Period Pain: ପିରିୟଡ୍‌ ସମୟରେ ଅଧିକ ଯନ୍ତ୍ରଣା ହେଉଛି କି? ଏଣ୍ଡୋମେଟ୍ରିଓସିସ୍‌ର ଲକ୍ଷଣ ହୋଇପାରେ...

2 days ago 1
ARTICLE AD BOX

ନୂଆଦିଲ୍ଲୀ: ଯଦି ଆପଣଙ୍କୁ ପ୍ରତି ମାସରେ ଅତ୍ୟଧିକ ପିରିୟଡ୍‌ ଯନ୍ତ୍ରଣା ହେଉଛି, ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ। ଡାକ୍ତରଙ୍କ କହିବାନୁଯାୟୀ, ଏହା 'ଏଣ୍ଡୋମେଟ୍ରିଓସିସ୍' ର ଏକ ସଙ୍କେତ ହୋଇପାରେ, ଯହା ପ୍ରଜନନ ଶକ୍ତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜରେ ବାଂଲାଦେଶର ଗୁଇନ୍ଦା ପାରା- BAN-2024 ଓ 701831

ଏଣ୍ଡୋମେଟ୍ରିଓସିସ୍ କ’ଣ?

ଏଣ୍ଡୋମେଟ୍ରିଓସିସ୍ ହେଉଛି ଏପରି ଏକ ସ୍ଥିତି, ଯେଉଁଥିରେ ଗର୍ଭାଶୟର ଭିତର ପାର୍ଶ୍ୱ ଭଳି ଟିସୁ ଗର୍ଭାଶୟ ବାହାରେ ଶରୀରର ଅନ୍ୟାନ୍ୟ ସ୍ଥାନରେ ବଢ଼ିବାକୁ ଲାଗେ। ଏହାଦ୍ୱାରା ପ୍ରଦାହ, ଯନ୍ତ୍ରଣା ଏବଂ ଅନ୍ୟାନ୍ୟ ଲକ୍ଷଣ ଦେଖାଦେଇଥାଏ। ଡାକ୍ତରଙ୍କ ମତରେ, ଏହି ସମସ୍ୟା ପ୍ରାୟ ପ୍ରତି ୧୦ ଜଣରେ ଜଣେ ମହିଳା କିମ୍ବା ଯୁବତୀଙ୍କୁ ପ୍ରଭାବିତ କରିଥାଏ।

ମୁଖ୍ୟ ଲକ୍ଷଣଗୁଡ଼ିକ

  • ଅତ୍ୟଧିକ ପିରିୟଡ୍ ଯନ୍ତ୍ରଣା: ଏହି ରୋଗର ସବୁଠାରୁ ସାଧାରଣ ସଙ୍କେତ ହେଉଛି ପ୍ରତି ମାସରେ ପ୍ରବଳ ଯନ୍ତ୍ରଣା ହେବା।

  • ଦୈନନ୍ଦିନ କାର୍ଯ୍ୟରେ ବାଧା: ଯନ୍ତ୍ରଣା ଏତେ ଅଧିକ ହୁଏ ଯେ ପାଠପଢ଼ା, ଚାକିରି କିମ୍ବା ନିଦ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥାଏ।

  • ଅନ୍ୟାନ୍ୟ ଲକ୍ଷଣ: ପେ୲ଭିକ୍‌ ଅଞ୍ଚଳରେ କ୍ରମାଗତ ଯନ୍ତ୍ରଣା, ସମ୍ଭୋଗ ସମୟରେ ଯନ୍ତ୍ରଣା ଏବଂ ଗର୍ଭଧାରଣରେ ସମସ୍ୟା ଦେଖାଯାଇପାରେ।

ଡାକ୍ତରଙ୍କ ପରାମର୍ଶ କେବେ ନେବେ?

ଯଦି ପିରିୟଡ୍‌ ସମୟର ଯନ୍ତ୍ରଣା ଦିନକୁ ଦିନ ବଢ଼ିବାରେ ଲାଗିଛି ଏବଂ ସାଧାରଣ ଯନ୍ତ୍ରଣା ନିବାରକ ଔଷଧ ଖାଇବା ପରେ ମଧ୍ୟ କୌଣସି ଆରାମ ମିଳୁନାହିଁ, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍।

ଆହୁରି ପଢ଼ନ୍ତୁ: ଡିସେମ୍ବର ୨୪ରେ ମୁକ୍ତିଲାଭ କରିବ ଶାହରୁଖ୍‌ଙ୍କ ‘କିଙ୍ଗ୍‌’!

ଅଧିକ ଦେଖନ୍ତୁ:

Read Entire Article
LEFT SIDEBAR AD

Hidden in mobile, Best for skyscrapers.