ODRAF: ଓଡ୍ରାଫ୍ ହେବ ଏସ୍‌ଡିଆର୍‌ଏଫ୍‌: ଖୁବ୍‌ ଶୀଘ୍ର ୧୦ଟି ନୂଆ ୟୁନିଟ ଖୋଲିବ

56 minutes ago 1
ARTICLE AD BOX

ଭୁବନେଶ୍ୱର: ଓଡ୍ରାଫକୁ ରାଜ୍ୟର ‘ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ’ (ଏସ୍‌ଡିଆର୍‌ଏଫ୍‌) ଭାବେ ଉନ୍ନୀତ କରାଯିବ। ଏହାକୁ ବିପର୍ଯ୍ୟୟ ମୁକାବିଲା ପାଇଁ ଏକ ସମ୍ପୂର୍ଣ୍ଣ ସମର୍ପିତ ବାହିନୀରେ ପରିଣତ କରିବା ଦିଗରେ ପର୍ଯ୍ୟାୟକ୍ରମେ ପଦକ୍ଷେପ ଗ୍ରହଣ କରାଯିବ। ସେହିପରି ଓଡ୍ରାଫ୍‌ ପାଇଁ ସ୍ୱତନ୍ତ୍ର ବାଟାଲିଅନ୍ ଗଠନ ସହିତ ଏହାର ନେତୃତ୍ୱ ଓ ପରିଚାଳନା ପାଇଁ ଜଣେ ସ୍ବତନ୍ତ୍ର ଅଧିକାରୀ ନିଯୁକ୍ତ ହେବେ। ଅର୍ଥାତ୍ ଏଣିକି ଓଡ୍ରାଫ୍ କେବଳ ରାଜ୍ୟର ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ‌ରେ ଅନ୍ୟତ୍ର କେବଳ ବିପର୍ଯ୍ୟୟ ମୁକାବିଲା ଦିଗରେ କାର୍ଯ୍ୟ କରିବ। 

Elephant: ଘର ଭାଙ୍ଗିଲା, ଫସଲ ନଷ୍ଟ କଲା ଦନ୍ତା; ଭୟଭୀତ ଅଞ୍ଚଳବାସୀ

ଆଜି ଲୋକସେବା ଭବନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଏବଂ ଭିତ୍ତିଭୂମି ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଓଡ୍ରାଫ୍‌କୁ ସୁଦୃଢ଼ କରିବା ପାଇଁ ଏହି ନିଷ୍ପତ୍ତି ହୋଇଛି। ଖୁବ୍‌ଶୀଘ୍ର ଏନେଇ ଆଉ ଏକ ବୈଠକ ବସି ଏହାର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହେବ। ବିପର୍ଯ୍ୟୟ ପରିଚାଳନା (ସଂଶୋଧନ) ଆଇନ, ୨୦୨୫ ଅଧୀନରେ ପ୍ରତ୍ୟେକ ରାଜ୍ୟରେ ‘ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ’ ସ୍ଥାପନ ସହ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ବ୍ୟାପକ କରିବା ନିମନ୍ତେ ଅଧ୍ୟାଦେଶ ରହିଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ତରଫରୁ ପ୍ରତ୍ୟେକ ରାଜ୍ୟରେ ଏସ୍‌ଡିଆର୍‌ଏଫ୍‌ ଗଠନ ସହ ଏହାର କାର୍ଯ୍ୟପ୍ରଣାଳୀ, ତାଲିମ୍ ପ୍ରକ୍ରିୟା, ପରିଚାଳନା ସମ୍ପର୍କିତ ବିସ୍ତୃତ ରୂପରେଖ ମଧ୍ୟ ଗୃହୀତ ହୋଇଛି। ଏହି କ୍ରମରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କର ପରିଚାଳନା କମିଟିର ବୈଠକରେ ଓଡ୍ରାଫକୁ ରାଜ୍ୟର ଏସ୍‌ଡିଆର୍‌ଏଫ୍ ଭାବେ ଉନ୍ନୀତ କରିବା ନିମନ୍ତେ ଆଲୋଚନା ହୋଇଛି। 

କେବଳ ବିପର୍ଯ୍ୟୟ ପରିଚାଳନାରେ ନିୟୋଜିତ ହେବ
ଖୁବ୍‌ ଶୀଘ୍ର ୧୦ଟି ନୂଆ ୟୁନିଟ ଖୋଲିବ

Horoscope 2026 August 05: ଜାଣନ୍ତୁ ଆଜିର ରାଶିଫଳ...

ବୈଠକ ପରେ ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ଆଗାମୀ ଦିନରେ ନିର୍ମିତ ହେବାକୁ ଥିବା ବିପର୍ଯ୍ୟୟ ପରିଚାଳନା ଭବନରେ ଏସ୍‌ଡିଆର୍‌ଏଫ୍‌ର ମୁଖ୍ୟାଳୟ ରହିବ। ନୂତନ ୧୦ଟି ୟୁନିଟ୍ ସହ ସମୁଦାୟ ୩୦ଟି ୟୁନିଟ୍ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନିୟୋଜିତ ହେବେ। ସେହିପରି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓଏସ୍‌ଡିଏମ୍‌ଏ) ପୁଲିସ ବିଭାଗର ପରାମର୍ଶ ତଥା ସହଯୋଗ କ୍ରମେ ଓଡ୍ରାଫ୍‌ର କାର୍ଯ୍ୟ, ପ୍ରଶିକ୍ଷଣ, ଆବଶ୍ୟକ ଭିତ୍ତିଭୂମି, ସରଞ୍ଜାମ ଏବଂ ନିଯୁକ୍ତି ତଥା ମାନବସମ୍ବଳ ପରିଚାଳନାକୁ ଆଧାର କରି ଏକ ସମ୍ପୂର୍ଣ୍ଣ ଏସ୍‌ଓପି ପ୍ରସ୍ତୁତ କରାଯିବ। ବୈଠକରେ ଓଏସ୍‌ଡମାର ପରିଚାଳନା ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ୍, ପରାମର୍ଶଦାତା କମଳ ଲୋଚନ ମିଶ୍ର, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ସୁସ୍ମିତା ବେହେରା, ଅର୍ଥନୈତିକ ପରାମର୍ଶଦାତା ସିଦ୍ଧାର୍ଥ ଶଙ୍କର ଆଚାର୍ଯ୍ୟ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.