Poverty reduces: ମାନସିକ ଦକ୍ଷତା ହ୍ରାସ କରେ ଦୀର୍ଘକାଳୀନ ଦାରିଦ୍ର୍ୟ

5 days ago 5
ARTICLE AD BOX

ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି ଯେ ଗରିବ ରହିବାର ଚାପ ମାନବ ମସ୍ତିଷ୍କର ଦୀର୍ଘସ୍ଥାୟୀ କ୍ଷତି ଘଟାଇଥାଏ। ‘ଇନୋଭେସନ୍ ଇନ୍‌ ଏଜିଂ’ ପତ୍ରିକାରେ ପ୍ରକାଶ ପାଇଥିବା ଗବେଷଣା ପତ୍ର ଅନୁସାରେ ବ୍ରିଟିସ୍‌ ବୈଜ୍ଞାନିକମାନେ....

 ମାନସିକ ଦକ୍ଷତା ହ୍ରାସ କରେ ଦୀର୍ଘକାଳୀନ ଦାରିଦ୍ର୍ୟ

ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି ଯେ ଗରିବ ରହିବାର ଚାପ ମାନବ ମସ୍ତିଷ୍କର ଦୀର୍ଘସ୍ଥାୟୀ କ୍ଷତି ଘଟାଇଥାଏ। ‘ଇନୋଭେସନ୍ ଇନ୍‌ ଏଜିଂ’ ପତ୍ରିକାରେ ପ୍ରକାଶ ପାଇଥିବା ଗବେଷଣା ପତ୍ର ଅନୁସାରେ ବ୍ରିଟିସ୍‌ ବୈଜ୍ଞାନିକମାନେ ୧୯୪୬ ମାର୍ଚ୍ଚରେ ଜନ୍ମିତ (ଅର୍ଥାତ୍‌ ବର୍ତ୍ତମାନ ୮୦ ବର୍ଷ ବୟସ୍କ) ୨୭୦୦ରୁ ଅଧିକ ଲୋକଙ୍କ ଦଶନ୍ଧି ଦଶନ୍ଧିର ସ୍ବାସ୍ଥ୍ୟ ଓ ଆର୍ଥିକ ସ୍ଥିତିକୁ ସଂକଳିତ କରି ବିଶ୍ଳେଷଣ କରିଛନ୍ତି। ଏଥିରୁ ଜଣାପଡ଼ିଛି ଯେ ୨୫ ବର୍ଷରୁ ୫୦ ବର୍ଷ ମଧ୍ୟରେ ସବୁଠାରୁ ଗରିବ ୨୦% ବର୍ଗର ଲୋକମାନେ ମଧ୍ୟବୟସ୍କ ହେବା ପରେ ମାନସିକ ଦକ୍ଷତା ଓ ସ୍ମରଣଶକ୍ତି ପରୀକ୍ଷାରେ ସବୁଠାରୁ ଖରାପ ପ୍ରଦର୍ଶନ କରିଥିଲେ।

ବାଲ୍ୟକାଳୀନ ଦାରିଦ୍ର୍ୟ ଓ ମାନସିକ ଦକ୍ଷତା, ଶିକ୍ଷାଗତ ପାର୍ଥକ୍ୟ ଆଦିର ପ୍ରଭାବ ନିର୍ବିଶେଷରେ ପ୍ରାପ୍ତବୟସ୍କ ହେବା ପରର ଦାରିଦ୍ର୍ୟ ହିଁ ମାନସିକ ଦକ୍ଷତା ଉପରେ ନକାରାତ୍ମକ ପ୍ରଭାବ ପକାଉଛି ବୋଲି ଏହି ଗବେଷଣାରୁ ସ୍ପଷ୍ଟ ହୋଇଛି। ଏହି ପ୍ରଭାବ ୫୦ ବର୍ଷ ବୟସ ଅତିକ୍ରମ କରିବା ପରେ ଯାଇ ଦେଖାଦେଇଥାଏ। ତେବେ ମାନସିକ ଦକ୍ଷତା ଅବନତିର କେତେ ଭାଗ ପାଇଁ ଦାରିଦ୍ର୍ୟ ସିଧାସଳଖ ଦାୟୀ ତାହା ଏହି ଅଧ୍ୟୟନରୁ ନିରୂପଣ ହୋଇନାହିଁ। ଏହି ଗବେଷଣାପତ୍ରର ସହ-ଲେଖକ ଜାକ୍ବିସ୍‌ ୱେଲ୍‌ସ କହିଛନ୍ତି ଯେ ଏହି ମାନସିକ ଦକ୍ଷତା କ୍ଷତିକୁ ଦୂର କରିବାର ନିର୍ଦ୍ଦିଷ୍ଟ ଉପାୟ ବାହାରି ନ ଥିଲେ ହେଁ ରାଜନେତାମାନେ ଦାରିଦ୍ର୍ୟ ଦୂରୀକରଣକୁ ଅଧିକ ଗୁରୁତ୍ବ ଦେବା ଉଚିତ। ଏହା ଦ୍ବାରା ଡିମେନ୍‌ସିଆ ଭଳି ରୋଗର ଆଶଙ୍କା ହ୍ରାସ ପାଇପାରିବ।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.