Pakistani: ପରିଚୟ ଲୁଚାଇ ଭାରତୀୟ ଦସ୍ତାବିଜ ହାସଲ ଅଭିଯୋଗ: କର୍ଣ୍ଣାଟକରୁ ୨ ପାକିସ୍ତାନୀ ଗିରଫ

3 weeks ago 11
ARTICLE AD BOX

ବେଙ୍ଗାଲୁରୁ: ପାକିସ୍ତାନର ନାଗରିକ ହୋଇ ମଧ୍ୟ ନିଜ ପରିଚୟ ଲୁଚାଇ ଭାରତୀୟ ପରିଚୟପତ୍ର ହାସଲ କରିବା ଅଭିଯୋଗରେ କର୍ଣ୍ଣାଟକ ପୁଲିସ ଜଣେ ମହିଳା ଓ ତାଙ୍କ ପୁଅଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଫରାହ ନାଜ୍‌ ଓ ତାଙ୍କ ପୁଅ ମହମ୍ମଦ ଫରଦିନ। ଉଭୟେ ଦୀର୍ଘ ସମୟ ଧରି କର୍ଣ୍ଣାଟକର ଚିକ୍କବଲ୍ଲାପୁର ଜିଲ୍ଲାର ବାଗେପଲ୍ଲୀ ଅଞ୍ଚଳରେ ରହୁଥିଲେ। ପ୍ରାଥମିକ ତଦନ୍ତରେ ସେମାନେ ପାକିସ୍ତାନୀ ନାଗରିକ ହୋଇଥିଲେ ମଧ୍ୟ ଏହି ତଥ୍ୟ ଲୁଚାଇ ବିଭିନ୍ନ ସରକାରୀ ଦସ୍ତାବିଜ ହାସଲ କରିଥିବା ଜଣାପଡ଼ିଛି।

ଆହୁରି ପଢନ୍ତୁ: Puri Beach: ପୁରୀ ସମୁଦ୍ରରେ ବୁଡ଼ିଯାଉଥିବା ଛତିଶଗଡ଼ର ୩ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫ୍‌ଗାର୍ଡ

ପୁଲିସ ସୂଚନା ଅନୁସାରେ, ଫରାହ ନାଜ୍‌ ପାକିସ୍ତାନରୁ ଭାରତକୁ ଆସିଥିଲେ ଏବଂ ପରେ ବାଗେପଲ୍ଲୀରେ ବସବାସ ଆରମ୍ଭ କରିଥିଲେ। ସେ ନିଜର ପ୍ରକୃତ ନାଗରିକତା ସମ୍ପର୍କରେ ସୂଚନା ନ ଦେଇ ଭାରତୀୟ ପରିଚୟପତ୍ର ହାସଲ କରିଥିଲେ। ତାଙ୍କ ପୁଅ ମହମ୍ମଦ ଫରଦିନ ମଧ୍ୟ ସମାନ ଉପାୟରେ ନିଜ ପରିଚୟ ଲୁଚାଇ ବିଭିନ୍ନ ଦସ୍ତାବିଜ ସଂଗ୍ରହ କରିଥିବା ଅଭିଯୋଗ ରହିଛି। ତଦନ୍ତରେ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ଆଧାର କାର୍ଡ, ଭୋଟର ପରିଚୟପତ୍ର, ପାନ୍‌ କାର୍ଡ ଓ ଅନ୍ୟ ସରକାରୀ ଦସ୍ତାବିଜ ହାସଲ କରିଥିଲେ।

ଆହୁରି ପଢନ୍ତୁ: Tamil Nadu Politics: ତାମିଲନାଡ଼ୁରେ ଇଣ୍ଡି ମେଣ୍ଟ ଫାଟ ଦୂର କରିବାକୁ ଭିସିକେର ପ୍ରସ୍ତାବ

ଗୁପ୍ତ ସୂଚନା ଆଧାରରେ ପୁଲିସ ଯାଞ୍ଚ ଆରମ୍ଭ କରିଥିଲା। ଏହାପରେ ଉଭୟଙ୍କ ପ୍ରକୃତ ପରିଚୟ ସାମ୍ନାକୁ ଆସିଥିଲା। ପରେ ଆଇନର ସମ୍ପୃକ୍ତ ଧାରାରେ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନଙ୍କଠାରୁ ମିଳିଥିବା ଦସ୍ତାବିଜ ଓ ଅନ୍ୟାନ୍ୟ ପ୍ରମାଣର ଯାଞ୍ଚ ଚାଲିଛି। ପୁଲିସ ବର୍ତ୍ତମାନ ଏହି ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଏହି ପରିଚୟପତ୍ର ହାସଲ କରିବାରେ କାହାର ସହଯୋଗ ମିଳିଥିଲା, ସେନେଇ ତଦନ୍ତ କରୁଛି। ତଦନ୍ତ ଆଧାରରେ ଆବଶ୍ୟକ ପଡ଼ିଲେ ଆହୁରି ଗିରଫଦାରି ହୋଇପାରେ ବୋଲି ପୁଲିସ ସୂଚନା ଦେଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.