Pregnancy and Dental Health: ଗର୍ଭାବସ୍ଥାରେ ଦାନ୍ତର ଯତ୍ନ କାହିଁକି ଜରୁରୀ? ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ପାଇଁ ଜାଣନ୍ତୁ ଟିପ୍ସ

1 hour ago 2
ARTICLE AD BOX

ଗର୍ଭାବସ୍ଥା ସମୟରେ ମହିଳାମାନେ ନିଜର ଖାଦ୍ୟପେୟ, ଭିଟାମିନ୍‌ ସପ୍ଲିମେଣ୍ଟ ଓ ନିୟମିତ ଚେକ୍-ଅପ୍‌ ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି। କିନ୍ତୁ ଏହି ସମୟରେ ପ୍ରାୟତଃ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟ ଅବହେଳିତ ହୋଇରହିଯାଏ, ତାହା ହେଉଛି ପାଟି ଓ ଦାନ୍ତର ସ୍ୱାସ୍ଥ୍ୟ ।

ଆହୁରି ପଢ଼ନ୍ତୁ: ନଭେମ୍ବର ୧୩ରେ ନେଟ୍‌ଫ୍ଲିକ୍ସ୍‌ରେ ରିଲିଜ୍ ହେବ ‘ରଣବାଳୀ’

ମା' ଏବଂ ଗର୍ଭସ୍ଥ ଶିଶୁର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଦାନ୍ତର ଯତ୍ନ କେତେ ଆବଶ୍ୟକ, ସେ ସମ୍ପର୍କରେ ଗୁରୁଗ୍ରାମସ୍ଥିତ ମାରେଙ୍ଗୋ ଏସିଆ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ପଲ୍ଲବୀ ବାସଲ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ପରାମର୍ଶ ଦେଇଛନ୍ତି।

ଗର୍ଭାବସ୍ଥାରେ ଦାନ୍ତ ସମସ୍ୟା କାହିଁକି ଦେଖାଦିଏ?

ଡାକ୍ତର ବାସଲଙ୍କ ଅନୁଯାୟୀ, ଗର୍ଭାବସ୍ଥାରେ ଶରୀରରେ ହର୍ମୋନ୍‌ (ବିଶେଷ କରି ଇଷ୍ଟ୍ରୋଜେନ୍‌ ଏବଂ ପ୍ରୋଜେଷ୍ଟେରୋନ୍‌)ର ବ୍ୟାପକ ପରିବର୍ତ୍ତନ ଘଟିଥାଏ। ଏହି କାରଣରୁ ମାଢ଼ି ଅଧିକ ସଂବେଦନଶୀଳ ହୋଇପଡ଼େ, ଯାହାଦ୍ୱାରା ମାଢ଼ି ଫୁଲିବା, ଯନ୍ତ୍ରଣା ହେବା କିମ୍ବା ରକ୍ତ ବାହାରିବା  ଭଳି ସମସ୍ୟା ଦେଖାଯାଏ।

ଏହା ବ୍ୟତୀତ ବାନ୍ତି ସମୟରେ ପାଟିକୁ ଆସୁଥିବା ପେଟର ଏସିଡ୍‌ ଦାନ୍ତର ଏନାମେଲ୍‌କୁ ନଷ୍ଟ କରିଦିଏ, ଯାହାଦ୍ୱାରା ଦାନ୍ତରେ କାଭିଟି ଓ ଶିରଶିରାବିନ୍ଦୁ ବୃଦ୍ଧି ପାଏ। ଅସମୟରେ ମିଠା କିମ୍ବା ସ୍ନାକ୍ସ ଖାଇବାର ଇଚ୍ଛା ଯୋଗୁଁ ମଧ୍ୟ ଦାନ୍ତ ଖରାପ ହେବାର ଆଶଙ୍କା ଥାଏ।

ଖରାପ ଦାନ୍ତ ସ୍ୱାସ୍ଥ୍ୟ ଗର୍ଭାବସ୍ଥା ଉପରେ କି ପ୍ରଭାବ ପକାଏ?

ମାଢ଼ିର ଗମ୍ଭୀର ସଂକ୍ରମଣ ସହ ଗର୍ଭାବସ୍ଥାର କେତେକ ଜଟିଳତା ଯଥା ସମୟ ପୂର୍ବରୁ ପ୍ରସବ ଓ କମ୍ ଓଜନର ଶିଶୁ ଜନ୍ମ ହେବାର ସମ୍ଭାବନା ଜଡ଼ିତ ଥାଏ।

ଏହାସହ, ମା’ର ପାଟିରେ ଥିବା କ୍ଷତିକାରକ ବ୍ୟାକ୍ଟେରିଆ ପରବର୍ତ୍ତୀ ସମୟରେ ଶିଶୁକୁ ଚାମଚରେ ଖୁଆଇବା କିମ୍ବା ସ୍ନେହରେ ଚୁମ୍ବନ ଦେବା ଦ୍ୱାରା ଶିଶୁର ପାଟିକୁ ମଧ୍ୟ ବ୍ୟାପିପାରେ, ଯାହା ଭବିଷ୍ୟତରେ ଶିଶୁର ଦାନ୍ତ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ।

ଗର୍ଭାବସ୍ଥାରେ ଦାନ୍ତ ଚିକିତ୍ସା ସୁରକ୍ଷିତ କି?

ଅନେକ ଲୋକ ମନେକରନ୍ତି ଯେ ଗର୍ଭାବସ୍ଥାରେ ଦାନ୍ତ ଡାକ୍ତରଙ୍କ ପାଖକୁ ଯିବା ଉଚିତ୍ ନୁହେଁ। କିନ୍ତୁ ଡାକ୍ତର ବାସଲ ଏହାକୁ ଏକ ଭୁଲ୍ ଧାରଣା ବୋଲି କହିଛନ୍ତି। ଗର୍ଭାବସ୍ଥାରେ ଆବଶ୍ୟକ ସ୍ଥଳେ ଦାନ୍ତର ଏକ୍ସ୍‌-ରେ, ଲୋକାଲ୍ ଆନେସ୍ଥେସିଆ ଏବଂ ସାଧାରଣ ଦାନ୍ତ ଚିକିତ୍ସା ସମ୍ପୂର୍ଣ୍ଣ ସୁରକ୍ଷିତ। ସମସ୍ୟାକୁ ଏଡ଼ାଇବା ଦ୍ୱାରା ଛୋଟ ଦାନ୍ତ ବିନ୍ଧା ପରବର୍ତ୍ତୀ ସମୟରେ ବଡ଼ ରୂପ ନେଇପାରେ।

ଗର୍ଭବତୀ ମହିଳାମାନେ ନିମ୍ନଲିଖିତ ସହଜ ପଦକ୍ଷେପଗୁଡ଼ିକୁ ଆପଣାଇବା ଉଚିତ୍:

  • ଦିନକୁ ଦୁଇଥର ବ୍ରଶ୍ କରନ୍ତୁ: ଫ୍ଲୋରାଇଡ୍‌ଯୁକ୍ତ ଟୁଥ୍‌ପେଷ୍ଟ ବ୍ୟବହାର କରି ସକାଳେ ଏବଂ ରାତିରେ ଶୋଇବା ପୂର୍ବରୁ ବ୍ରଶ୍ କରନ୍ତୁ।

  • ଫ୍ଲସ୍ କରନ୍ତୁ: ଦାନ୍ତ ସନ୍ଧିରେ ଜମିଥିବା ଖାଦ୍ୟକଣା ସଫା କରିବା ପାଇଁ ନିୟମିତ ଡେଣ୍ଟାଲ୍ ଫ୍ଲସ୍ ବ୍ୟବହାର କରନ୍ତୁ।

  • ବାନ୍ତି ପରେ ସାବଧାନତା: ବାନ୍ତି ହେବା ମାତ୍ରେ ବ୍ରଶ୍ ନକରି, ପାଟିକୁ ଭଲ ଭାବରେ ପାଣିରେ କୁଳି କରନ୍ତୁ। ତୁରନ୍ତ ବ୍ରଶ୍ କଲେ ଏସିଡ୍ ଯୋଗୁଁ ଦାନ୍ତ ଏନାମେଲ୍ ଶୀଘ୍ର କ୍ଷୟ ହୋଇଥାଏ।

  • ମିଠା ଖାଦ୍ୟ ସୀମିତ ରଖନ୍ତୁ: ଅତ୍ୟଧିକ ଶର୍କରାଯୁକ୍ତ ଖାଦ୍ୟ ଓ ପାନୀୟଠାରୁ ଦୂରେଇ ରୁହନ୍ତୁ।

ଆହୁରି ପଢ଼ନ୍ତୁ: କାଳୀ ପୂଜାରେ ଭାବବିହ୍ୱଳ ହୋଇ କାନ୍ଦିଲେ ଟିଏମ୍‌ସି ସାଂସଦ

Read Entire Article
LEFT SIDEBAR AD

Hidden in mobile, Best for skyscrapers.