Pratap Sasan Panchayat: ପ୍ରତାପଶାସନ ପଞ୍ଚାୟତରେ ଜବରଦଖଲ: ନିଷ୍କାସିତ ହୋଇପାରୁନି ବର୍ଷାଜଳ

1 month ago 14
ARTICLE AD BOX

ବାଲିଅନ୍ତା: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ବାଲିଅନ୍ତା ବ୍ଲକ୍‌ ଅଧୀନ ପ୍ରତାପଶାସନ ପଞ୍ଚାୟତରେ ବିଭିନ୍ନ ଗାଁ ଗଣ୍ଡା ପାଣିଘେରରେ ରହିଛି। ମଠମନ୍ଦିର ଓ ବିଦ୍ୟାଳୟ ପରିସରରେ ପାଣି ଜମି ରହିଥିବାରୁ ଛାତ୍ରଛାତ୍ରୀ ଓ ଲୋକମାନେ ଯାତାୟାତ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷାପାଣି ନିଷ୍କାସନ ନ ହେବାର ମୂଳ କାରଣ ହେଉଛି, ବାଳକାଟି ସମେତ ଏହାର ଆଖପାଖ ପଞ୍ଚାୟତ ଅଞ୍ଚଳରେ ଏବେ ଜମି କିଣାବିକା ଖୁବ୍‌ ଜୋର୍‌ସୋରରେ ଚାଲିଛି। ବିଲ୍‌ଡର ଗୋଷ୍ଠୀ ସ୍ଥାନୀୟ ଜମି ଦଲାଲଙ୍କ ଶାଗମାଛ ଦାମ୍‌ରେ ଚାଷୀଙ୍କଠାରୁ ଜମି କିଣି ନେଉଛନ୍ତି। ଜମି ହାତକୁ ଆସିଯିବା ପରେ ବିଲଡର୍‌ ଆରମ୍ଭ କରି ଦେଉଛନ୍ତି ସେମାନଙ୍କର ଅସଲ ଖେଳ। ସେମାନଙ୍କ ପ୍ଲଟିଂ ସ୍କିମ୍‌କୁ ଲାଗିକି ରହିଥିବା କାଡ଼ା ନାଳି, ସଫେଇ ଭଳି ଜଳ ନିଷ୍କାସନ ବାଟ ଅବରୋଧ କରି ଦେଉଛନ୍ତି।

Mining Mafia: ବେଧଡ଼କ ମାଙ୍କଡ଼ା ପଥର ଚୋରି; ପ୍ରଶାସନ ନିଷ୍କ୍ରିୟ

ଅନାବାଦୀ, ଗୋଚର, ଦଣ୍ଡା, ଜଳାଶୟ, ପତିତ, ବସ୍ତିଯୋଗ୍ୟ ସରକାରୀ କିସମ ଜମି ଜବରଦଖଲ କରି ସେଥିରେ ବେଆଇନ ନିର୍ମାଣ କାର୍ଯ୍ୟ ଚଳାଉଛନ୍ତି। ଫଳରେ ପ୍ରତାପଶାସନର ବିଭିନ୍ନ ୱାର୍ଡରୁ ଏବେ ବର୍ଷାପାଣି ନିଷ୍କାସନ ହୋଇପାରୁନାହିଁ। ପ୍ରତାପଶାସନ ପଞ୍ଚାୟତ ଅଧୀନ ନାୟକ ସାହି, ବସନ୍ତପେଡ଼ି, ମଲ୍ଲିକ ସାହି, ରଙ୍ଗଣି ସାହି, ନନ୍ଦଘର ସାହି, ବଡ଼ ଭୋଇସାହି, ଜାଗେଶ୍ବରୀ କଲୋନି ଗାଁ ଦାଣ୍ଡରେ ଆଣ୍ଠୁଏ ବର୍ଷାପାଣି ଜମି ରହିଛି। 

Climate Panchayat: ପରିବେଶ ସୁରକ୍ଷା ପାଇଁ ଆହ୍ବାନ

ସେହିପରି ପ୍ରତାପଶାସନ ବାଲୁଙ୍କେଶ୍ବର ମନ୍ଦିର ପ୍ରାଙ୍ଗଣ ଓ ଜାଗେଶ୍ବରୀ ମନ୍ଦିର ସଂଲଗ୍ନ ରାସ୍ତାରୁ ବେଢ଼ା ପର୍ଯ୍ୟନ୍ତ ପାଣି ଲହଡ଼ି ମାରୁଛି। ଅପରପକ୍ଷରେ, ପ୍ରତାପଶାସନ ପଞ୍ଚାୟତ ସରପଞ୍ଚ ରୀନା ବେହେରାଙ୍କ ସୂଚନା ଅନୁସାରେ ବିଭିନ୍ନ ୱାର୍ଡରେ ଜଳ ନିଷ୍କାସନ ସମସ୍ୟାର ସମାଧାନ ନେଇ ବ୍ଲକ୍‌ ପ୍ରଶାସନକୁ ଅବଗତ କରାଯାଇଛି। ଅନୁଦାନ ମଞ୍ଜୁର କରାଗଲେ ଡ୍ରେନ ନିର୍ମାଣ ହେବ ବୋଲି କହିଛନ୍ତି। ସେହିପରି ବାଲିଅନ୍ତା ତହସିଲଦାର ଲିଲନ ପ୍ରସାନ ସାହୁଙ୍କୁ ଯୋଗାଯୋଗ କରାଯିବାରେ ଜଳ ନିଷ୍କାସନ ନେଇ ଜବରଦଖଲ ଉଚ୍ଛେଦ ସଂକ୍ରାନ୍ତୀୟ ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଲେ ତ୍ବରିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.