OFSDS website launch: ପରିବେଶ ସୁରକ୍ଷା ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ନେଉଛି ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ

1 week ago 5
ARTICLE AD BOX

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଅରଣ୍ୟ ଭବନଠାରେ ବୁଧବାର ଦିନ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶା ବନାଞ୍ଚଳ ଉନ୍ନୟନ ସମିତିର (ଓଏଫଏସଡିଏସ) ନବୀକୃତ ୱେବସାଇଟର  www.ofsds.odisha.gov.in  ଲୋକାର୍ପଣ କରାଯାଇଛି। ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଲୋକାର୍ପଣ କରିଥିଲେ।

ମନ୍ତ୍ରୀ  କହିଛନ୍ତି, ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ (୨ୟ ପର୍ଯ୍ୟାୟ) ରାଜ୍ୟରେ ବନ ସଂରକ୍ଷଣ ସହ ସ୍ଥାନୀୟ ଲୋକଙ୍କ ସ୍ଥାୟୀ ଜୀବିକା ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛି। ଏହା ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପ ଦ୍ୱାରା ଲୋକଙ୍କ ଜୀବନ ଜୀବିକାରେ ବିଶେଷ ଉନ୍ନତି ଆସିପାରୁଛି। ଏହା ସହିତ ରାଜ୍ୟରେ ସବୁଜ ଆବରଣ ବୃଦ୍ଧି, ପରିବେଶ ସୁରକ୍ଷା ଏବଂ ସ୍ଥାୟୀ ବନ ପରିଚାଳନା ଦିଗରେ ଏହା ବେଶ୍‌ ଗୁରୁତ୍ୱ ବହନ କରୁଛି। 

ଏହି ଅବସରରେ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ୟ ପର୍ଯ୍ୟାୟର ୨୦୨୫-୨୬ ବର୍ଷର ବାର୍ଷିକ ରିପୋର୍ଟକୁ ଉନ୍ମୋଚନ କରାଯାଇଥିଲା। ଏହାସହ ଭାରତରେ ଜାଇକା ସହାୟତାପ୍ରାପ୍ତ ବନୀକରଣ ପ୍ରକଳ୍ପଗୁଡ଼ିକ ଉପରେ ଆୟୋଜିତ ୧୪ତମ ଜାତୀୟ କର୍ମଶାଳା ଉପରେ ପ୍ରସ୍ତୁତ ସ୍ୱତନ୍ତ୍ର ସ୍ମରଣିକାର ଲୋକାର୍ପଣ କରାଯାଇଥିଲା।

ଗତ ୩ ବର୍ଷରେ ଯାଇଛି ୨୩୩ ଦାଦନଙ୍କ ଜୀବନ: ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ

ସେହିପରି ଜଙ୍ଗଲ ଜମିର ଅନୁଧ୍ୟାନ, ସୁରକ୍ଷା ଓ ପରିଚାଳନାକୁ ଅଧିକ ସୁଗମ କରିବା ପାଇଁ ଅରଣ୍ୟ ଭବନଠାରେ ସ୍ଥାପିତ ‘ଏକୀକୃତ ବନ ନିରୀକ୍ଷଣ ଏବଂ କମାଣ୍ଡ ସେଣ୍ଟର’କୁ ମାନ୍ୟବର ମନ୍ତ୍ରୀ ଉଦଘାଟନ କରିଥିଲେ। ଏହି ଅତ୍ୟାଧୁନିକ କେନ୍ଦ୍ର ମାଧ୍ୟମରେ ରିଅଲ୍-ଟାଇମ୍ ତଥ୍ୟ ଆଧାରିତ ନିରୀକ୍ଷଣ, ତ୍ୱରିତ ନିଷ୍ପତ୍ତି ଗ୍ରହଣ ଏବଂ ବନ ପରିଚାଳନାରେ ବହୁଳ ମାତ୍ରାରେ ସହାୟତା ମିଳିବ। ଏହାଛଡ଼ା ଅବକ୍ଷୟ ହୋଇଥିବା ଜଙ୍ଗଲଜମିରେ କ୍ଷତିପୂରକ ବନୀକରଣ ପାଇଁ ଲ୍ୟାଣ୍ଡବ୍ୟାଙ୍କ, ଓଡ଼ିଶା ବନ ପରିଚାଳନା ପ୍ରଣାଳୀ ୨.୦ ଏବଂ ଏକୀକୃତ ବନ ନିରୀକ୍ଷଣ ଓ କମାଣ୍ଡ ସେଣ୍ଟରର ୱେବ୍ ଆପ୍ଲିକେସନ୍‌ଗୁଡ଼ିକର ମଧ୍ୟ ଶୁଭାରମ୍ଭ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଡକ୍ଟର କେ. ମୁରୁଗେଶନ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (କେନ୍ଦୁପତ୍ର) ଉମା ନନ୍ଦୁରୀ, ଅତିରିକ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ନୋଡାଲ୍), ତଥା ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ୟ ପର୍ଯ୍ୟାୟର ପ୍ରକଳ୍ପ ନିର୍ଦ୍ଦେଶକ ଜି. ରାଜେଶ, ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଉପ ମହାନିରୀକ୍ଷକ (ବନ) ଶ୍ରୀ ଆନନ୍ଦ କୁମାର ପ୍ରଭାକର, କାମ୍ପା ଓଡ଼ିଶାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଟି. ଅଶୋକ କୁମାର, ଜିଆଇଏସ ଓ ସୂଚନା ପ୍ରଯୁକ୍ତି ବିଦ୍ୟାର ବନ ସଂରକ୍ଷକ ଭି. କାର୍ତ୍ତିକ, ସ୍ୱତନ୍ତ୍ର ଶାସନ ସଚିବ ସ୍ୱୟଂ ମଲ୍ଲିକ, ପରିବେଶ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ କେ. ଏସ୍. ପ୍ରଦୀପ ଏବଂ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ୟ ପର୍ଯ୍ୟାୟର ଯୁଗ୍ମ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ରିଙ୍କୁ କୁମାରୀଙ୍କ ସହିତ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.