ARTICLE AD BOX
ନୂଆଦିଲ୍ଲୀ: ଇଂଲଣ୍ଡ ଜାତୀୟ ଫୁଟ୍ବଲ୍ ଦଳର ପୂର୍ବତନ ଅଧିନାୟକ ତଥା ପ୍ରଶିକ୍ଷକ କେଭିନ୍ କିଗାନଙ୍କର ମଙ୍ଗଳବାର ୭୫ ବର୍ଷ ବୟସରେ ଦେହାନ୍ତ ଘଟିଛି। କର୍କଟ ରୋଗ ସହ ସଂଗ୍ରାମ କରିବା ପରେ ସେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି। ଖେଳାଳି ଓ ପ୍ରଶିକ୍ଷକ ଭାବେ ଇଂଲିସ ଫୁଟ୍ବଲ୍ରେ କିଗାନ ଅନକେ ଉଲ୍ଲେଖନୀୟ ପ୍ରଭାବ ଛାଡ଼ିଯାଇଛନ୍ତି। ଫୁଟ୍ବଲ୍ ଦୁନିଆ ଏବେ ଏହି ମହାନ କିଂବଦନ୍ତିଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଲିଭରପୁଲ୍ ଓ ହାମ୍ବର୍ଗ ସହ ଖେଳ ଜୀବନ କାଟିଥିବା କିଗାନ ଏକାଧିକ ଟ୍ରଫି ଜିତିଥିବାବେଳେ ପ୍ରଥମ ବ୍ରିଟିସ୍ ଖେଳାଳି ଭାବେ ଦୁଇ ଥର ବାଲନ୍ ଓ’ଡାଓୟ ପୁରସ୍କାର ପାଇଥିଲେ।
ଆଲାନ ସିୟରରଙ୍କ ଶୋକ
୧୯୯୦ରେ ନ୍ୟୁକାସଲ୍ କ୍ଲବ୍ର ମ୍ୟାନେଜର ଭାବେ ସେ ଏହାର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆଣିଥିଲେ। ଏପରିକି ପ୍ରିମିୟର ଲିଗ୍ ବିଜେତା ହେବାର ପାଖରେ ପହଞ୍ଚିଯାଇଥିଲେ। ଇଂଲିସ ଫୁଟ୍ବଲ୍ରେ ତାଙ୍କ ଲୋକପ୍ରିୟତା ଓ ଅବଦାନକୁ ସ୍ମରଣ କରି ପୂର୍ବତନ ଖେଳାଳି ଆଲାନ ସିୟରର ମଧ୍ୟ ଶୋକ ପ୍ରକଟ କରିଛନ୍ତି। ଭାବବିହ୍ବଳ ହୋଇ ଲେଖିଛନ୍ତି ‘ମୋ ନାୟକ, ମୋ ପ୍ରଶିକ୍ଷକ, ମୋ ବଂଧୁ-ଆରାମରେ ଶୋଇଯାଅ ମାଲିକ’।ଇଂଲିସ ଫୁଟ୍ବଲ୍ ଦୁନିଆରେ ‘କିଙ୍ଗ୍ କେଭ୍’ ଓ ‘ମାଇଟି ମାଉସ୍’ କର୍କଟ ରୋଗର ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚିଥିଲେ।
Ju Jitsu-championship: ଦଶମ ଏସିଆନ୍ ଜୁ ଜିତଷୁ ପ୍ରତିଯୋଗିତାରେ ଅନୁପମାଙ୍କ ସଫଳତା
ଗତ ଜାନୁଆରି ମାସରେ ଏହି ଘୋଷଣା କରିଥିଲା ତାଙ୍କ ପରିବାର। ଦୁଇ ଥର ୟୁରୋପିଆନ୍ ଫୁଟ୍ବଲର୍ ଅଫ୍ ଦି ଇୟର୍ ବିବେଚିତ କିଗାନ ତାଙ୍କ ଖେଳ ଜୀବନରେ ଲିଭରପୁଲ୍ ପାଇଁ ୩୨୩ ମ୍ୟାଚ୍ରୁ ୧୦୦ ଗୋଲ୍ ଦେଇଥିଲେ। ଇଂଲଣ୍ଡ ପାଇଁ ସେ ୧୯୭୨ରୁ ୧୯୮୨ ମସିହା ମଧ୍ୟରେ ୬୩ ମ୍ୟାଚ୍ ଖେଳି ୨୧ ଗୋଲ୍ ଦେଇଥିବାବେଳେ ୩୧ଟିରେ ଅଧିନାୟକତ୍ବ କରିଥିଲେ। କିଗାନ ଏଭଳି ସମୟରେ ଶେଷ ନିଶ୍ବାସ ଛାଡ଼ିଛନ୍ତି ଯେଉଁ ସମୟରେ ଇଂଲଣ୍ଡ ଦୀର୍ଘ ୬୦ ବର୍ଷ ପରେ ବିଶ୍ବକପ୍ରେ ପୋଡ଼ିୟମ୍ ଫିନିସ୍ କରିଛି। ଦୁଇ ଦିନ ତଳେ ଫ୍ରାନ୍ସକୁ ୬-୪ରେ ହରାଇ ଇଂଲଣ୍ଡ କାଂସ୍ୟ ପଦକ ହାସଲ କରିଥିଲା।

1 week ago
9


