PM's video message: ପିଲାମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା: ଭୁଲ୍‌ରୁ ଶିଖ, ଆଗକୁ ବଢ଼

2 days ago 1
ARTICLE AD BOX

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୁଣି ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି। ଏଥର ସେ ଦିଲ୍ଲୀର ଜନ୍ତରମନ୍ତରରେ ଚଳିତମାସରେ ଆନ୍ଦୋଳନ କରିଥିବା ପିଲାମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି, ଜନ୍ତରମନ୍ତରରେ ଯାହା କିଛି ହେଲା ତାକୁ ସାରା ଦୁନିଆ ଦେଖିଲା। କିଛି ପିଲା ସଭ୍ୟ ସମାଜକୁ ଶୋଭା ନପାଇବା ଭଳି ଶବ୍ଦ ପ୍ରୟୋଗ କଲେ। ମୋତେ ତ ଗାଳି ‌ଦେଲେ,‌ ମୋର ସ୍ବର୍ଗୀୟା ମାଆଙ୍କୁ ବି ଛାଡ଼ିଲେନି। ମୁଁ କିନ୍ତୁ ଆଜି ଏ ସଂକ୍ରାନ୍ତରେ ବାର୍ତ୍ତା ଦେବାକୁ ଚାହୁଛି। ପିଲାବେଳେ ଭୁଲ୍‌ ହୁଏ। ଭୁଲ୍‌କୁ ସୁଧାରିବାର ସୁଯୋଗ ମଧ୍ୟ ଆସିଥାଏ। 

Illegal Firecrackers: ଲାଇସେନ୍ସପ୍ରାପ୍ତ ଦୋକାନରେ ବେଆଇନ ବାଣ ବିକ୍ରି; ପୁଲିସର ଚଢ଼ଉରେ ଖୁଲାସା

ସମାଜରେ ଯେଉଁ ଆକ୍ରୋଶ ହୋଇଛି ତାହାକୁ ମୁଁ ଭଲ ଭାବେ ବୁଝିଛି। ଆମ ଝିଅମାନେ କିପରି ଏଭଳି ଭାଷା କହିପାରିଲେ? ଏହା ଆମ ସଂସ୍କୃତିର ପରିପନ୍ଥୀ। ତେବେ ଏଭଳି ଭ୍ରମିତ ପିଲାଙ୍କୁ ଠିକ ରାସ୍ତା ଦେଖାଇବା ଆମର କାମ। ସେମାନଙ୍କୁ ଜେଲ୍‌ ପଠାଇବା, ଅଦାଲତ ପଠାଇବା, ସମାଜରେ ପ୍ରତାରିତ କରିବା ଦ୍ବାରା ପରିସ୍ଥିତିରେ ଆମେ ପରିବର୍ତ୍ତନ ଆଣିପାରିବା ନାହିଁ। ମୁଁ ସେମାନଙ୍କୁ କ୍ଷମା ଦେବାକୁ ଚାହୁଛି। ପିଲାମାନେ କିଛି ନୂଆ ଶିଖନ୍ତୁ। ଭୁଲ୍‌ରୁ ଶିଖନ୍ତୁ, ସ୍ବପ୍ନକୁ ନେଇ ଆଗକୁ ବଢ଼ନ୍ତୁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.