Possibility of heavy rainfall in Odisha: ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା: ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ସ୍ଥିତି ତଦାରଖ, କଡ଼ା ନଜର ରଖିବାକୁ ନିର୍ଦ୍ଦେଶ

5 days ago 5
ARTICLE AD BOX

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ସେପଟେ ସାରା ରାଜ୍ୟରେ ଗତ ୧୨ ଦିନରେ ହାରାହାରି ୨୫ ପ୍ରତିଶତ ଅଧିକ ବର୍ଷା ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଏଣୁ ରାଜ୍ୟ ସରକାର ପାଣିପାଗ ତଥା ନଦୀର ସ୍ଥିତି ଉପରେ କଡ଼ା ଓ ନିରନ୍ତର ନଜର ରଖିଛନ୍ତି।  ରାଜ୍ୟର ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ଓ ସବୁ ନଦୀର ଜଳସ୍ତର ବିପଦସଙ୍କେତ ତଳେ ଥିବା ରାଜ୍ୟ ସରକାର କହିଛନ୍ତି। ସେପଟେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଉପରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। 

Elephant: ସିଙ୍ଗାରି ପଞ୍ଚାୟତ କରଞ୍ଜା ଗାଁରେ କପା ଫସଲ ଉଜାଡ଼ିଲେ ହାତୀପଲ

୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ସ୍ଥିତି ତଦାରଖ, କଡ଼ା ନଜର ରଖିବାକୁ ନିର୍ଦ୍ଦେଶ
ବିପଦସଙ୍କେତ ତଳେ ସବୁ ନଦୀର ଜଳସ୍ତର

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି ୨୪.୫ ମିମି ବର୍ଷା ରେକର୍ଡ କରାଯାଇଛି। ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ୍‌ରେ ସର୍ବାଧିକ ୧୯୨ ମିମି ବର୍ଷା ହୋଇଛି। ୫ଟି ବ୍ଲକ୍‌ରେ ୧୦୦ ମିମିରୁ ଅଧିକ ଏବଂ ୩୩ଟି ବ୍ଲକ୍‌ରେ ୫୦ରୁ ୧୦୦ ମିମି ମଧ୍ୟରେ ବର୍ଷା ରେକର୍ଡ କରାଯାଇଛି। ସେପ୍ଟେମ୍ବର ୧ରୁ ୧୨ ତାରିଖ ମଧ୍ୟରେ ମୋଟ ବର୍ଷା ପରିମାଣ ୯୦.୨ ମିମି ରହିଛି, ଯାହା ସ୍ୱାଭାବିକ ବର୍ଷାର ହାରାହାରି ୯୬.୬ ମିମି ତୁଳନାରେ ୬.୬ ପ୍ରତିଶତ କମ୍। ଅନ୍ୟପକ୍ଷରେ, ଜୁନ୍ ୧ରୁ ସେପ୍ଟେମ୍ବର ୧୨ ମଧ୍ୟରେ ମୋଟ ବର୍ଷା ପରିମାଣ ୧୨୪୭.୫ ମିମି ରହିଛି, ସ୍ୱାଭାବିକ ହାରାହାରି ବର୍ଷାଠାରୁ ୯୯୭.୦ ମିମି ତୁଳନାରେ ୨୫.୧ ପ୍ରତିଶତ ଅଧିକ।

Drinking water: ପ୍ରଦୂଷିତ ଭୂତଳ ଜଳ ପାଇଁ ବିକଳ୍ପ ପଦକ୍ଷେପ; ନିର୍ମଳ ବୁନ୍ଦା ଲୋକାର୍ପିତ

ଅପରପକ୍ଷେ, ଉତ୍ତର-ପଶ୍ଚିମ ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହା ସଂଲଗ୍ନ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଉପରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହେବା ସହ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଉତ୍ତର ଉପକୂଳବର୍ତ୍ତୀ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଅତିକ୍ରମ କରିବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଏହା ବ୍ୟତୀତ ବାଲେଶ୍ୱର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବିଜୁଳି, ଘଡଘଡ଼ି ସହ ବର୍ଷା ଓ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.