Paradip port: ପାରାଦୀପ ବନ୍ଦରରେ ୨ଟି ବର୍ଥ କରିବ ଆଦାନୀ

1 week ago 5
ARTICLE AD BOX

ଭୁବନେଶ୍ବର: ଆଦାନୀ ପୋର୍ଟସ୍‌ ଆଣ୍ଡ୍‌ ଏସ୍‌ଇଜେଡ୍‌ (ଏପିଏସ୍‌ଇଜେଡ୍‌) ତରଫରୁ ପାରାଦୀପ ବନ୍ଦରରେ ଦୁଇଟି ଡ୍ରାଏ ବଲ୍‌କ ବର୍ଥ ନିର୍ମାଣ କରାଯିବ। ଏହି ପ୍ରକଳ୍ପ ପାଇଁ କମ୍ପାନି ସର୍ବୋଚ୍ଚ ବିଡର୍‌ ଭାବେ ଉଭା ହୋଇଛି। ସିକ୍ୟୁ-୧ ଓ ସିକ୍ୟୁ-୨ ବର୍ଥ ବିକାଶ କରିବା ପାଇଁ ଲେଟର୍‌ ଅଫ୍‌ ଆୱାର୍ଡ ହାସଲ କରିଥିବା କମ୍ପାନି କହିଛି। ଏହାଦ୍ବାରା ବନ୍ଦରରେ ୧୮ ନିୟୁତ ଟନ୍‌ ପଣ୍ୟ ପରିଚାଳନା କ୍ଷମତା ଯୋଡ଼ିହେବ। ୩୦ ବର୍ଷିଆ ରିହାତି ଅବଧିରେ ଏଥିପାଇଁ କାର୍ଯ୍ୟବରାଦ ଦିଆଯିବ। ଏହାକୁ ଘରୋଇ ସରକାରୀ ସହଭାଗିତା (ପିପିପି) ମୋଡ୍‌ରେବିକାଶ କରାଯିବ।ପାରାଦୀପ ବନ୍ଦରର ବର୍ଥ ପ୍ରକଳ୍ପ ହାସଲ କରିବା ଦ୍ବାରା ପୂର୍ବ ଭାରତରେ ଥିବା ସମସ୍ତ ପ୍ରମୁଖ ବନ୍ଦରରେ ଆଦାନୀ ଗ୍ରୁପ୍‌ ନିଜର ଉପସ୍ଥିତି ଜାହିର କରିପାରିଛି।

ଆହୁରି ପଢନ୍ତୁ :Sensex: ସେନ୍‌ସେକ୍ସ ୮୧୩ ପଏଣ୍ଟ ଖସିଲା

ଓଡ଼ିଶାର ଅନ୍ୟ ଦୁଇ ପ୍ରମୁଖ ବନ୍ଦର ଭଦ୍ରକର ଧାମରା ଓ ଗଞ୍ଜାମର ଗୋପାଳପୁର ବନ୍ଦର ସମେତ ପଶ୍ଚିମବଙ୍ଗର ହଲଦିଆ ଓ ଆନ୍ଧ୍ରପ୍ରଦେଶର ଗଙ୍ଗାଭରମ ବନ୍ଦରରେ ଆଦାନୀ ଗ୍ରୁପ୍‌ର ଉପସ୍ଥିତି ରହିଛି। ପାରାଦୀପ ବନ୍ଦରରେ କମ୍ପାନି ଯାନ୍ତ୍ରିକ ପଣ୍ୟ ପରିଚାଳନା ବ୍ୟବସ୍ଥା, ଗଭୀର ଡ୍ରାଫ୍ଟ ବର୍ଥ ଏବଂ କୋଇଲା, ଚୂନପଥର ଓ ଅନ୍ୟାନ୍ୟ ଶୁଖିଲା ସାମଗ୍ରୀ ପରିଚାଳନା ପାଇଁ ବୃହତ ସଂରକ୍ଷଣ ଭିତ୍ତିଭୂମି ନିର୍ମାଣ କରିବ। ଏହି ପ୍ରକଳ୍ପ ଭାରତର ଅନ୍ୟତମ ପ୍ରମୁଖ ଶିଳ୍ପ ଓ ଖଣିଜ ସମ୍ପଦ ସମୃଦ୍ଧ ସ୍ଥାନରେ ଆମ ଉପସ୍ଥିତିକୁ ସୁଦୃଢ଼ କରିବ ବୋଲି ଏପିଏସ୍‌ଇଜେଡ୍‌ର ସିଇଓ ଅଶ୍ବିନୀ ଗୁପ୍ତା କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.