Potassium salt: ପୋଟାସିୟମ୍ ଲୁଣ ବଞ୍ଚାଇବ ୩୦ ଲକ୍ଷ ଜୀବନ!

2 days ago 6
ARTICLE AD BOX

ବିଶ୍ବର ୧୯୩ଟି ଦେଶକୁ ନେଇ କରାଯାଇଥିବା ଏକ ନୂତନ ବୈଜ୍ଞାନିକ ଅଧ୍ୟୟନରୁ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଆମ ରୋଷେଇ ଘରେ ବ୍ୟବହୃତ ହେଉଥିବା ସାଧାରଣ ଲୁଣରେ ଏକ ସାମାନ୍ୟ ପରିବର୍ତ୍ତନ ଆଣିଲେ ବିଶ୍ବର କୋଟି କୋଟି ଲୋକଙ୍କୁ ହୃଦ୍‌ଘାତ, କିଡ୍‌ନି ରୋଗ ଓ ଅକାଳ ମୃତ୍ୟୁରୁ ରକ୍ଷା କରାଯାଇପାରିବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି। ‘ଦ ଜର୍ଜ ଇନଷ୍ଟିଚ୍ୟୁଟ୍‌ ଫର୍ ଗ୍ଲୋବାଲ ହେଲ୍‌ଥ’ର ଅନୁସନ୍ଧାନକାରୀଙ୍କ ଦ୍ୱାରା ହୋଇଥିବା ଏହି ଅଧ୍ୟୟନ ଅନୁସାରେ, ସାଧାରଣ ଲୁଣ ବଦଳରେ ‘ପୋଟାସିୟମ୍-ସମୃଦ୍ଧ ଲୁଣ’ ବ୍ୟବହାର କଲେ ପ୍ରତି ବର୍ଷ ବିଶ୍ୱବ୍ୟାପୀ ପ୍ରାୟ ୩୦ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଯାଇପାରିବ। ଏହାସହ ପ୍ରତି ବର୍ଷ ହୃଦ୍‌ରୋଗ ଓ କିଡ୍‌ନି ରୋଗର ୧ କୋଟିରୁ ଅଧିକ ନୂତନ ମାମଲାକୁ ମଧ୍ୟ ରୋକାଯାଇପାରିବ। 

Attack: ସରପଞ୍ଚ ଚାମେଲି ଓଝାଙ୍କ ପରିବାରକୁ ପ୍ରାଣାନ୍ତକ ଆକ୍ରମଣ: ବାପା, ଭାଇ ଓ ସମ୍ପର୍କୀୟ ଗୁରୁତର

ପୋଟାସିୟମ୍-ସମୃଦ୍ଧ ଲୁଣରେ ସାଧାରଣ ଲୁଣର କିଛି ଅଂଶକୁ ପୋଟାସିୟମ୍ କ୍ଲୋରାଇଡ୍ ଦ୍ୱାରା ବଦଳା ଯାଇଥାଏ। ଏହାର ଚେହେରା, ସ୍ବାଦ ଓ ଗୁଣ ସମାନ ଏବଂ ରୋଷେଇରେ ମଧ୍ୟ ଏହା ସାଧାରଣ ଲୁଣ ଭଳି କାମ କରେ। ଏଥିରେ କମ୍ ସୋଡିୟମ୍ ଓ ଅଧିକ ପୋଟାସିୟମ୍ ଥାଏ। ଅଧିକ ସୋଡିୟମ୍ ଓ କମ୍ ପୋଟାସିୟମ୍ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପର ସମସ୍ୟା ଦେଖାଦେଇଥାଏ। ପୋଟାସିୟମ୍-ସମୃଦ୍ଧ ଲୁଣକୁ ଯଦି ଲୋକେ କେବଳ ଘରେ ରୋଷେଇ କରିବା ସମୟରେ ବ୍ୟବହାର କରନ୍ତି, ତେବେ ପ୍ରତିବର୍ଷ ପ୍ରାୟ ୧୮.୫ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରାଯାଇପାରିବ। ୬୧.୯ ଲକ୍ଷଙ୍କ ଠାରେ ନୂତନ ରୋଗ ଏଡ଼ାଯାଇପାରିବ। ଯଦି ବଜାରର ଖାଦ୍ୟ ଓ ପ୍ୟାକେଟ୍ ଜିନିଷରେ ଏହି ଲୁଣର ବ୍ୟବହାର କରାଯାଏ, ତେବେ ଆହୁରି ୧୫.୬ ଲକ୍ଷ ଲୋକଙ୍କ ଜୀବନ ବଞ୍ଚିପାରିବ। 

Indian Railways: ଆବର୍ଜନା ନିଷ୍କାସନରୁ ୬୨୮.୪୯ କୋଟି ଟଙ୍କା ଆୟ, ଧାର୍ଯ୍ୟ ଲକ୍ଷ୍ୟ ଅତିକ୍ରମ କଲା ରେଳବାଇ

ଏହି ପରିବର୍ତ୍ତନ ଦ୍ୱାରା ସବୁଠାରୁ ଅଧିକ ଲାଭାନ୍ୱିତ ହେବେ ଭାରତ ଓ ଚୀନ୍‌ ପରି ଜନବହୁଳ ଦେଶ। କେବଳ ଭାରତରେ ପ୍ରାୟ ୪ ଲକ୍ଷ ଲୋକଙ୍କ ଜୀବନ ଓ ୧୫ ଲକ୍ଷରୁ ଅଧିକ ନୂତନ ରୋଗ ମାମଲାକୁ ରୋକାଯାଇପାରିବ। ସେହିପରି ଚୀନ୍‌ରେ ପ୍ରାୟ ୧୦.୮ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଯାଇପାରିବ। ଯଦିଓ ଏହି ଲୁଣ ସାଧାରଣ ଲୋକଙ୍କ ପାଇଁ ଲାଭଦାୟକ, କିନ୍ତୁ କିଡ୍‌ନି ରୋଗ ଥିବା ଲୋକମାନେ ଓ କିଛି ନିର୍ଦ୍ଦିଷ୍ଟ ଔଷଧ ସେବନ କରୁଥିବା ବ୍ୟକ୍ତି ଏହାର ବ୍ୟବହାର ପୂର୍ବରୁ ସତର୍କ ରହିବା ଉଚିତ। ଶରୀରରେ ଅଧିକ ପୋଟାସିୟମ୍ ଜମା ହେବା କାରଣରୁ ସେମାନଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ତେବେ ଡାକ୍ତରୀ ପରାମର୍ଶ ଓ ସଚେତନତା ଦ୍ୱାରା ଏହି ସମସ୍ୟାକୁ ନିୟନ୍ତ୍ରିତ କରିହେବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.