Plane Crash: ନାଜକା ଲାଇନ୍ସ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ: ମଝି ଆକାଶରେ ୧୩ ଜୀବନ୍ତ ଦଗ୍ଧ

1 day ago 2
ARTICLE AD BOX

ଲିମା: ଦକ୍ଷିଣ ଆମେରିକୀୟ ଦେଶ ପେରୁରେ ଏକ ବିମାନ ଦୁର୍ଘଟଣା ଘଟିଛି। ପର୍ଯ୍ୟଟକମାନଙ୍କୁ ବିଶ୍ୱ ପ୍ରସିଦ୍ଧ ଏବଂ ପ୍ରାଚୀନ ନାଜକା ଲାଇନ୍ସ ଦେଖାଇବାକୁ ନେଇ ଯାଉଥିବା ଏକ ଛୋଟ ପର୍ଯ୍ୟଟନ ବିମାନ ହଠାତ୍ ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଭୟଙ୍କର ଦୁର୍ଘଟଣାରେ, ବିମାନରେ ଥିବା ସମସ୍ତ ୧୩ ଜଣଙ୍କର ଘଟଣାସ୍ଥଳରେ ଦୁଃଖଦ ଭାବରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ପଛର ପ୍ରକୃତ କାରଣ ଜାଣିବା ପାଇଁ ସ୍ଥାନୀୟ ପୁଲିସ ଏବଂ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ବିମାନର ଇଞ୍ଜିନରେ କିଛି ତ୍ରୁଟି ଥିଲା ଅବା ଅନ୍ୟ କୌଣସି କାରଣରୁ ଦୁର୍ଘଟଣା ଘଟିଛି ତାହାର ତଦନ୍ତ ଜାରି ରହିଛି। ପେରୁ ସରକାର ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତି ଏବଂ ଜନସାଧାରଣଙ୍କୁ ଏକ ନିରପେକ୍ଷ ତଦନ୍ତ ପାଇଁ ଆଶ୍ୱାସନା ଦେଇଛନ୍ତି।

ବିମାନଟି ହଠାତ୍ ଖସି ପଡ଼ିଥିଲା

ସ୍ଥାନୀୟ ପୁଲିସ ଅଧିକାରୀ ଜର୍ଜ ଆଣ୍ଡ୍ରାଡେଙ୍କ ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ଛୋଟ ବିମାନରେ ମୋଟ ୧୧ ଜଣ ଯାତ୍ରୀ ଏବଂ ୨ ଜଣ କ୍ରୁ ସଦସ୍ୟ ଥିଲେ। ପ୍ରଶାସନ ଏହି ଭୟଙ୍କର ବିମାନ ଦୁର୍ଘଟଣାରୁ କେହି ବଞ୍ଚିଥିବାର କୌଣସି ରିପୋର୍ଟ ପାଇନାହାନ୍ତି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପର୍ଯ୍ୟଟନ ବିମାନଟି ନିକଟସ୍ଥ ଇକା ସହରରୁ ଉଡ଼ାଣ କରିଥିଲା। ବିମାନଟି ମରୁଭୂମିରେ ଥିବା ବିଶ୍ୱର ପ୍ରାଚୀନ ଐତିହ୍ୟ ନାଜକା ଲାଇନ୍ସ ଆକାଶରୁ ପରିଦର୍ଶନ ପାଇଁ ଉଡ଼ାଣ କରୁଥିବା ବେଳେ ହଠାତ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ, ବିମାନଟି ହଠାତ୍ ନାଜକା ଲାଇନ୍ସ ନିକଟରେ ଥିବା ଏକ କ୍ଷେତରେ ଖସି ପଡ଼ିଥିଲା। ବିମାନରେ ନିଆଁ ଲାଗିଯାଇଥିଲା। ଫଳରେ ସମସ୍ତ ପର୍ଯ୍ୟଟକ ଏବଂ କ୍ରୁ ସଦସ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।

Bomb Blast: ମସ୍କୋର ରେଷ୍ଟୁରାଣ୍ଟ ନିକଟରେ ବଡ଼ ବିସ୍ଫୋରଣ; ତିନି ଜଣଙ୍କର ମୃତ୍ୟୁ

ବିଶ୍ୱ ପ୍ରସିଦ୍ଧ ନାଜକା ଲାଇନ୍ସ ପେରୁର ଏକ ଉଲ୍ଲେଖନୀୟ ପ୍ରାଚୀନ ଐତିହ୍ୟ ସ୍ଥଳ। ଏହା ସାରା ବିଶ୍ୱରୁ ବହୁ ସଂଖ୍ୟକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ୟୁନେସ୍କୋ ତାଲିକାଭୁକ୍ତ ଏହି ପ୍ରତ୍ନତାତ୍ତ୍ୱିକ ସ୍ଥାନରେ ମରୁଭୂମିରେ ବିଶାଳ ପ୍ରାଚୀନ ଚିହ୍ନ ଖୋଦିତ ହୋଇଛି। ପ୍ରତିବର୍ଷ ପ୍ରାୟ ଏକ ଲକ୍ଷରୁ ଅଧିକ ପର୍ଯ୍ୟଟକ ଏହି ସ୍ଥାନକୁ ପରିଦର୍ଶନ କରିଥାନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଛୋଟ ବିମାନରୁ ଆକାଶରୁ ଏହି ସ୍ଥାନକୁ ଦେଖିଥାନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.