Phd Scholar Dies: କ୍ୟାମ୍ପସରେ ବିଦ୍ୟୁତ୍‌ ଆଘାତ ଲାଗି ପିଏଚ୍‌ଡି ଗବେଷକଙ୍କ ମୃତ୍ୟୁ

6 days ago 5
ARTICLE AD BOX

ଚଣ୍ଡୀଗଡ଼: ଚଣ୍ଡୀଗଡ଼ସ୍ଥିତ ପଞ୍ଜାବ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ବର୍ଷା ପରେ ଜମିଥିବା ପାଣି ମାଧ୍ୟମରେ ବିଦ୍ୟୁତ୍‌ ଆଘାତ ଲାଗି ଜଣେ ପିଏଚ୍‌ଡି ଗବେଷକଙ୍କ ମୃତ୍ୟୁ ଘଟିବା ପରେ ମଙ୍ଗଳବାର କ୍ୟାମ୍ପସରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଏହି ଘଟଣାକୁ ନେଇ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ପ୍ରଶାସନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅବହେଳା ଅଭିଯୋଗ ଆଣିଛନ୍ତି।

ସୂଚନା ଅନୁସାରେ, ସୋମବାର ରାତିରେ ପ୍ରବଳ ବର୍ଷା ପରେ କ୍ୟାମ୍ପସର ଅନେକ ସ୍ଥାନରେ ପାଣି ଜମି ରହିଥିଲା। ସେହି ସମୟରେ ଜଣେ ପିଏଚ୍‌ଡି ଗବେଷକ ପାଣି ଜମିଥିବା ଏକ ଅଞ୍ଚଳ ଦେଇ ଯାଉଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ପାଣିରେ ବିଦ୍ୟୁତ୍‌ ପ୍ରବାହ ଥିବାରୁ ଏହି ଅଘଟଣ ଘଟିଥିଲା।

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦମ୍ପତିଙ୍କ ଜୀବନ: ଅନାଥ ହେଲା ୧୧ ବର୍ଷର ପୁଅ

ଘଟଣା ପରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ କ୍ୟାମ୍ପସରେ ଏକାଠି ହୋଇ ବିକ୍ଷୋଭ କରିଥିଲେ। ସେମାନେ ବିଶ୍ୱବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥା ଓ ବର୍ଷା ପାଣି ନିଷ୍କାସନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଥିଲେ। ବିକ୍ଷୋଭ ସମୟରେ କେତେକ ଛାତ୍ର ପ୍ରବେଶ ଦ୍ୱାରର ବ୍ୟାରିକେଡ୍‌ ଭାଙ୍ଗି ପ୍ରଶାସନିକ କାର୍ଯ୍ୟାଳୟ ଆଡ଼କୁ ଅଗ୍ରସର ହୋଇଥିଲେ। ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ମଧ୍ୟ ମୁତୟନ କରାଯାଇଥିଲା। ଛାତ୍ରମାନେ ଦାବି କରିଛନ୍ତି ଯେ, କ୍ୟାମ୍ପସରେ ବର୍ଷା ସମୟରେ ଜଳ ଜମିବା ଓ ଖୋଲା ବିଦ୍ୟୁତ୍‌ ତାର ସମ୍ପର୍କରେ ପୂର୍ବରୁ ଅନେକ ଥର ପ୍ରଶାସନକୁ ଅବଗତ କରାଯାଇଥିଲା। ତଥାପି କୌଣସି ସ୍ଥାୟୀ ପଦକ୍ଷେପ ନିଆ ନ ଯିବାରୁ ଏଭଳି ଦୁର୍ଘଟଣା ଘଟିଛି। ମୃତ ଗବେଷକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ, ଦାୟୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ କ୍ୟାମ୍ପସରେ ତୁରନ୍ତ ସୁରକ୍ଷା ବ୍ୟବସ୍ଥାର ସୁଧାର ପାଇଁ ସେମାନେ ଦାବି କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.