Pangolin Scales Seized: ୩୫୨ଟି ବଜ୍ରକାପ୍ତା କାତି ଜବତ, ୬ ଗିରଫ

4 days ago 6
ARTICLE AD BOX

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବନ ବିଭାଗକୁ ବଡ଼ ସଫଳତା। ବଜ୍ରକାପ୍ତା କାତି ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାସ୍‌ କରିଛି ମାଲକାନଗିରି ବନ ବିଭାଗ। ବଜ୍ରକାପ୍ତା କାତିର ଡିଲ୍‌ ଚାଲିଥିବା ବେଳେ ମାଡ଼ି ବସିଛି ବନବିଭାଗ । ମାଲକାନଗିରି ସଦର ନିକଟସ୍ଥ ଡ୍ୟାମ୍‌ ସାଇଡ୍‌ ଛକ ନିକଟରେ ଚାଲିଥିଲା ଏହି ଡିଲ୍‌ । ପୂର୍ବରୁ ଖବର ପାଇ ସେଠାରେ ଜଗି ରହିଥିଲା ବନ ବିଭାଗର ସ୍ୱତନ୍ତ୍ର ଟିମ୍‌ ।

ବଜ୍ରକାପ୍ତା କାତି କେଉଁଠାରୁ ଆସିଥିଲା

ଡିଲ୍‌ ସମୟରେ ଚଢ଼ାଉ କରି ୩୫୨ଟି ବଜ୍ରକାପ୍ତା କାତି ଜବତ କରିଛି ବନ ବିଭାଗ । ଏଥିସହ ୩ଟି ବାଇକ୍‌ ଓ ୫ଟି ମୋବାଇଲ୍‌ ଫୋନ୍‌ ଜବତ କରାଯାଇଛି । ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣ ମାଲକାନଗିରି ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ୨ ଜଣ ବୈପାରୀଗୁଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି ।ତେବେ ଏହି ବଜ୍ରକାପ୍ତା କାତି କେଉଁଠାରୁ ଆସିଥିଲା ଏବଂ କେଉଁଠାକୁ ଚାଲାଣ ହେଉଥିଲା, ତାହାର ଖୋଳତାଡ଼ ଆରମ୍ଭ କରିଛି ବନ ବିଭାଗ । ଏହି ରାକେଟ୍‌ର ଚେର ଅନ୍ୟ ରାଜ୍ୟ ପର୍ଯ୍ୟନ୍ତ ଲମ୍ବିଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି । ବାହାର ରାଜ୍ୟରେ ଚଢ଼ା ଦରରେ ବଜ୍ରକାପ୍ତା କାତି ବିକ୍ରି କରିବା ପାଇଁ ଏହି ଚୋରାଚାଲାଣ ହେଉଥିବା ଅନୁମାନ କରାଯାଉଛି । ଏହି ଘଟଣାରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି, ସେନେଇ ତଦନ୍ତ ଜାରି ରହିଛି ।

Buffaloes Smugglers Arrested: ସୁନ୍ଦରଗଡ଼ରୁ ଉତ୍ତରପ୍ରଦେଶକୁ ଚାଲାଣ ହେଉଥିଲା ମଇଁଷି, ମାଡ଼ିବସିଲା ପୁଲିସ୍

Read Entire Article
LEFT SIDEBAR AD

Hidden in mobile, Best for skyscrapers.