Poor Road Condition ରାସ୍ତାରେ ଖାଲଖମା ଓ ଜମୁଛି ପାଣି, ଧାନତଳି ରୋଇ ପ୍ରତିବାଦ

1 week ago 7
ARTICLE AD BOX

ଚଣ୍ଡିଖୋଲ(ଭକ୍ତ ସାହୁ): ଖାଲ ଖମାରେ ଭର୍ତ୍ତି ହୋଇ ଗଲାଣି ବାଳିଚନ୍ଦ୍ରପୁର ବଜାରର ପୂର୍ତ୍ତ ବିଭାଗ ରାସ୍ତା । ଏଥିପାଇଁ ଯାତାୟତରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଏହି ଖାଲରେ ପଡ଼ି ଅନେକ ସ୍କୁଲ କଲେଜ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି।

Road Project Stalled ଠିକା କାମ ପାଇଁ ସରପଞ୍ଚ-ସମିତିସଭ୍ୟ ଭିଡ଼ାଓଟରା, ସଡ଼କ ହେଲାଣି ଖାଲଗହିରା

ଅଭିଯୋଗ ଅନୁସାରେ, ପଟ୍ଟାମୁଣ୍ଡାଇ କେନାଲ ବନ୍ଧ ନୂଆ ପୋଲ ନିକଟରୁ କଲେଜ ଛକ ପର୍ଯ୍ୟନ୍ତ ଏହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି । ଏହି ରାସ୍ତାର ମରାମତି ପାଇଁ ଅନେକ ଥର ସ୍ଥାନୀୟ ଲୋକେ  ଜନପ୍ରତିନିଧି ଓ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ କେହି ଏଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି।  

Capital Road: ରାଜଧାନୀ ରାସ୍ତା ଭଗବାନ ଭରସା: ସାଢ଼େ ୪ ବର୍ଷରେ ଗଡ଼ିଲାଣି ୮୫୦ ମୁଣ୍ଡ

ଏହାର ପ୍ରତିବାଦରେ ଆଜି(ମଙ୍ଗଳବାର) ଅନନ୍ତ ଦାସଙ୍କ ନେତୃତ୍ୱରେ ସ୍ଥାନୀୟ ଅଞ୍ଚଳର ଯୁବସମାଜ ପ୍ରତିନିଧି ପ୍ରତିନିଧି ସତ୍ୟାନନ୍ଦ ମଲ୍ଲିକ, ପ୍ରକାଶ ବଳ, ନିବାରଣ ସାହୁ, ବିମଳ ଧଳ ଓ ସାରଦା ପ୍ରସନ୍ନ ବଳ ପ୍ରମୁଖ  ଏହି ରାସ୍ତାରେ ସୃଷ୍ଟି ହୋଇଥିବା ଖାଲ ସ୍ଥାନରେ ଧାନ ତଳି ରୋଇ ପ୍ରତିବାଦ ଜଣାଇଥିଲେ । ତେବେ ଏହି ଖାଲ ଖମା ଭର୍ତ୍ତି ବାଳିଚନ୍ଦ୍ରପୁର ବଜାର ରାସ୍ତାର ତୁରନ୍ତ ମରାମତି କରାନଗଲେ ଉପରୋକ୍ତ ଯୁବ ପ୍ରତିନିଧି ମାନେ ଖୁବଶୀଘ୍ର ରାସ୍ତା ଅବରୋଧ କରି ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.