ARTICLE AD BOX
ପାକିସ୍ତାନ: ପାକିସ୍ତାନ ଅଧିକୃତ କାଶ୍ମୀରରେ ଗତ ୫ ମାସ ଧରି ଚାଲିଥିବା ବିକ୍ଷୋଭକୁ ଦମନ କରିବା ପାଇଁ ପାକିସ୍ତାନୀ ସେନା ସାଧାରଣ ଲୋକଙ୍କ ଉପରେ ଯୁଦ୍ଧରେ ବ୍ୟବହୃତ ହେଉଥିବା ଅସ୍ତ୍ରଶସ୍ତ୍ର ପ୍ରୟୋଗ କରୁଥିବା ଅଭିଯୋଗ ହୋଇଛି। ପିଓକେର ରାୱଲାକୋଟରେ ଆନ୍ଦୋଳନକାରୀଙ୍କ ଉପରେ ଏଭଳି ଅସ୍ତ୍ର ବ୍ୟବହାର କରାଯାଇଥିବାର ପ୍ରମାଣ ମିଳିଛି।
ଏହି ଆନ୍ଦୋଳନର ପ୍ରମୁଖ ଆୟୋଜକ ସର୍ଦ୍ଦାର ଉମର ନଜିର ଅଭିଯୋଗ କରିଛନ୍ତି ଯେ, ପାକିସ୍ତାନୀ ରେଞ୍ଜର୍ସ ଓ ଏଫ୍ସି ପକ୍ଷରୁ ଡ୍ରୋନ୍ ମାଧ୍ୟମରେ ଆନ୍ଦୋଳନକାରୀ ଏବଂ ସାଧାରଣ ନାଗରିକଙ୍କ ଘର ଉପରେ ବୋମା ପକାଯାଇଛି। ଏହାର ପ୍ରମାଣ ସ୍ୱରୂପ ବୋମାର କିଛି ଅଂଶକୁ ସେ ଉମର ଫାରୁକ୍ ଛକରେ ସର୍ବସାଧାରଣଙ୍କ ସମ୍ମୁଖରେ ଦେଖାଇଛନ୍ତି। ଏହି ଘଟଣାକୁ ବିଶ୍ୱର ମାନବାଧିକାର ସଂଗଠନଗୁଡ଼ିକ ଗୁରୁତ୍ୱର ସହ ନେବାକୁ ସେ ଅପିଲ୍ କରିଛନ୍ତି।
ରାୱଲାକୋଟ ବସ୍ ଟର୍ମିନାଲରେ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ପାଇଁ ରେଞ୍ଜର୍ସ ଓ ଏଫ୍ସି ସକାଳ ୮ଟାରୁ ଗୁଳିଚାଳନା ଓ ବୋମାମାଡ଼ ଆରମ୍ଭ କରିଥିଲେ। ସେଠାରୁ ଆନ୍ଦୋଳନକାରୀମାନେ ପାକିସ୍ତାନୀ ସେନା ବ୍ୟବହାର କରୁଥିବା ଆର୍ପିଜି-୭ ରକେଟ୍ର ଟେଲ୍ ଫିନ୍ ମଧ୍ୟ ଉଦ୍ଧାର କରି ଦେଖାଇଛନ୍ତି। ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁସାରେ, ପାକିସ୍ତାନୀ ସେନା କେବଳ ନିରସ୍ତ୍ର ଆନ୍ଦୋଳନକାରୀଙ୍କ ଉପରେ ଗୁଳି ଚଳାଉନାହିଁ, ବରଂ ଡ୍ରୋନ୍ରୁ ବୋମା ପକାଇବା ସହ ଆର୍ପିଜି-୭ ରକେଟ୍ ମାଧ୍ୟମରେ ମଧ୍ୟ ଆକ୍ରମଣ କରୁଛି।
୭ ଜଣଙ୍କ ମୃତ୍ୟୁ, ୨୩ ଜଣଙ୍କ ଅବସ୍ଥା ଗୁରୁତର
ରାୱଲାକୋଟରେ ପାକିସ୍ତାନୀ ରେଞ୍ଜର୍ସ ଓ ଏଫ୍ସିର ଗୁଳିଚାଳନା, ଡ୍ରୋନ୍ ବୋମାମାଡ଼ ଏବଂ ଆର୍ପିଜି ରକେଟ୍ ଆକ୍ରମଣରେ ଏପର୍ଯ୍ୟନ୍ତ ୭ ଜଣ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇସାରିଛି। ଏଥିସହ ୨୩ ଜଣ ଆନ୍ଦୋଳନକାରୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।
ସେନ୍ସେକ୍ସରେ ୨୦୦୮ ପଏଣ୍ଟ ବୃଦ୍ଧି; ନିବେଶକଙ୍କୁ ୮.୨ ଲକ୍ଷ କୋଟି ଲାଭ

21 minutes ago
1


