ARTICLE AD BOX
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ବେଆଇନମୋରମ ଉତ୍ତୋଳନ ଓ ଚୋରାଚାଲାଣ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି। ପାରଳାଖେମୁଣ୍ଡି ସହର ଉପକଣ୍ଠ ବି. ସୀତାପୁର ନିକଟସ୍ଥ ପାହାଡ଼ରୁ ଜେସିବି ସାହାଯ୍ୟରେ ବ୍ୟାପକ ଭାବେ ମୋରମ ଉତ୍ତୋଳନ କରାଯାଇ ଟ୍ରାକ୍ଟର ଯୋଗେ ବିଭିନ୍ନ ସ୍ଥାନକୁ ପରିବହନ କରାଯାଉଥିବା ଅଭିଯୋଗ ହୋଇଛି। ସବୁଠାରୁ ବଡ଼ କଥା ହେଲା, ଏହି କାର୍ଯ୍ୟ ରାତି ଅନ୍ଧାରରେ ନୁହେଁ, ବରଂ ଦିନ ଦ୍ୱିପହରରେ ଖୋଲାଖୋଲି ଚାଲୁଥିବା ସତ୍ତ୍ୱେ ଜିଲ୍ଲାଖଣିବିଭାଗ ଜାଣି ଶୁଣି ନିରବ ।
ଗତ କିଛି ଦିନ ହେଲା ଜେସିବି ଦ୍ୱାରା ପାହାଡ଼ ଖନନ କରାଯାଇ ଏକାଧିକ ଟ୍ରାକ୍ଟରରେ ମୋରମ ପରିବହନ କରାଯାଉଛି। ଏହି ପରିବହନ ପାଇଁ କୌଣସି ବୈଧ ଖଣିଜ ପରିବହନ ଅନୁମତି ନଥିବା ସତ୍ତ୍ୱେ ଖୋଳି ଚାଲିଛନ୍ତି ମୋରମ ମାଫିଆ ।
ସରକାରଙ୍କ ରାଜସ୍ୱ କ୍ଷତି
ଅନ୍ୟପଟେ, ଖଣି ବିଭାଗର ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ସ୍ଥାନୀୟ ଅଞ୍ଚଳରେ ଖୋଲାଖୋଲି ବେଆଇନ ଖନନ ଚାଲୁଥିବା ସତ୍ତ୍ୱେ ବିଭାଗ ପକ୍ଷରୁ କୌଣସି ଚଢ଼ାଉ କିମ୍ବା ଜବତ କାର୍ଯ୍ୟାନୁଷ୍ଠାନର କରାଯାଉ ନାହିଁ। ଫଳରେ ସରକାରଙ୍କ ରାଜସ୍ୱ କ୍ଷତି ହେଉଥିବା ବେଳେ କେତେକ ଅସାଧୁ ବ୍ୟକ୍ତି ବେଆଇନ କାରବାରରୁ ଲାଭବାନ ହେଉଥିବା ଅଭିଯୋଗ ହେଉଛି।
Husband Killed Wife: ସ୍ବାମୀର କାଠଫାଳିଆ ମାଡ଼ରେ ସ୍ତ୍ରୀ ମୃତ, ଅଭିଯୁକ୍ତ ଥାନାରେ ଅଟକ

3 weeks ago
10


