Our modern bus stop: ଅତ୍ୟାଧୁନିକ ଆମ ବସ୍‌ ଷ୍ଟପ୍‌: ସେଡ୍‌ରୁ ଗଳୁଛି ପାଣି, ଭିଜୁଛନ୍ତି ଯାତ୍ରୀ

1 month ago 13
ARTICLE AD BOX

ଭୁବନେଶ୍ବର: ଆମ ବସ୍‌ ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ଭୁବନେଶ୍ବରରେ ସ୍ବତନ୍ତ୍ର ଅତ୍ୟାଧୁନିକ ବସ୍‌ଷ୍ଟପ୍‌(ବସ୍‌ କ୍ୟୁ ସିଷ୍ଟମ) କରାଯାଇଛି। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଏସବୁ ନଷ୍ଟ ହୋଇଗଲାଣି। ବର୍ଷା ହେଲେ ପାଣି ଗଳୁଛି। ଏଣୁ ଯାତ୍ରୀ ଏହି ବସ୍‌ ରହଣୀ ସ୍ଥଳରେ ଅପେକ୍ଷା ବଦଳରେ ଏଣେତେଣେ ମୁଣ୍ଡ ଗୁଞ୍ଜୁଛନ୍ତି। ଯେଉଁମାନେ ବି ଅପେକ୍ଷା କରୁଛନ୍ତି, ସେମାନେ ବର୍ଷାରେ ଭିଜୁଛନ୍ତି, ନଚେତ୍‌ ଛତା ଧରି ଠିଆ ହେବାକୁ ବାଧ୍ୟ ହେଉଛନ୍ତି। ଯେଉଁଠି ରାଜ୍ୟ ସରକାର ଆମ୍‌ ବସ୍‌ ସେବାକୁ ବ୍ୟାପକ କରିବାକୁ ଚାହୁଛନ୍ତି, ସେଠି ଆମ୍‌ ବସ୍‌ ଷ୍ଟପ୍‌ର ଏଭଳି ଦୟନୀୟ ସ୍ଥିତି ସରକାରଙ୍କ ଲକ୍ଷ୍ୟ ଓ ଯୋଜନାକୁ ପାଣିଚିଆ କରି ଦେଉଛି। ଭୁବନେଶ୍ବରରେ ୫୦ରୁ ଅଧିକ ଆମ ବସ୍‌ ଷ୍ଟପ୍‌ ରହିଛି। ଆରମ୍ଭ ବେଳେ ଏଠାରେ ଯାତ୍ରୀଙ୍କ ବସିବାକୁ ଚେୟାର, ରାତ୍ରୀର ଅନ୍ଧକାର ଦୂର ପାଇଁ ଏଲ୍‌ଇଡି ଲାଇଟ୍‌, ଜିପିଏସ୍‌ ପରିଚାଳିତ ବସ୍‌ ରୁଟ୍‌ର ମ୍ୟାପ ଆଦି ବ୍ୟବସ୍ଥା କରାଯାଇଥିଲା। ଏଣୁ ଯାତ୍ରୀମାନେ ସହଜରେ ବସ୍‌ ରୁଟ୍‌ ସଂପର୍କରେ ଜାଣି ପାରୁଥିଲେ।

Digital India: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଡିଜିଟାଲ ଇଣ୍ଡିଆ ସାତ ସପନ

ଲିଭିଗଲାଣି ମ୍ୟାପ, ରାତିରେ ଜଳୁନି ଲାଇଟ୍‌

ଏହା ଯାତ୍ରୀ ଅନୁକୂଳ ବି ଥିଲା। କିନ୍ତୁ ଏହି ବସ୍‌ଷ୍ଟପ୍‌ଗୁଡ଼ିକର କୌଣସି ରକ୍ଷଣାବେକ୍ଷଣ କରାଗଲାନି। ୨୦୧୮ ମସିହାରେ ଆମ ବସ୍‌ ସେବା ଆରମ୍ଭ ସମୟରେ ବସ୍‌ଷ୍ଟପ୍‌ ଯେଉଁ ଅବସ୍ଥାରେ ଥିଲା, ସେହି ଅବସ୍ଥାରେ ଛାଡ଼ି ଦିଆଗଲା। ଫଳସ୍ବରୂପ ବସ୍‌ଷ୍ଟପ୍‌ ଭିତ୍ତିଭୂମି ଉଜୁଡ଼ିଗଲାଣି। ଚେୟାର ସବୁ ଭାଙ୍ଗିଗଲାଣି। ଯାତ୍ରୀ ଖରା ସମୟରେ ଯେନତେନ ପ୍ରକାରେ ରହି ଯାଉଛନ୍ତି, କିନ୍ତୁ ବର୍ଷାରେ ଏଠାରେ ଠିଆ ହୋଇ ପାରୁନାହାନ୍ତି। ବସ୍‌ଷ୍ଟପ୍‌ର ସେଡ୍‌ ସବୁ ସ୍ବତନ୍ତ୍ର ଦରିରେ ଆଚ୍ଛାଦିତ କରାଯାଇଥିଲା। ଏସବୁ କଣା ହୋଇଗଲାଣି। ବର୍ଷାରେ ହେଲେ ଚାରିଆଡ଼ୁ ପାଣି ଗଳୁଛି। ଚାରିଆଡ଼େ ଶିଉଳି ବି ଚରିଗଲାଣି। ସେପଟେ ଅଧିକାଂଶ ବସ୍‌ଷ୍ଟପ୍‌ରେ ଆଉ ରୁଟ୍‌ ମ୍ୟାପ ନାହିଁ। ପୂର୍ବରୁ ଲାଗିଥିବା ଏଲ୍‌ଇଡି ଲାଇଟ୍‌ ବି ଅଚଳ ହୋଇଗଲାଣି। ସ୍ଥିତି ଏପରି ଯେ ଅନେକ ବସ୍‌ଷ୍ଟପ୍‌ ରାତିରେ ଅନ୍ଧାର ରହୁଛି। ଏଣୁ ଯାତ୍ରୀମାନେ ଏଠାରେ ଛିଡ଼ାହେବାକୁ ଅସୁରକ୍ଷିତ ମଣିଲେଣି। 

Earthquake: ଭେନେଜୁଏଲାରେ ଯୁଗଳ ଭୂକମ୍ପ ପରେ ମୃତ୍ୟୁସଂଖ୍ୟା ବଢ଼ୁଛି

ରାଜ୍ୟରେ ୭୬୦ଟି ଆମ ବସ୍‌ ଚାଲୁଛି। ଯେଉଁଥିରୁ ୩୮୦ଟି ଇଲେକ୍ଟ୍ରିକ୍‌ ଓ ୩୮୦ଟି ଡିଜେଲ୍‌ଚାଳିତ। ଯେଉଁ ରୁଟ୍‌ରେ ଏହି ବସ୍‌ ସବୁ ଚାଲିଛି, ସେହି ରୁଟ୍‌ରେ ଏକାଧିକ ସ୍ଥାନରେ ବସ୍‌ଷ୍ଟପ୍‌ ରହିଛି। ରାଜ୍ୟ ସରକାର ଆଗକୁ ଆହୁରି ୪୦୦ ନୂଆ ଇଲେକ୍ଟ୍ରିକ୍‌ ବସ୍‌ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। ସେହି ଅନୁସାରେ ରୁଟ୍‌ ଓ ବସ୍‌ଷ୍ଟପ୍‌ ସଂଖ୍ୟା ବି ବଢ଼ାଇବାର ଲକ୍ଷ୍ୟ ରଖିଛନ୍ତି। ସବୁ ସହରାଞ୍ଚଳରେ ଏହି ସେବା ପହଞ୍ଚାଇବାର ବି ଯୋଜନା କରିଛନ୍ତି। ‌କିନ୍ତୁ ବସ୍‌ଷ୍ଟପ୍‌ର ଏଭଳି ସ୍ଥିତି ଦେଖି ଭବିଷ୍ୟତ ଯୋଜନା ନେଇ ଯାତ୍ରୀମାନେ ଆଶଙ୍କାରେ ରହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.