତର ସ୍ବାଇଁ ଅନୁରୋଧ କରିଥିଲେ ମଧ୍ୟ ଡାକ୍ତର ଡାକ୍ତର ପଣ୍ଡା ଶୁଣିନଥିଲେ ଓ ନିଜ ଜିଦ୍ରେ ଅଟଳ ରହିଥିଲେ। ଶେଷରେ ବାଧ୍ୟ ହୋଇ ସେ ନିକଟସ୍ଥ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ଅସ୍ତ୍ରୋପଚାର ପରେ ତାଙ୍କ ପତ୍ନୀ ଓ ସନ୍ତାନ ସୁରକ୍ଷିତ ଅଛନ୍ତି।
ଅଭିଯୋଗ ସମ୍ପର୍କରେ ଗୁଣପୁର ଏସ୍ଡିଏଚ୍ ଅଧୀକ୍ଷକ ଡାକ୍ତର ଶ୍ରୀକାନ୍ତ ଜେନାଙ୍କୁ ଯୋଗଯୋଗ କରିବାରୁ ଏହି ଘଟଣାର ତଦନ୍ତ କରାଯିବ ବୋଲି କହିଥିଲେ । ଏଠାରେ ସୂଚନାଯୋଗ୍ୟଯେ ପୂର୍ବରୁ ଡାକ୍ତର ପଦୀପ ପଣ୍ଡା ଗୁଣପୁର ଠାରେ ଚଳାଉଥିବା ଏକ ବେଆଇନ କ୍ଲିନିକ୍ ସଂପର୍କରେ ଅଭିଯୋଗ ଆସିବା ପରେ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଚଢ଼ାଉ କରି ସିଲ କରିଥିଲେ । କିନ୍ତୁ ଡାକ୍ତର ପଣ୍ଡାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନଥିଲା।

3 weeks ago
12


