Pickup Van Seized ଛତିଶଗଡ଼ ଚାଲାଣ ହେଉଥିଲା, ଧରାପଡ଼ିଲା ପିକ୍‌ଅପ୍‌ ଭ୍ୟାନ୍‌

1 week ago 6
ARTICLE AD BOX

ସୁନ୍ଦରଗଡ଼:  ଖରିଫ ଧାନ ଅମଳ ପରେ ସୁନ୍ଦରଗଡ଼ ଜିଲ୍ଲାର କିଞ୍ଜିରକେଲା, ତଳସରା ଥାନା ଅଞ୍ଚଳରୁ ଛତିଶଗଡ଼କୁ ଧାନ ‌ଚୋରାଚାଲାଣ ସମୟରେ ଆଜି କିଞ୍ଜିରିକେଲା ପୁଲିସ ଏକ ଧାନବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌କୁ ଜବତ କରିଛି। 

Paddy Soaked: ନୂଆପଡ଼ାରେ କାଳବୈଶାଖୀ ବର୍ଷା ଯୋଗୁ ପଞ୍ଚମପୁର ମଣ୍ଡିରେ ୨୭ ଚାଷୀଙ୍କ ୩ ହଜାର ବସ୍ତା ଧାନ ଭିଜିଲା

ପୁଲିସ୍‌ ଠାରୁ ମିଳିଥିବା ସୂଚନା ଅନୁସାରେ, କିଞ୍ଜିରକେଲା ଅଞ୍ଚଳରୁ ଏକ ଧାନ ଭର୍ତ୍ତି  ‌ମ୍ୟାକ୍ସ ପିକଅପ୍‌ (ଓଡି ୧୬ଜେ-୬୨୨୪)ରେ ଶିକାଯୋର ବାନୁଯୋର ରାସ୍ତାରେ ଛତିଶଗଡ଼କୁ ଯାଉଥିଲା। ପୁଲିସ ସୂଚନା ପାଇ ବାନୁଯୋର- ଛତିଶଗଡ଼ ସୀମାନ୍ତରେ ଗାଡ଼ିକୁ ଅଟକାଇଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ଧାନର ଉପଯୁକ୍ତ ନଥିପତ୍ର ଦେଖାଇପାରିନଥିବାରୁ  ଧାନ ସହ ଗାଡ଼ିକୁ ଥାନାରେ ଅଟକ ରଖା ଯାଇଛି। ଥାନା ଅଧିକାରୀ ଅନିଲ କୁମାର ସାମଲ କହିଛନ୍ତି, ରବିବାର ଯୋଗାଣ ବିଭାଗ ଅଧିକାରୀ ଆସି ଯାଞ୍ଚ କରିବା ପରେ ପରିମାଣ ଓ ମୂଲ୍ୟ ଜଣାପଡ଼ିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.