Pakistani ship: ଭାରତୀୟ ଯୁଦ୍ଧପୋତକୁ ପାକିସ୍ତାନୀ ଜାହାଜର ଧକ୍କା: ପାକ୍ ହାଇକମିସନରଙ୍କୁ ସମନ

23 hours ago 2
ARTICLE AD BOX

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଜଳରାଶିରେ ଭାରତୀୟ ନୌସେନାର ଯୁଦ୍ଧପୋତ ସହ ପାକିସ୍ତାନୀ ନୌସେନା ଜାହାଜର ଧକ୍କା ହେବା ପରେ ଭାରତ ସରକାର ଇସଲାମାବାଦର ମୁଖ୍ୟ କୂଟନୀତିଜ୍ଞଙ୍କୁ ସମନ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏକ କଠୋର ବିବୃତିରେ ପାକିସ୍ତାନୀ ନୌସେନାର ଏହି ଅଗ୍ରହଣୀୟ ଏବଂ ନିନ୍ଦନୀୟ ଆଚରଣକୁ ତୀବ୍ର ସମାଲୋଚନା କରିଛି। ‘ଅପରେସନ୍ ସିନ୍ଦୂର’ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ଥିବା ବେଳେ ଏହି ଘଟଣା ଘଟିଛି। ଗତ ୬ ମାସ ମଧ୍ୟରେ ଆରବ ସାଗରରେ ପାକିସ୍ତାନୀ ନୌସେନା ଦ୍ୱାରା ଭାରତୀୟ ଜାହାଜ ନିକଟରେ ବିପଜ୍ଜନକ ସାମରିକ କୌଶଳ ଦେଖାଇବାର ଏହା ଦ୍ୱିତୀୟ ଘଟଣା।

EPFO: ଇପିଏଫ୍‌ଓ ବେତନ ସୀମା ୨୫ ହଜାରକୁ ବୃଦ୍ଧି: ୫୧ ଲକ୍ଷ ନୂଆ କର୍ମଚାରୀ ସାମିଲ ହେବେ

ପାକ୍ ହାଇକମିସନରଙ୍କୁ ସମନ
୧୯୯୧ ସାମରିକ ଚୁକ୍ତି ଉଲ୍ଲଂଘନ ନେଇ ଭାରତର କଡ଼ା ପ୍ରତିବାଦ

ସେପ୍ଟେମ୍ବର ୧୫ ସନ୍ଧ୍ୟାରେ ଉତ୍ତର ଆରବ ସାଗରରେ ଭାରତୀୟ ଯୁଦ୍ଧପୋତ ନିୟମିତ ସୁରକ୍ଷା ମିସନରେ ଥିବା ବେଳେ ପାକିସ୍ତାନର ‘ପିଏନ୍ଏସ୍ ହୁନେନ୍’ ନାମକ ପାଟ୍ରୋଲିଂ ଜାହାଜ ଏହାର ପିଛା କରିଥିଲା। ସାମୁଦ୍ରିକ ରେଡିଓ ଚ୍ୟାନେଲ୍  ମାଧ୍ୟମରେ ବାରମ୍ବାର ସାବଧାନ କରାଯାଇଥିଲେ ବି ପାକିସ୍ତାନୀ ଜାହାଜ ହଠାତ୍ ଗତି ବଢ଼ାଇ ଭାରତୀୟ ଯୁଦ୍ଧପୋତର ସମ୍ମୁଖ ଭାଗକୁ ଚାଲିଆସିଥିଲା। ଏହି ସମୟରେ ପାକ୍ ଜାହାଜର ସମ୍ମୁଖ ଭାଗ ଭାରତୀୟ ଯୁଦ୍ଧପୋତ ସହ ଘସି ହୋଇ ଚାଲିଯାଇଥିଲା। ତେବେ ଭାରତୀୟ ଯୁଦ୍ଧପୋତର କୌଣସି କ୍ଷତି ହୋଇନାହିଁ କିମ୍ବା କୌଣସି ନୌସେନା କର୍ମଚାରୀ ଆହତ ହୋଇନାହାନ୍ତି। ଭାରତୀୟ ଯୁଦ୍ଧପୋତ ନିଜର ମିସନ ଯଥାରୀତି ଜାରି ରଖିଛି।

ICC T20 Ranking: ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତା: ଈଶାନ-ଅଭିଷେକ ୧-୨

ଏହି ଆଚରଣ ୧୯୯୧ ମସିହାରେ ଦ୍ୱିପାକ୍ଷିକ ସାମରିକ ଅଭ୍ୟାସ, କୌଶଳ ଏବଂ ସୈନ୍ୟ ଚଳାଚଳ ସମ୍ପର୍କିତ ଚୁକ୍ତି ଧାରା ୧୦ର ସିଧାସଳଖ ଉଲ୍ଲଂଘନ ବୋଲି ଭାରତ କହିଛି। ଏହି ଧାରା ଅନୁଯାୟୀ ଅନ୍ତର୍ଜାତୀୟ ଜଳଭାଗରେ ଦୁର୍ଘଟଣା ଏଡ଼ାଇବା ପାଇଁ ଦୁଇ ଦେଶର ନୌସେନା ଜାହାଜ ପରସ୍ପରଠାରୁ ଅତି କମ୍‌ରେ ୩ ନଟିକାଲ୍ ମାଇଲ୍ (ପ୍ରାୟ ୫.୬ କିଲୋମିଟର) ଦୂରତା ବଜାୟ ରଖିବା ବାଧ୍ୟତାମୂଳକ। ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପାକିସ୍ତାନର ମୁଖ୍ୟ କୂଟନୀତିଜ୍ଞଙ୍କୁ ଡାକି ଏହି ନିୟମ ପାଳନ କରିବାକୁ ଏବଂ ଆଗାମୀ ଦିନରେ ଏପରି ଘଟଣାର ପୁନରାବୃତ୍ତି ନ କରିବାକୁ ଚେତାବନୀ ଦେଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.