Pakistan police attack: ବଲୁଚିସ୍ତାନରେ ପୁଲିସ ପୋଷ୍ଟ ଉପରେ ଆତଙ୍କବାଦୀ ଆକ୍ରମଣ: ଦୁଇ ବରିଷ୍ଠ ଅଧିକାରୀଙ୍କ ସମେତ ୯ ନିହତ, ୫ ନିଖୋଜ

3 weeks ago 10
ARTICLE AD BOX

ଇସଲାମାବାଦ: ପାକିସ୍ତାନର ଅଶାନ୍ତ ବଲୁଚିସ୍ତାନ ପ୍ରଦେଶରେ ଆଉ ଏକ ଆତଙ୍କବାଦୀ ଘଟଣା ଘଟିଛି। ଅଧିକାରୀମାନେ କହିଛନ୍ତି ଯେ, ମଙ୍ଗଳବାର ଦିନ ବଲୁଚିସ୍ତାନର ଜିଆରତ ଜିଲ୍ଲାର ମାଙ୍ଗି ଫେଜ୍-୩ ଅଞ୍ଚଳରେ ଏକ ପୁଲିସ ପୋଷ୍ଟ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଦୁଇ ବରିଷ୍ଠ ଅଧିକାରୀଙ୍କ ସମେତ ନଅ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ପାଞ୍ଚ ଜଣ ପୁଲିସ କର୍ମଚାରୀ ଏବେ ବି ନିଖୋଜ ଅଛନ୍ତି। ନିହତ ପୁଲିସକର୍ମୀଙ୍କ ମୃତଦେହକୁ ଜିଆରତର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲକୁ ନିଆଯାଇଛି। ଅଞ୍ଚଳରେ ଅତିରିକ୍ତ ସୁରକ୍ଷା ବାହିନୀ ମୁତୟନ କରାଯାଇଛି।

ଅଧିକ ପଢ଼ନ୍ତୁ: ବୈତରଣୀରେ ବନ୍ୟା: ଦଶରଥପୁରରେ ବିପଦସଙ୍କେତ ଉପରେ ବଢ଼ିପାଣି

ଜିଆରତ ଡେପୁଟି କମିସନର(ଡିସି)ଅବଦୁଲ କୁଦୁସ୍ ଆଚାକଜାଇ ଆକ୍ରମଣକୁ ନିଶ୍ଚିତ କରି କହିଛନ୍ତି, ଏହା ଏକ ଆତଙ୍କବାଦୀ ଘଟଣା ଏବଂ ମାଙ୍ଗି ଡ୍ୟାମ୍ ଅଞ୍ଚଳରେ ଘଟିଛି। ଡେପୁଟି କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ସୁରକ୍ଷା ବାହିନୀ ଅଞ୍ଚଳରେ ଅପରେସନ୍ ଚଳାଇଛନ୍ତି। ଆକ୍ରମଣ ପାଇଁ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଛନ୍ତି।

ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ କ’ଣ କରିବେ ତାହା ମଧ୍ୟ କୋର୍ଟ ନିଷ୍ପତ୍ତି ନେବେ କି ?: ଡିଏମକେକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

Read Entire Article
LEFT SIDEBAR AD

Hidden in mobile, Best for skyscrapers.