Pahandi: ସରିଲା ପହଣ୍ଡି, ରଥଟଣାକୁ ଭକ୍ତଙ୍କ ଅପେକ୍ଷା

1 week ago 5
ARTICLE AD BOX

ପୁରୀ: ସରିଲା ପହଣ୍ଡି। ଏବେ ଭକ୍ତମାନେ ରଥଟଣାକୁ ଅପେକ୍ଷା କରିଛନ୍ତି। ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି, ତାପରେ ବଳଭଦ୍ରଙ୍କର ପହଣ୍ଡି ସରିଥିଲା। ସୁଦର୍ଶନ ଓ ବଳଭଦ୍ର ରଥାରୂଢ଼ ହୋଇଥିଲେ। ଏହାପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ହୋଇଥିଲା। ଶେଷରେ କାଳିଆ ସାଆନ୍ତ ଝୁଲି ଝୁଲି ଆସିଥିଲେ। ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ଶେଷ ହୋଇଥିଲା। ଏହାପରେ ଶ୍ରୀଜଗନ୍ନାଥ ରଥାରୂଢ଼ ହୋଇଥିଲେ। ଆଜି ବାହୁଡ଼ା ଯାତ୍ରା ପାଇଁ ପୁରୀ ଲୋକାରଣ୍ୟ ହୋଇଛି। 

ବାଟରେ ମାଉସୀ ଘରକୁ ଯିବେ

ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଆସିବେ ବୋଲି ବଡ଼ଦାଣ୍ଡରେ ଭକ୍ତମାନଙ୍କର ଉତ୍ସାହ କହିଲେ ନସରେ। କାଳିଆ ସାଆନ୍ତ ଯେତେ‌ବେଳେ ରଥାରୁଢ଼ ହୋଇ ଶ୍ରୀମନ୍ଦିର ଅଭିମୁଖେ ଫେରିବେ, ବାଟରେ ମାଉସୀ ଘରକୁ ଯିବେ। ମାଉସୀ ଘରେ ଖାଇବେ। ଏକ ସ୍ୱତନ୍ତ୍ର ଭୋଗ ପୋଡ଼ ପିଠା ଖାଇବେ। ପୋଡ଼ପିଠା ହେଉଛି ଓଡ଼ିଆ ସଂସ୍କୃତି, ଭକ୍ତି ଓ ପାରମ୍ପରିକ ରୋଷେଇର ଅନନ୍ୟ ପ୍ରତୀକ।

ଗତକାଲି ସନ୍ଧ୍ୟା ଦର୍ଶନ ସଅଳ ବନ୍ଦ କରି ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିଲା ବାହୁଡ଼ା ପ୍ରସ୍ତୁତି। ବାହୁଟ କଣ୍ଟ, ଚାରବନ୍ଧା ସହ କୁସୁମି ଲାଗି ଶେଷ ହୋଇ ସାରିବା ପରେ ବିଶ୍ବାବସୁ ବିନାୟକ ଦାସ ମହାପାତ୍ର ସୂଚନା ଦେଇକହିଥିଲେ,ଖଣ୍ଡୁଆ ପଡ଼ି ମହାପ୍ରଭୁ ଠିଆ ପହୁଡ଼ ଯିବେ। ଖଟ ଶେଜ ଲାଗିବ ନାହିଁ। ଚାର ବନ୍ଧା ହେବାକୁ ଥିବାରୁ ଖଟ ଶେଜ ଲାଗି ହୋଇପାରିବ ନାହିଁ। ନୀତିକାନ୍ତି ସଅଳ ସମାପନ ହୋଇ ସମ୍ଭବତଃ ସକାଳ ୮ଟାରୁ ୯ଟା ମଧ୍ୟରେ ପହଣ୍ଡି କରିବା ନେଇ ଲକ୍ଷ୍ୟ ରଖାଯାଇଛି। ବାହୁଡ଼ା ପହଣ୍ଡି ପରେ ଅନ୍ୟାନ୍ୟ ନୀତିକାନ୍ତି କରାଯିବ।

ମାଉସୀ ମା’ଙ୍କ ପୋଡ଼ପିଠା ପ୍ରସ୍ତୁତି ଆରମ୍ଭ: ବାହୁଡ଼ାରେ ହେବ ସମର୍ପଣ

Read Entire Article
LEFT SIDEBAR AD

Hidden in mobile, Best for skyscrapers.