Opposition Leader: ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ ଦଳ ନେତା

1 week ago 4
ARTICLE AD BOX

ଭୁବନେଶ୍ବର:  ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଛନ୍ତି। ପାଠ୍ୟ ପୁସ୍ତକରେ ତ୍ରୁଟି ଲାଗି ଗତ ୧୫ ଦିନ ହେବ ବିଜେଡି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଆସୁଥିବା ସେ କହିଛନ୍ତି।

ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରତ୍ୟାହାର ହେବ

ଏଣେ, ଗତ ସପ୍ତାହରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରତ୍ୟାହାର ହେବ ଏବଂ ଛାତ୍ରଛାତ୍ରୀଙ୍କୁ ନୂତନ ସଂଶୋଧିତ ପାଠ୍ୟପୁସ୍ତକ ଦିଆଯିବ। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଦିନକ ତଳେ ଗଣମାଧ୍ୟମରେ କହିଲେ ଏବର୍ଷ ତ୍ରୁଟିପୂର୍ଣ୍ଣ ବହିରେ ପାଠପଢ଼ା ହେବ। ବିଦ୍ୟାଳୟକୁ ସଂଶୋଧିତ ତଥ୍ୟ ପୁସ୍ତିକା ପ୍ରଦାନ କରାଯିବ ବୋଲି କହିଥିଲେ।

ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ତ୍ରୁଟିଶୂନ୍ୟ ନୂତନ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ। ବର୍ତ୍ତମାନ ପାଠ୍ୟପୁସ୍ତକରେ ଥିବା ତ୍ରୁଟିଗୁଡ଼ିକର ତର୍ଜମା ଚାଲିଛି। ଖୁବଶୀଘ୍ର ସଂଶୋଧିତ ବହି ବିଭାଗୀୟ ୱେବ୍‌ସାଇଟ୍/ଓସେପା ୱେବ୍‌ସାଇଟ୍‌ରେ ଶିକ୍ଷାବିତ୍‌ ତଥା ଜନସାଧାରଣଙ୍କ ମତାମତ ନିମନ୍ତେ ଦିଆଯିବ। ସମସ୍ତଙ୍କ ମତାମତକୁ ବିଚାର କରି ଛାତ୍ରଛାତ୍ରୀଙ୍କୁ ସଂଶୋଧିତ ବହି ପ୍ରଦାନ କରାଯିବ। ତେବେ ନୂତନ ପାଠ୍ୟପୁସ୍ତକ ଯୋଗାଣ ପର୍ଯ୍ୟନ୍ତ ସଂଶୋଧିତ ତଥ୍ୟ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଦିଆଯାଇ ପାଠପଢ଼ା ଚାଲୁ ରହିବ। ପାଠପୁସ୍ତକରେ କିଛି ଗୁରୁଚଣ୍ଡାଳ ଭୁଲ୍‌ ରହିଛି। ତାହାକୁ ଆମେ ସୁଧାରିବୁ ବୋଲି ଗଣଶିକ୍ଷା ସଚିବ ଏନ୍‌ ତିରୁମାଲା ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ।

Dharmendra Pradhan: ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ୱାଗତ: ଏନଡିଏ ସାଂସଦ ଦେଲେ ‘ଜିନ୍ଦାବାଦ’ ସ୍ଲୋଗାନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.