ARTICLE AD BOX
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୧୦୦ ଡଲାରକୁ ବୃଦ୍ଧି ପାଇଛି। ଫଳରେ ତୈଳ କମ୍ପାନିଗୁଡ଼ିକ ପେଟ୍ରୋଲ ଲିଟର ପିଛା ୫ ଟଙ୍କା ଓ ଡିଜେଲ ପିଛା ୨୩ ଟଙ୍କାର କ୍ଷତି ସହୁଥିବା କହିଛନ୍ତି। ଏଲ୍ପିଜି ସିଲିଣ୍ଡର ପିଛା ମଧ୍ୟ ୨୦୦ ଟଙ୍କା ହରାଉଛନ୍ତି।
Advertisment
ଶେଷ ଥର ଗତ ମେ ୨୫ରେ ପେଟ୍ରୋଲ ଦର ଲିଟରକୁ ୨ ଟଙ୍କା ୬୧ ପଇସା ଓ ଡିଜେଲ ୨ ଟଙ୍କା ୭୧ ପଇସା ବଢ଼ିଥିଲା। ତା’ପରଠାରୁ ତିନି ମାସ ହେଲାଣି ଦର ଅପରିବର୍ତ୍ତିତ ରହିଛି। ଗତ ଫେବ୍ରୁଆରିରେ ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବାର ଦୁଇ ମାସ ପ୍ରାୟ ଦୁଇ ମାସ ପରେ ଚାରି ଥରରେ ପେଟ୍ରୋଲ ଦର ଲିଟରକୁ ୭ ଟଙ୍କା ୩୫ ପଇସା ଓ ଡିଜେଲ ୭ ଟଙ୍କା ୫୩ ପଇସା ବଢ଼ିଥିଲା।
Share Market: ଅଶୋଧିତ ତୈଳ ଦରରେ ବୃଦ୍ଧି, ମଧ୍ୟପ୍ରାଚ୍ୟ ଉତ୍ତେଜନା ଜାରି

1 week ago
7


