Operation Anwesan: ଅପରେସନ୍‌ ଅନ୍ବେଷଣରେ ୧୭ଟି ରାଜ୍ୟରୁ ଉଦ୍ଧାର ହେଲେ ୧୦୧ ଓଡ଼ିଆ ଶିଶୁ

1 week ago 6
ARTICLE AD BOX

ଭୁବନେଶ୍ୱର: ବାହାର ରାଜ୍ୟରେ ନିଖୋଜ, ଶିଶୁ ଶ୍ରମରେ ନିୟୋଜିତ କିମ୍ବା ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନରେ ଫସି ରହିଥିବା ଓଡ଼ିଆ ଶିଶୁଙ୍କୁ ଚିହ୍ନଟ, ଉଦ୍ଧାର ଓ ସୁରକ୍ଷିତ ଭାବେ ଓଡ଼ିଶା ଫେରାଇ ଆଣିବା ଉଦ୍ଦେଶ୍ୟରେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ‘ଅପରେସନ୍‌ ଅନ୍ୱେଷଣ’ରେ ବଡ଼ ସଫଳତା ମିଳିଛି। ରାଜ୍ୟ ସରକାରଙ୍କ  ମହିଳା ଓ ଶିଶୁ ବିକାଶ ବିଭାଗର ସହଯୋଗରେ ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮  ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିଥିଲା। ୧୭ଟି ରାଜ୍ୟରୁ ମୋଟ ୧୦୧ ଜଣ ଓଡ଼ିଆ ଶିଶୁଙ୍କୁ ଚିହ୍ନଟ କରି ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଶିଶୁଙ୍କ ମଧ୍ୟରେ ୫୪ ଜଣ ବାଳକ ଥିବାବେଳେ ୪୭ ଜଣ ବାଳିକା ରହିଛନ୍ତି।

Delhi police:ବଡ଼ ଧରଣର ଶିଶୁ ଚୋରାଚାଲାଣ ରୢାକେଟ୍‌ର ପର୍ଦ୍ଦାଫାସ କଲା ଦିଲ୍ଲୀ ପୁଲିସ , ୧୩ ଗିରଫ ୫ ଶିଶୁ ଉଦ୍ଧାର

ଆଜି (ଗୁରୁବାର) ଏକ ସାମ୍ବାଦିକ ସମ୍ମିଳନୀରେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଏସ୍‌ ସାଇନି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୂଚନାନୁସାରେ, ଓଡ଼ିଶା ପୋଲିସର ଡିଏସ୍‌ପି ପାହ୍ୟାର ଅଧିକାରୀ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ଲିଗାଲ୍ କମ୍ ପ୍ରୋବେସନ୍ ଅଫିସରମାନଙ୍କୁ ନେଇ ଗଠିତ ୧୭ଟି ଟିମ୍‌ ୧୭ଟି ରାଜ୍ୟ- ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଆସାମ, ବିହାର, ଝାଡ଼ଖଣ୍ଡ, ହରିୟାଣା, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ନୂଆଦିଲ୍ଲୀ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜରାଟ ଓ କେରଳରେ ଏହି ଅଭିଯାନ ଚାଲିଥିଲା।

Khordha: ଶିଶୁପୁତ୍ର ଚୋରି ମାମଲା ପର୍ଦ୍ଦାଫାଶ: ଚୋରି କରି ନାଟକ ରଚିଥିଲା ବାପା, ଶିଶୁ ଉଦ୍ଧାର, ବାପା ଓ ସାବତ ମା’ ଗିରଫ

ପଶ୍ଚିମବଙ୍ଗରୁ ସର୍ବାଧିକ ୩୦ ଜଣ ଶିଶୁ ଉଦ୍ଧାର କରାଯାଇଥିବାବେଳେ କର୍ଣ୍ଣାଟକରୁ ୧୧, ଝାଡ଼ଖଣ୍ଡରୁ ୧୦ ଓ ତାମିଲନାଡୁରୁ ୧୦ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। 
ବାଲେଶ୍ୱର ପୂର୍ବାଞ୍ଚଳ ରେଞ୍ଜ ଡିଆଇଜି ପିନାକ ମିଶ୍ରଙ୍କ ତତ୍ତ୍ୱାବଧାନରେ ଡିଏସ୍‌ପି ବାମଦେବ ନନ୍ଦଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗରୁ ୩୦ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ସେହିପରି ବ୍ରହ୍ମପୁର ଦକ୍ଷିଣାଞ୍ଚଳ ରେଞ୍ଜର ଡିଏସ୍‌ପି ପ୍ରଶାନ୍ତ କୁମାର ପାତ୍ରଙ୍କ ନେତୃତ୍ଵରେ କର୍ଣ୍ଣାଟକରୁ ୧୧ ଜଣ, ଉତ୍ତର କେନ୍ଦ୍ରାଞ୍ଚଳ ରେଞ୍ଜର ଡିଏସ୍‌ପି ଜ୍ୟୋତ୍ସ୍ନାରାଣୀ ବେହେରାଙ୍କ ନେତୃତ୍ଵରେ ଝାଡ଼ଖଣ୍ଡରୁ ୧୦ ଜଣ ଏବଂ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ରେଞ୍ଜର  ଡିଏସ୍‌ପି ଗିରିଜାନନ୍ଦନ ପଟ୍ଟନାୟକଙ୍କ ନେତୃତ୍ଵରେ ତାମିଲନାଡୁରୁ ୧୦ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। 

Odisha Police: ଓଡ଼ିଶା ପୁଲିସର ସଫଳତା: ଜାନୁଆରିରୁ ଜୁନ୍ ମଧ୍ୟରେ ୧୭,୫୯୦ ନିଖୋଜ ମହିଳା ଓ ଶିଶୁ ଉଦ୍ଧାର

ଏହି ଅଭିଯାନରେ ପୂର୍ବରୁ ଅପହରଣ ମାମଲାରେ ଏଫ୍‌ଆଇଆର୍‌ ରୁଜୁ ହୋଇଥିବା ୧୧ ଜଣ ନିଖୋଜ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଶିଶୁଙ୍କ ମଧ୍ୟରେ ୨ ଜଣ ପୁଅ ଓ ୯ ଜଣ ଝିଅ ରହିଛନ୍ତି । ସେହିପରି ବିଭିନ୍ନ ସ୍ଥାନରେ ଶିଶୁ ଶ୍ରମିକ ଭାବେ କାମ କରୁଥିବା ୭ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ଏମାନଙ୍କ ମଧ୍ୟରେ ୬ ଜଣ ପୁଅ ଓ ଜଣେ ଝିଅ ରହିଛନ୍ତି। ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନ (CCI)ରେ ରହୁଥିବା ୮୩ ଜଣ ଓଡ଼ିଆ ଶିଶୁଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରେ ୪୬ ଜଣ ପୁଅ ଓ ୩୭ ଜଣ ଝିଅ ଅଛନ୍ତି। CCIରୁ ଚିହ୍ନଟ ହୋଇଥିବା ୮୦ ଜଣ ଶିଶୁଙ୍କୁ ଓଡ଼ିଶା ଫେରାଇ ଅଣାଯାଇଥିବା ବେଳେ ଅନ୍ୟମାନଙ୍କୁ ମଧ୍ୟ ସୁରକ୍ଷିତ ଭାବେ ଫେରାଇ ଆଣିବା ପ୍ରକ୍ରିୟା ଜାରି ରହିଛି। ବାହାର ରାଜ୍ୟରେ ରହୁଥିବା ଜଣେ ନାବାଳିକା ସେଠାରେ ଏକ ଶିଶୁକୁ ଜନ୍ମ ଦେଇଥିବା ଜଣାପଡ଼ିଥିଲା। ଶିଶୁଟିର ବୟସ ପ୍ରାୟ ୩ ମାସ ହୋଇଥିବାବେଳେ ନାବାଳିକା ମା’ ଓ ଶିଶୁଙ୍କୁ ଏକାଠି ଓଡ଼ିଶା ଫେରାଇ ଆଣିବା ପାଇଁ ପଦକ୍ଷେପ ନିଆଯାଇଛି। ସେହିପରି ପ୍ରାୟ ୧ ବର୍ଷର ଜଣେ ଶିଶୁ ଏକ ଚାଇଲ୍ଡ କେୟାର୍‌ ହୋମ୍‌ରେ ରହୁଥିବା ଜଣାପଡ଼ିବା ପରେ ତାଙ୍କ ମା’ଙ୍କୁ ଚିହ୍ନଟ କରି ଶିଶୁଟିକୁ ମା’ଙ୍କ ସହ ଏକାଠି କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି ବୋଲି ଏସ୍‌ ସାଇନି କହିଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.