OPSC Prelim result ଓପିଏସ୍‌ସି ପ୍ରିଲିମିନାରି ପରୀକ୍ଷା ଫଳ ପ୍ରକାଶିତ

3 weeks ago 13
ARTICLE AD BOX

ଭୁବନେଶ୍ବର: ଓଡ଼ିଶା ଜନସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଅନୁଷ୍ଠିତ ଓସିଏସ୍‌ (ଓଡ଼ିଶା ସିଭିଲ୍‌ ସର୍ଭିସ୍‌)ର ପ୍ରାଥମିକ ପର୍ଯ୍ୟାୟ ପରୀକ୍ଷା (ପ୍ରିଲିମିନାରି)ର ଫଳ ପ୍ରକାଶିତ ହୋଇଛି। 

ଆଜି (ଶୁକ୍ରବାର) ଏନେଇ ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରୀକ୍ଷା ଚଳିତ ବର୍ଷ ଜୁନ୍‌ ୭ ତାରିଖରେ ଅନୁଷ୍ଠିତ ହୋଇଥିଲା। ୧୯୦୫ ଜଣ ମହିଳାଙ୍କ ସମେତ ୫୬୯୦ ଜଣ ଏହି ପ୍ରାଥମିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଏହାର ଲିଖିତ ପରୀକ୍ଷା ଚଳିତ ବର୍ଷ ଅକ୍ଟୋବରରେ କରାଯିବାକୁ ଓପିଏସ୍‌ଏସି ଯୋଜନା ରଖିଛି। ଏନେଇ ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ପାଇବ। 

ପ୍ରାଥମିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୫୬୯୦ଜଣ ପ୍ରାର୍ଥୀଙ୍କ ତାଲିକା ମଧ୍ୟରୁ ପ୍ରଥମ ଦୁଇ ପୃଷ୍ଠା ଏଠାରେ ପ୍ରତୀକାତ୍ମକ ଭାବେ ପ୍ରକାଶ କରାଯାଇଛି। ବଳକା ତାଲିକା ଓପିଏସ୍‌ସି ଡଟ୍‌ ଗଭ୍‌ ଡଟ୍‌ ଇନ୍‌ (http://opsc.gov.in) ରେ ଦେଖିପାରିବେ। 

OPSC prelim result1

OPSC prelim result2

Read Entire Article
LEFT SIDEBAR AD

Hidden in mobile, Best for skyscrapers.