Pezeshkian:ମଧ୍ୟପ୍ରାଚ୍ୟରେ ଆମେରିକା ‘ଆଞ୍ଚଳିକ ପୁଲିସ୍‌’ ହେବାର ଆବଶ୍ୟକତା ନାହିଁ: ପେଜେସ୍କେିଆନ୍‌

5 days ago 6
ARTICLE AD BOX

ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାକୁ ନୂଆଦିଲ୍ଲୀ ଆସିଥିବା ଇରାନର ରାଷ୍ଟ୍ରପତି ମସୁଦ ପେଜେସ୍କିଆନ୍‌ ବିଶ୍ବ ମଞ୍ଚରେ ଆମେରିକାକୁ ତୀବ୍ର ସମାଲୋଚନା କରିଛନ୍ତି। ମଧ୍ୟପ୍ରାଚ୍ୟରେ ଆମେରିକାକୁ ଆଞ୍ଚଳିକ ପୁଲିସ୍‌ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ପେଜେସ୍କିଆନ୍‌ ସ୍ପଷ୍ଟ ଶବ୍ଦରେ କହିଛନ୍ତି। ହର୍ମୁଜ ପ୍ରଣାଳୀ ଉପରେ ନିୟନ୍ତ୍ରଣ ପାଇଁ ଦୁଇ ଦେଶ ମଧ୍ୟରେ ତୀବ୍ର ଯୁଦ୍ଧ ଲାଗିଥିବାବେଳେ ଇରାନ ରାଷ୍ଟ୍ରପତି ଏହା କହିଛନ୍ତି।

ମଧ୍ୟପ୍ରାଚ୍ୟରେ ଆଞ୍ଚଳିକ ଅଖଣ୍ଡତା ଓ ସୁରକ୍ଷା ଗ୍ୟାରେଣ୍ଟି କେବଳ ଏହି ଅଞ୍ଚଳରେ ଥିବା ମୁଖ୍ୟ ଦେଶମାନଙ୍କ ଦ୍ବାରା ଦିଆଯାଇପାରିବ ବୋଲି ଇରାନ ରାଷ୍ଟ୍ରପତି କହିଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବ୍ରୁଆରି ୨୮ରୁ ଇରାନ-ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଆମେରିକା-ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତାଙ୍କ ମୃତ୍ୟୁ ହୋଇଥିଲା। ଜବାବରେ ଇରାନ ମଧ୍ୟପ୍ରାଚ୍ୟରେ ଥିବା ଆମେରିକା ସୈନ୍ୟ ଆଡ୍ଡା ଉପରେ ଆକ୍ରମଣ କରିବା ସହିତ ହର୍ମୁଜ ପ୍ରଣାଳୀ ବନ୍ଦ ରଖିଛି। ସେବେଠାରୁ ଏହି ଗୁରୁତ୍ବପୂର୍ଣ୍ଣ ଜଳପଥ ବନ୍ଦ ରହିଛି। ପେଜେସ୍କିଆନ୍‌ ଆହୁରି କହିଛନ୍ତି, ଆମ ଲୋକଙ୍କ ଉପରେ ସମସ୍ତ ପ୍ରକାର ଅନ୍ୟାୟ ସତ୍ତ୍ବେ ଆମେ ଯୁଦ୍ଧ ଚାହୁଁନାହୁଁ, କିମ୍ବା ଏହା ଜାରି ରହୁ ବୋଲି ଚାହୁଁନାହୁଁ। ଶାନ୍ତି ଆମର ପ୍ରାଥମିକତା ବୋଲି ଇରାନ ରାଷ୍ଟ୍ରପତି କହିଛନ୍ତି।

ହୋଟେଲରୁ ଏୟାର୍ ଇଣ୍ଡିଆ ପାଇଲଟଙ୍କ ମୃତଦେହ ଉଦ୍ଧାର

Read Entire Article
LEFT SIDEBAR AD

Hidden in mobile, Best for skyscrapers.