Poor Quality Work ନିର୍ମାଣ ଶେଷ ହୋଇନାହିଁ, ଦବିଲାଣି ମ. ରାମପୁର-କର୍ଲାମୁଣ୍ଡା ପୂର୍ତ୍ତରାସ୍ତା

2 weeks ago 9
ARTICLE AD BOX

କର୍ଲାମୁଣ୍ଡା (ଭଜଶ୍ୟାମ ସାହୁ): ଦେଢ଼ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ମଦନପୁର ରାମପୁର-ରିଷିଡା-କର୍ଲାମୁଣ୍ଡା ପୂର୍ତ୍ତବିଭାଗ ରାସ୍ତା କାମ ଶେଷ ହୋଇନାହିଁ, କିନ୍ତୁ ରାସ୍ତାର ସ୍ଥାନେସ୍ଥାନେ ଦବିବା ଆରମ୍ଭ କରିଛି। କେବଳ ଏହାନୁହେଁ, ‌ରାସ୍ତାକଡ଼ର ନାଳ ଉପରେ ଯେଉଁ ଢାଙ୍କୁଣି ପକାଯାଇଥିଲା ତାହା ମଧ୍ୟ ଭାଙ୍ଗିଗଲାଣି। 

ରାସ୍ତାର ସମ୍ପ୍ରତି ପିଚୁ କାମ ପ୍ରାୟ ଶେଷ ହୋଇଛି, କିନ୍ତୁ କଂକ୍ରିଟ ରାସ୍ତା କାମ ଅଦ୍ୟାବଧି ଆରମ୍ଭ କରାଯାଇନାହିଁ । ରିଷିଡା ଗ୍ରାମ ଭିତରେ ଦେଇ ଯାଇଥିବା ରାସ୍ତାର ରିଷିଡା ରାମମନ୍ଦିର ଠାରୁ ଗାଁ ଶେଷ ମୁଣ୍ଡ ଯାଏ କାମ ଅଦ୍ୟାବଧି ଆରମ୍ଭ ହୋଇନାହିଁ। ନୂତନ ସିସିରୋଡ୍‌ ଓ ଡ୍ରେନ ପୁନରୁଦ୍ଧାର ହେବା କଥା କିନ୍ତୁ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମନମାନି ହେତୁ କାମ ଆରମ୍ଭ ହେଉନାହିଁ । ଯଦ୍ୱାରା ସ୍ଥାନୀୟ ଲୋକେ ବହୁତ ସମସ୍ୟାର ସମ୍ମଖୀନ ହେଉଛନ୍ତି।

karlamunda PWD road1

 ଏହି ରାସ୍ତାକଡରେ ଥିବା ପୂର୍ବର ଡ୍ରେନ ନଷ୍ଟ ହୋଇଥିବା ବେଳେ ଆଜି ଭୁଷୁଡି ପଡିଛି । ପୁଣି କହ୍ନାରପଡା ବୁଲାଣି ଠାରେ ଦୀର୍ଷ ବର୍ଷ ହେଲା ରାସ୍ତାର ଗୋଟିଏ ପାଶ୍ୱର୍ ଦବି ଯାଇଥିବା ବେଳେ ନିକଟରେ ଥିବା ଘରର ଲୋକେ ଦୁର୍ଘଟଣା ଆଂଶକାରେ ସବୁବେଳେ ଆତଙ୍କିତ ରହୁଛନ୍ତି । ଏବେ ଡ୍ରେନ ଭୂଷୁଡି ପଡିଥିବାରୁ ନାଳର ଆବର୍ଜନା ଓ ନର୍ଦ୍ଦମାଜଳ ଘରକୁ ପଶୁଛି ଓରାସ୍ତାରେ ଜମା ହୋଇ ରହୁଛି।  ଯଦି ବର୍ତ୍ତମାନ ଡ୍ରେନ ପୁନଃରୁଦ୍ଧାର ଓ ରାସ୍ତାକାମ କରାନଯାଏ ତେବେ ଆନ୍ଦୋଳନତ୍ମକ ପଦକ୍ଷେପ ନିଆଯିବ ବୋଲି କହ୍ନାରପଡା ଲୋକେ ଚେତାବନୀ ଦେଇଛନ୍ତି । 

Plantation roadside Pwd Minister : ସବୁ ରାସ୍ତାକଡ଼ରେ ବୃକ୍ଷରୋପଣ କରାଯିବ: ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ପ୍ରକାଶଥାଉକି ଏହି ରାସ୍ତା ବ୍ଲକର ପ୍ରମୁଖ ମାର୍ଗ ହୋଇଥିବା ବେଳେ ଏହି ରାସ୍ତାଦେଇ କଟକ, ଭୁବନେଶ୍ୱର, କେସିଙ୍ଗା, ଭବାନୀପାଟଣା, ବଲାଙ୍ଗୀର, ବରଗଡ, ବୌଦ୍ଧ ଅଞ୍ଚଳକୁ ପ୍ରତ୍ୟେହ ଯାନବାହାନ ଚଳାଚଳ ହେଉଛି।  ଶତାଧିକ ଛାତ୍ରଛାତ୍ରୀ ବ୍ୟବସାୟୀ କର୍ମଚାରୀମାନେ  ବ୍ଲକ, ତହସିଲ ଅଫିସ ସମେତ ରିଷିଡା ସ୍ଥିତ ବିଭିନ୍ନ ଅନୁଷ୍ଠାନ ଯାତାୟତ କରିଥାନ୍ତି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.