Petroleum Minister : ଇ୨୦ ପେଟ୍ରୋଲ୍‌ରେ ମାଇଲେଜ୍‌ କମୁଛି ଚର୍ଚ୍ଚାକୁ ସ୍ବୀକାର କଲେ ପେ‌ଟ୍ରୋଲିୟମ ମନ୍ତ୍ରୀ

1 month ago 12
ARTICLE AD BOX

ନୂଆଦିଲ୍ଲୀ: ଇ୨୦ ପେଟ୍ରୋଲରେ ଗାଡ଼ିର ମାଇଲେଜ ହ୍ରାସ ପାଉଥିବା ନେଇ ହେଉଥିବା ଚର୍ଚ୍ଚାକୁ ପେ‌ଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ସ୍ବୀକାର କରିଛନ୍ତି। ଏହାଦ୍ବାରା ମାଇଲେଜ ଅଳ୍ପ କମୁଛି। କିନ୍ତୁ ମାଇଲେଜ କମିବାର ଅନେକ କାରଣ ରହିଛି। ଇ୨୦ ତେଲରେ ତ୍ବରଣ ଓ ଇଞ୍ଜିନ ପ୍ରଦର୍ଶନରେ ଉନ୍ନତି ଆସିଥିବା ‌ସେ ଦାବି କରିଛନ୍ତି। ଦେଶବ୍ୟାପୀ ପେଟ୍ରୋଲରେ ଇଥାନଲ ମିଶାଇ ବିକ୍ରି କରିବା ପାଇଁ ଜାରି ରହିଥିବା କାର୍ଯ୍ୟକ୍ରମକୁ ସେ ଦୃଢ଼ ଭାବେ ସମର୍ଥନ କରିଛନ୍ତି। ଦେଶର ସବୁ ପେ‌ଟ୍ରୋଲ ପମ୍ପରେ ଇ୨୦ ପେଟ୍ରୋଲ ବିକ୍ରି ହେଉଛି। ଗାଡ଼ି ନିର୍ମାତା ଓ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ସହ ଆ‌ଲୋଚନା କରି ସରକାର ଏହି ତେଲ ଆଣିଛନ୍ତି। ଖୁବ୍‌ଶୀଘ୍ର ଇ୨୫ ତେଲ ବିକ୍ରି ପାଇଁ ଯୋଜନା ରହିଛି। ସେ ଦିଗରେ କାମ ଜୋର‌ସୋରେ ଚାଲିଛି। ପେଟ୍ରୋଲ୍‌ରେ ଇଥାନଲ ମିଶାଇବା କିଛି ନୂଆ କଥା ନୁହେଁ।

ଡ୍ରୋନ୍ ଆକ୍ରମଣରେ ଦୁଇ ବର୍ଷର ଶିଶୁ କନ୍ୟା ସମେତ ୪ ମୃତ

କିଂବଦନ୍ତୀ କାର୍‌ ନିର୍ମାତା ହେନରି ଫୋର୍ଡ ଏହାକୁ ‘ଭବିଷ୍ୟତର ତେଲ’ ଆଖ୍ୟା ଦେଇଥିଲେ। ଏଭଳିକି ରେସିଂ କାର୍‌ଗୁଡ଼ିକରେ ମଧ୍ୟ ଇଥାନଲ୍‌ ମିଶା ତେଲ ପଡ଼ୁଛି ବୋଲି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି।ପୂର୍ବରୁ ଦେଶରେ ଇ୧୦ ତେଲ ବିକ୍ରି ହେଉଥିଲା। କିନ୍ତୁ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଇ୨୦ ତେଲ ବିକ୍ରିକୁ ଦେଶବ୍ୟାପୀ ସରକାର ବାଧ୍ୟତାମୂଳକ କରିଥିଲେ। ଏହି ତେଲ ପକାଇଲେ ଗାଡ଼ିର ମାଇଲେଜ ହ୍ରାସ ପାଇବା, ଇଞ୍ଜିନର କ୍ଷତି ହେବା ଆଦି ପ୍ରସଙ୍ଗକୁ ନେଇ ବ୍ୟାପକ ଆଲୋଚନା ହେଉଛି। ସବୁଠୁ ବଡ଼ ସମସ୍ୟା ହେଉଛି ଇ୨୦ ତେଲ ପକାଇବାକୁ ଚାହୁନଥିବା ଗ୍ରାହକମାନଙ୍କ ପାଇଁ ପେଟ୍ରୋଲ ପମ୍ପରେ କେବଳ ପେଟ୍ରୋଲ୍‌ର ବିକଳ୍ପ ନାହିଁ। ବ୍ରାଜିଲ ଓ ଆମେରିକାର କିନ୍ତୁ ଗାଡ଼ି ଚାଳକମାନେ ବିକଳ୍ପ ଇନ୍ଧନ ପାଉଛନ୍ତି। ଇ୨୦ ତେଲକୁ ନେଇ ପୁରୁଣା ଗାଡ଼ି ମାଲିକମାନେ ଅଧିକ ଚିନ୍ତିତ ହୋଇପଡ଼ିଛନ୍ତି। କାରଣ ସେହି ଗାଡ଼ିଗୁଡ଼ିକର ଇଞ୍ଜିନକୁ ତାହା ଅଧିକ କ୍ଷତି କରିବା ଆଶଙ୍କା ରହିଛି। ଏବେ ତିଆରି ହେଉଥିବା ନୂଆ ଗାଡ଼ିର ଇଞ୍ଜିନକୁ ଅଧିକ ଇଥାନଲ ମିଶା ତେଲ ପାଇଁ ସ୍ବତନ୍ତ୍ର ଭାବେ ବିକାଶ କରାଯାଉଛି।

ନିକଟରେ କେନ୍ଦ୍ର ସରକାର ଇ୨୦ ଏକ ପରୀକ୍ଷଣ ବୋଲି ସୁପ୍ରିମକୋର୍ଟଙ୍କୁ କହିଥିବା ଖବର ପ୍ରକାଶ ପାଇଥିଲା। ତେବେ ସେହି ଖବରକୁ ସରକାର ଦୃଢ଼ ଭାବେ ଖଣ୍ଡନ କରିଥିଲେ। ଅଧିକ ଇଥାନଲ ମିଶା ପେଟ୍ରୋଲ ଆଣିବା କାର୍ଯ୍ୟକ୍ରମକୁ ସମର୍ଥନ କରିଥିଲେ। ସରକାରଙ୍କ ଯୁକ୍ତି ହେଉଛି ପେଟ୍ରୋଲରେ ଅଧିକ ଇଥାନଲ ମିଶାଇ ବିକ୍ରି କଲେ ଦୁଇଟି ଲାଭ ମିଳିବ। ଗୋଟିଏ ହେଉଛି ଅଶୋଧିତ ତେଲ ମଗାଇବାରେ ହେଉଥିବା ବିଦେଶୀ ମୁଦ୍ରା ଖର୍ଚ୍ଚ କମିଯିବ। ଦ୍ବିତୀୟଟି ହେଉଛି ଇଥାନଲ ଉତ୍ପାଦନ ପାଇଁ ଆବଶ୍ୟକ କୃଷିଜାତ ସାମଗ୍ରୀ ‌ଯୋଗାଇ ଚାଷୀମାନେ ଉପକୃତ ହୋଇପାରିବେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.