Police custody: ପୁଲିସ ପଞ୍ଝାରେ ଜଟିଆ ଗ୍ୟାଙ୍ଗ୍: ବାଇକ୍, ଫୋନ୍ ଓ କଟୁରି ଜବତ

3 weeks ago 11
ARTICLE AD BOX

ଭୁବନେଶ୍ବର: ଗତ କିଛିଦିନ ହେବ ରାଜଧାନୀରେ ଛିନ୍‌ତାଇ କରି ଆତଙ୍କ ଖେଳାଇଥିବା କୁଖ୍ୟାତ ଲୁଟେରା ଜଟିଆ ଓ ଗ୍ୟାଙ୍ଗର ୨ ଜଣଙ୍କୁ କାବୁ କରିଛି ଖାରବେଳ ନଗର ଥାନା ପୁଲିସ। ସେମାନେ ହେଲେ, ଗ୍ୟାଙ୍ଗ୍ ମୁଖିଆ ପଳାଶପଲ୍ଲୀ ବସ୍ତିର ବିକାଶ ସାହାଣୀ ଓରଫ ଜଟିଆ, ଯାଜପୁର ବିଞ୍ଝାରପୁରର ନିଖିଳ କୁମାର ସାମଲ ଓ ପୁରୁଣା ଭୁବନେଶ୍ୱର ପାଟଣାସାହିର ସିଦ୍ଧେଶ୍ୱର ମହାନ୍ତି। ସେମାନଙ୍କଠାରୁ ୬ଟି ମୋବାଇଲ୍ ଫୋନ୍, କଟୁରି ଓ ବାଇକ୍ ଜବତ କରିଛି ପୁଲିସ। ଅଭିଯୁକ୍ତମାନଙ୍କୁ ରିମାଣ୍ଡ୍‌ରେ ଆଣି ଟିଆଇ ପରେଡ୍ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

Foreign Tour: ତିନି ଦେଶ ଗସ୍ତ କରିବେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ

ପୁଲିସ ସୂଚନାନୁସାରେ, ଗତ ୬ ତାରିଖ ରାତି ପ୍ରାୟ ୯ଟାରେ ନୀଳାଦ୍ରିବିହାରର ଦୁର୍ଯ୍ୟୋଧନ ସେନାପତି ଓ ତାଙ୍କ ପତ୍ନୀ ଡାକ୍ତରଖାନାରୁ ଘରକୁ ଫେରୁଥିଲେ। ଶାସ୍ତ୍ରୀନଗର ନିକଟରେ ଜଟିଆ ଓ ଆକାଶ ବାଇକରେ ଆସି ମୋବାଇଲ ଫୋନ୍ ଛଡ଼ାଇ ନେଇଥିଲେ। ଦୁର୍ଯ୍ୟୋଧନ ଏନେଇ ଖାରବେଳନଗର ଥାନାରେ ଏତଲା ଦେବାପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ୍‌ କରିବା ସହ ଲୁଟେରା ବ୍ୟବହାର କରିଥିବା ଗାଡ଼ିକୁ ଚିହ୍ନଟ କରିଥିଲା। ଏହି ଆଧାରରେ ବାପୁଜୀନଗରରେ ବୁଲଥିବା ସମୟରେ ଖବର ପାଇ ପୁଲିସ ପ୍ରଥମେ ଜଟିଆକୁ ଗିରଫ କରିଥିଲା। ଏହାପରେ ନିଖିଲ ପାଖରେ ପହଞ୍ଚି ତା’ ନିକଟରୁ ମୋବାଇଲ ଫୋନ୍, କଟୁରି ଓ ଲୁଟରେ ବ୍ୟବହୃତ ବାଇକ୍ ଜବତ କରିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ବିଗତ ୩ ସପ୍ତାହରେ ଜଟିଆ ସହଯୋଗୀ ଆକାଶ ସହିତ ମିଶି ରାଜଧାନୀରୁ ମୋବାଇଲ୍, ସୁନାଚେନ୍ ଓ ଭ୍ୟାନିଟି ବ୍ୟାଗ୍ ଝାମ୍ପୁଥିଲା। ଜଟିଆ ଓ ଆକାଶ ମୋବାଇଲ ଲୁଟ୍ କରିବା ପରେ ନିଖିଳକୁ ଦେଉଥିଲେ। ନିଖିଳ ସେହି ମୋବାଇଲକୁ ସିଦ୍ଧେଶ୍ୱର ମାଧ୍ୟମରେ ବିକ୍ରି କରି ଜଟିଆ ଓ ଆକାଶକୁ ଟଙ୍କା ଦେବା ସହ ନିଜର କମିସନ୍ ରଖୁଥିବା ପୁଲିସ ସୂଚନା ଦେଇଛି। ଏହି ଆଧାରରେ ପୁଲିସ ଟିମ୍ ମୋବାଇଲ ଦୋକାନରେ ଚଢ଼ଉ କରି କର୍ମଚାରୀ ସିଦ୍ଧେଶ୍ୱରକୁ ଗିରଫ କରିବା ସହ ଦୁର୍ଯ୍ୟୋଧନଙ୍କ ଠାରୁ ୪ଟି ଚୋରା ଫୋନ୍ ଜବତ କରିଥିଲା। 

Education: ୫ଟି ମଡେଲ ଡିଗ୍ରି କଲେଜର ୨୫ଆଉଟସୋର୍ସିଂ କର୍ମଚାରୀ ବିଦା

ସେହିଭଳି ଏୟାରପୋର୍ଟ ଅଞ୍ଚଳରେ ଜଣେ ଯୁବକଙ୍କୁଠାରୁ ଜଟିଆ ଗ୍ୟାଙ୍ଗ୍ ସୁନା ଚେନ୍ ଝାମ୍ପିଥିବା ନେଇ ଅଭିଯୋଗ ହୋଇଛି। ଏୟାରପୋର୍ଟ ଥାନା ବ୍ୟତୀତ ଅନ୍ୟାନ୍ୟ ଅଞ୍ଚଳରୁ ବି ଜଟିଆ ଗ୍ୟାଙ୍ଗ୍‌ ଲୁଟ୍‌ପାଟ୍ କରିଥିବାରୁ ଜଟିଆକୁ ରିମାଣ୍ଡ୍‌ରେ ନେବାକୁ ବିଭିନ୍ନ ଥାନା ପୁଲିସ୍ ଆବେଦନ କରିବେ ବୋଲି ଜଣାପଡ଼ିଛି। ଜଟିଆ ନାଁରେ ଲକ୍ଷ୍ମୀସାଗର, ଏୟାରପୋର୍ଟ, କ୍ୟାପିଟାଲ୍, ଲିଙ୍ଗରାଜ, ଖାରବେଳନଗର ପ୍ରମୁଖ ଥାନରା ୧୪ଟି, ନିଖିଳ ଓ ସିଦ୍ଧେଶ୍ବର ନାଁରେ ୨ଟି ଲେଖାଁଏ ମାମଲା ଥିବା ତଦନ୍ତ ବେଳେ ପୁଲିସ ସୂଚନା ଦେଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.