PM Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

17 hours ago 2
ARTICLE AD BOX

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ୭୬ ତମ ଜନ୍ମଦିନ। ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଭକାମନା ଜଣାଇବା ସହ କହିଛନ୍ତି, ବିକଶିତ ଭାରତର ସ୍ୱପ୍ନଦ୍ରଷ୍ଟା, ପ୍ରେରଣାଦାୟୀ ନେତୃତ୍ୱ ଓ କୋଟି କୋଟି ଭାରତୀୟଙ୍କ ସ୍ୱାଭିମାନର ପ୍ରତୀକ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା। ତାଙ୍କର ଯୁଗାନ୍ତକାରୀ ଦିଗଦର୍ଶନ ଓ ଓଡ଼ିଶା ପ୍ରତି ଅତୁଟ ସ୍ନେହ ଆମକୁ ଏକ ସଶକ୍ତ, ଆତ୍ମନିର୍ଭର ତଥା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ନୂତନ ଶକ୍ତି ଯୋଗାଉଛି। ତାଙ୍କର ଏହି କର୍ମଯୋଗୀ ଜୀବନ ଆମକୁ ଜନକଲ୍ୟାଣ ଓ ସେବା ସଂକଳ୍ପରେ ଆଗେଇ ନେବାକୁ ସଦା ପ୍ରେରଣା ଦେଉ। ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ଦୀର୍ଘାୟୁ, ନିରାମୟ ଜୀବନ ଏବଂ ରାଷ୍ଟ୍ରସେବା ପାଇଁ ଅପାର ଶକ୍ତି ପ୍ରଦାନ କରନ୍ତୁ।

ଆପଣଙ୍କୁ ଦୀର୍ଘାୟୁ, ନିରାମୟ ସ୍ୱାସ୍ଥ୍ୟ ଓ ପ୍ରଚଣ୍ଡ ଆତ୍ମବଳ ପ୍ରଦାନ କରନ୍ତୁ

ଜଣେ ସେବକର ନିଷ୍ଠା ଯେବେ ନାୟକର ସଂକଳ୍ପରେ ରୂପାନ୍ତରିତ ହୁଏ, ସେତେବେଳେ ‘ନରେନ୍ଦ୍ର’ଙ୍କ ନେତୃତ୍ୱରେ ନବଭାରତର ନିର୍ମାଣ ହୁଏ। ପ୍ରେରଣାର ପୁଞ୍ଜ, ଦୂରଦର୍ଶୀ ନେତୃତ୍ୱ, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ ଜନ୍ମଦିନର ଶତ ଶତ ଶୁଭେଚ୍ଛା। ମା' ଭାରତୀର ସେବାରେ ଆପଣଙ୍କ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଏକ ସମର୍ପିତ ସମିଧ। ଆପଣଙ୍କ ସଂକଳ୍ପସିଦ୍ଧ ନେତୃତ୍ୱରେ ଗରିବୀ ଓ ଅସମାନତାର ଅନ୍ଧକାର ଦୂର ହୋଇ ‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ’ର ମନ୍ତ୍ର ଆଜି ପ୍ରତି ଦେଶବାସୀଙ୍କ ହୃଦୟରେ ‘ବିକାଶର ମହାମନ୍ତ୍ର’ ହୋଇ ଗୁଞ୍ଜରିତ ହେଉଛି। ଭିତ୍ତିଭୂମିରୁ ଭବିଷ୍ୟତ, ଗ୍ରାମାଞ୍ଚଳରୁ ଅନନ୍ତ ମହାକାଶ, ଆପଣଙ୍କ ବିଶାଳ ଦୂରଦୃଷ୍ଟି ଦେଶବାସୀଙ୍କୁ କେବଳ ସ୍ୱପ୍ନ ଦେଖାଇନାହିଁ, ବରଂ ସ୍ୱପ୍ନକୁ ସାକାର କରିବାର ସାହସ ଓ ଶକ୍ତି ଦେଇଛି। ଆପଣଙ୍କ ଜନ୍ମଦିନର ଏହି ଶୁଭ ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି, ସେ ଆପଣଙ୍କୁ ଦୀର୍ଘାୟୁ, ନିରାମୟ ସ୍ୱାସ୍ଥ୍ୟ ଓ ପ୍ରଚଣ୍ଡ ଆତ୍ମବଳ ପ୍ରଦାନ କରନ୍ତୁ। ଆପଣଙ୍କ କର୍ମଯୋଗରେ ବିକଶିତ ଭାରତର ସଂକଳ୍ପ ସାକାର ହେଉ ଏବଂ ଭାରତ ବିକାଶ ପଥରେ ନିରନ୍ତର ଆଗେଇ ଚାଲୁ।’

Vikram: ପୁଣି ଗିରଫ ହେବେ ବିକ୍ରମ! ପୁଲିସ ଗିରଫ କରିଛି କି ସେ ଆତ୍ମସମର୍ପଣ କରିଛି ସ୍ପଷ୍ଟ ହୋଇନି

Read Entire Article
LEFT SIDEBAR AD

Hidden in mobile, Best for skyscrapers.