Paddy crop damage: ଧାନକ୍ଷେତରୁ ବିଧାନସଭାକୁ ଚିଠି ଲେଖିଲେ ଚାଷୀ

5 days ago 6
ARTICLE AD BOX

କାଳିଆପାଣି (ରବି ନାରାୟଣ କର): ଗାଁ ଗହଳିରେ ବୁଲା ଗାଈଗୋରୁଙ୍କ ସଂଖ୍ୟା ଉଦବେଗଜନକ ଭାବେ ବୃଦ୍ଧି ପାଇବା ପରିପ୍ରେକ୍ଷୀରେ ବିଧାନସଭା ପିଟିସନ କମିଟିକୁ ଚିଠି ଲେଖିଛନ୍ତି ସୁକିନ୍ଦା ବ୍ଲକ କାଙ୍କଡ଼ପାଳ ଗାଁର ଏକାଧିକ ଚାଷୀ। ସେମାନେ ଦର୍ଶାଇଛନ୍ତି ଯେ, ଏବେ ଖରିଫ୍ ଧାନଚାଷ ଆଶାନୁରୂପ ହୋଇଥିବା ସ୍ଥଳେ ରାସ୍ତାଘାଟ ଓ ଜନବସତିରେ ବୁଲୁଥିବା ଶତାଧିକ ଗାଈଗୋରୁ ଓ ଷଣ୍ଢ ଦିନରାତି ଧାନ କ୍ଷେତରେ ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। 

ଚାଷୀମାନେ ଉଧାର କରଜ କରି, ଝାଳବୁହା ପରିଶ୍ରମରେ କରିଥିବା ଚାଷ ଅବାଧରେ ଉଜୁଡ଼ି ଯାଉଥିବାରୁ ବହୁ ଚାଷୀ  ବ୍ୟାପକ କ୍ଷତି ସହି ଲେଣି l ପ୍ରଶାସନ ପକ୍ଷରୁ ତୁରନ୍ତ ପ୍ରତି ପଞ୍ଚାୟତ ସ୍ତରରେ ଅସ୍ଥାୟୀ ଗୋଶାଳା କିମ୍ବା କାଞ୍ଜିଆହୁଦା ନିର୍ମାଣ କରାଯାଇ ବୁଲା ଗୋରୁଙ୍କୁ ସେଠାରେ ରଖାଯିବା ସହିତ ପ୍ରତ୍ୟେକ ଗୋରୁ ମାନଙ୍କର ଆଧାର ଟ୍ୟାପିଂ କରାଯାଇ ସମ୍ପୃକ୍ତ ମାଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। 

ସଞ୍ଜ ଗଡ଼ିଲେ ମାତୁଛନ୍ତି ଶିକାରୀ: ବାରହା ଶିକାର ବୋମା ଫାଟି ଅନେକ ଗାଈଗୋରୁ ମୃତାହତ

କ୍ଷତିଗ୍ରସ୍ତ ଗରିବ ଚାଷୀ ଚିହ୍ନଟ କରି ଯଥାଶୀଘ୍ର ସରକାରୀ ସହାୟତା/କ୍ଷତିପୂରଣ ପ୍ରଦାନ ଏବଂ ଜମିର ସୁରକ୍ଷା ପାଇଁ ଚାଷୀମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ସୌରଶକ୍ତି ଚାଳିତ ବାଡ ଯୋଗାଇଦେବା ବ୍ୟବସ୍ଥା ପାଇଁ ସାଧାରଣରେ ଦାବି କରାଯାଇଛି। ବିଧାନସଭା ପିଟିସନ କମିଟି ଏହି ଜନସ୍ଵାର୍ଥ ମାମଲାକୁ ଗୁରୁତ୍ୱର ସହ ଗ୍ରହଣକରି  ତୁରନ୍ତ ଆନୁଷଙ୍ଗିକ ପଦକ୍ଷେପ ନେବାକୁ ହୃଦାନନ୍ଦ ପରିଡା, ନରେଶ ଚନ୍ଦ୍ର ପ୍ରଧାନ, ପ୍ରତାପ ଚନ୍ଦ୍ର ପରିଡା, ସନୋଷ କୁମାର ପରିଡ଼ା, ଜୟଚନ୍ଦ୍ର ଦେହୁରୀ, ପୀତବାସ ପ୍ରଧାନ ପ୍ରମୁଖ ଏହି ଚିଠି ଲେଖିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.