Pindi is empty: ଖାଲିପଡ଼ିଛି ପିଣ୍ଡି, ରାସ୍ତାକଡ଼ରେ ବ୍ୟବସାୟୀ

1 week ago 9
ARTICLE AD BOX

ଭୁବନେଶ୍ୱର: ଏକାମ୍ର ପାର୍କରୁ ପାଵାର ହାଉସ୍‌ ଛକ ପର୍ଯ୍ୟନ୍ତ ରାସ୍ତାରେ ଟ୍ରାଫିକ୍‌ ଜାମ୍‌ କମାଇବା ଓ ଉଠାଦୋକାନୀଙ୍କୁ ଥଇଥାନ ପାଇଁ ୨ ବର୍ଷ ତଳେ ବିଏମ୍‌ସି ପକ୍ଷରୁ ସିଆର୍‌ପିଏଫ୍ କ୍ୟାମ୍ପସ ପାଖରେ ମୁକ୍ତା ଅଧୀନରେ ୮୯ଟି ପିଣ୍ଡି ପ୍ରସ୍ତୁତ କରାଯାଇଥିଲା। ହେଲେ ଇତିମଧ୍ୟରେ ୨ ବର୍ଷ ବିତି ଯାଇଥିଲେ ମଧ୍ୟ ଏଠାରେ ବେପାରୀମାନଙ୍କ ଦେଖା ନାହିଁ। ଫଳରେ ଲକ୍ଷ ଲକ୍ଷ ଟଙ୍କାର ନିର୍ମିତ ଏହି ପିଣ୍ଡି ବୁଲା ଜୀବଜନ୍ତୁ ଓ ନିଶାଡ଼ିଙ୍କ ଆଡ଼ାସ୍ଥଳୀ ପାଲଟିଛି।  

CJP's 'Sansad Chalo' campaign: ସିଜେପିର ‘ସଂସଦ ଚଲୋ’ ଅଭିଯାନ: ରଣକ୍ଷେତ୍ର ପାଲଟିଲା ଦିଲ୍ଲୀ, ଆନ୍ଦୋଳନକାରୀଙ୍କୁ ଲାଠିମାଡ଼

ମୁକ୍ତା ଅଧୀନରେ ଵାର୍ଡ ନମ୍ୱର ୧୫ରେ ୪୫ଟି କିଓସ୍କ ଓ ୮୯ ପିଣ୍ଡି ପାଇଁ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଵାର୍ଡରେ ଥିବା ଦୁଇଟି ଭେଣ୍ଡିଂ ଜୋନ୍‌ର ବ୍ୟବସାୟୀଙ୍କୁ ଏହି କିଓସ୍କରେ ଥଇଥାନ କରାଯାଇଥିଲା। ସେହିପରି ପାଵାର ହାଉସ୍‌ ଛକରୁ ଏକାମ୍ର ପାର୍କ ପର୍ଯ୍ୟନ୍ତ ରାସ୍ତାକଡ଼ରେ ବସୁଥିବା ଉଠାଦୋକାନୀଙ୍କୁ ଏଠାରେ ଥଇଥାନ କରିବାକୁ ଯୋଜନା ହୋଇଥିଲା। ଏପରିକି ବିଏମ୍‌ସି ପକ୍ଷରୁ ସର୍ଭେ କରାଯାଇ ଦୋକାନୀମାନଙ୍କ ନାମ ମଧ୍ୟ ପ୍ରକାଶ ପାଇଥିଲା। ହେଲେ ଏଠାରେ ମୌଳିକ ସୁବିଧା ନାହିଁ କହି ଦୋକାନୀମାନେ ଆସୁନାହାନ୍ତି। ବ୍ୟବସାୟୀଙ୍କ କହିବା ଅନୁଯାୟୀ ପ୍ରଥମତଃ ନିଜ ଵାର୍ଡରେ ଆମକୁ ଥଇଥାନ କରାଗଲା ନାହିଁ। ପୁଣି ଯେଉଁଠି ଥଇଥାନ କଲେ ସେଠାରେ ଜାଗା ଏତେ କମ୍‌ ଯେ ଜିନିଷ ଥୋଇଦେଲେ ବସିପାରୁନୁ।    

Anti-liquor movement: ବରଗଡ଼ରେ ତେଜୁଛି ମଦ ବିରୋଧୀ ଆନ୍ଦୋଳନ: ଗାଁଠୁ ସହର ସବୁଠି ସକ୍ରିୟ ଗୁଲାବ୍‌ ଗ୍ୟାଙ୍ଗ୍‌

ଦୋକାନୀମାନଙ୍କ ମଧ୍ୟରେ ଅଧିକାଂଶ ପନିପରିବା, ଫଳ, ଜଳଖିଆ, ଫାଷ୍ଟଫୁଡ୍‌, ମୋବାଇଲ ଆଦି ବ୍ୟବସାୟୀ ଅଛନ୍ତି। ତେଣୁ ଏତେ କମ୍‌ ଜାଗାରେ ବେପାର କରିବା ସମ୍ଭବ ହେଉନାହିଁ ବୋଲି ସେମାନେ କହିଛନ୍ତି। ପୁଣି ସୁରକ୍ଷା ବ୍ୟବସ୍ଥା ନଥିବାରୁ ଠେଲା, ଟ୍ରଲି, କ୍ୟାବିନ୍‌ ଚୋରି ହେବାର ଭୟ ଘାରିଛି। ପୁଣି ଏଠାରେ ପାଖାପାଖି ୫ଟି ପିଣ୍ଡି ଆମିଷ ବ୍ୟବସାୟୀଙ୍କୁ ଦିଆଯାଇଛି। ହେଲେ ଆମିଷ ଧୋଇବା ପାଇଁ ପାଣି ନାହିଁ। ପରିଚାଳନା ହେଉ ନଥିବାରୁ ପିଣ୍ଡିଗୁଡ଼ିକ ଫାଟିବା ଆରମ୍ଭ କଲାଣି। ଏଠାରେ ଯେଉଁ ସାତରୁ ଆଠ ଜଣ ବ୍ୟବସାୟୀ ବସୁଛନ୍ତି ସେମାନେ ମଧ୍ୟ ପିଣ୍ଡିରେ ବେପାର ନକରି ରାସ୍ତା କଡ଼ରେ ବସୁଛନ୍ତି। ଏନେଇ ବିଏମ୍‌ସି ଡେପୁଟି କମିସନର ଅଜୟ କୁମାର ମହାନ୍ତି କହିଛନ୍ତି ଯେ ବ୍ୟବସାୟୀମାନଙ୍କୁ ନୋଟିସ୍‌ ଦିଆଯାଇଛି। ଜୋନାଲ କମିସନରଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି। ଯଥାଶୀଘ୍ର ସେମାନେ ବ୍ୟବସାୟ ନକଲେ ଅନ୍ୟ ବ୍ୟବସାୟୀଙ୍କୁ ପିଣ୍ଡି ଦିଆଯିବ ବୋଲି ସେ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.