Odisha: କେରଳରେ ଆୟୋଜିତ ଉଇକି କନ୍‌ଫରେନ୍ସ ଇଣ୍ଡିଆରେ ଓଡ଼ିଆ ଉଇକିଆଳିଙ୍କ ଯୋଗଦାନ

1 week ago 8
ARTICLE AD BOX

ଭୁବନେଶ୍ୱର: ଦକ୍ଷିଣ ଏସିଆର ଉଇକିମିଡ଼ିଆ ସମୁଦାୟ ପାଇଁ ଆୟୋଜିତ ଉଇକି କନ୍‌ଫରେନ୍ସ ଇଣ୍ଡିଆର ୪ର୍ଥ ସଂସ୍କରଣ ଗତ ସେପ୍ଟେମ୍ବର ୪ ତାରିଖରୁ ୬ ତାରିଖ ଯାଏଁ କେରଳର କୋଚିଠାରେ ଆୟୋଜିତ ହୋଇଥିଲା, ଯେଉଁଥିରୁ ଓଡ଼ିଶାର ୮ ଜଣ ଉଇକିଆଳି (ଉଇକିପିଡ଼ିଆ ତଥା ଉଇକିମିଡ଼ିଆରେ କାମ କରୁଥିବା ସ୍ୱେଚ୍ଛାସେବୀ) ଯୋଗ ଦେଇଥିଲେ । “Reimagining the Knowledge Commons” ବା “ଜ୍ଞାନର ସାଧାରଣ ଭଣ୍ଡାରକୁ ନୂଆ ଭାବେ ଚିନ୍ତା କରିବା” ଶୀର୍ଷକକୁ ମୁଖ୍ୟ ବିଷୟ ଭାବରେ ଗ୍ରହଣ କରି ଆୟୋଜନ କରାଯାଇଥିବା ଏହି ସମ୍ମିଳନୀରେ, ୨୨୦ରୁ ଉର୍ଦ୍ଧ୍ୱ ଭାରତୀୟ, ନେପାଳୀ, ବାଂଲାଦେଶୀ, ଭୁଟାନୀ ଓ ଶ୍ରୀଲଙ୍କୀୟ ଉଇକିମିଡ଼ିଆ ସ୍ୱେଚ୍ଛାସେବୀ, ଗବେଷକ, ଶିକ୍ଷାବିତ୍, ପ୍ରଯୁକ୍ତିବିଦ୍ୟାବିତ୍ ଓ ମୁକ୍ତ ଜ୍ଞାନର ସମର୍ଥକ ଯୋଗ ଦେଇଥିଲେ ।

ଉଇକିଆଳି ସମ୍ମିଳନୀରେ ଯୋଗ ଦେଇଥିଲେ ଓଡ଼ିଶାର ୮ ଜଣ

ଆଜିର ସମୟରେ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଦ୍ରୁତ ବିକାଶ ଏଥରର ସମ୍ମିଳନୀର ଏକ ପ୍ରମୁଖ ଆଲୋଚନାର ବିଷୟ ଥିଲା । ଏଆଇ ଓ ଲାର୍ଜ ଲାଙ୍ଗୁଏଜ୍ ମଡେଲ୍ ମାନବ ସୃଷ୍ଟ ଏବଂ ବହୁଭାଷୀ ଜ୍ଞାନରୁ ଶିଖୁଥିବା ସମୟରେ ଉଇକିମିଡ଼ିଆ ପ୍ରକଳ୍ପଗୁଡ଼ିକରେ ସ୍ୱେଚ୍ଛାସେବୀମାନଙ୍କ ଅବଦାନ ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି, କାରଣ ଉଇକିପିଡ଼ିଆ ଭରସାଯୋଗ୍ୟ ଆଧାର ସହିତ ମୁକ୍ତ ଭାବରେ ଜ୍ଞାନ ପ୍ରଦାନ କରୁଥିବା ଏକମାତ୍ର ଜ୍ଞାନକୋଷ ବା ଏନ୍‌ସାଇକ୍ଲୋପିଡ଼ିଆ ଭାବରେ ୩୦୦ରୁ ଅଧିକ ଭାଷାରେ ଉପଲବ୍ଧ ।

WhatsApp Image 2026-09-09 at 12.20.09 PM (1)

୧୫ ଜାନୁଆରୀ ୨୦୦୧ରେ ଆରମ୍ଭ ହୋଇଥିବା ଉଇକିପିଡ଼ିଆକୁ ୨୫ ବର୍ଷ ପୂରଣ ହୋଇଥିବାବେଳେ ୩ ଜୁନ ୨୦୦୨ରେ ପ୍ରଥମ ଦକ୍ଷିଣ-ଏସୀୟ ଭାଷା ଭାବରେ ଓଡ଼ିଆ ଉଇକିପିଡ଼ିଆର ଆରମ୍ଭ ହୋଇଥିଲା । ଏହି ୨୪ ବର୍ଷ ମଧ୍ୟରେ ଓଡ଼ିଆ ଉଇକିପିଡ଼ିଆରେ ୨୧,୦୦୦ରୁ ଅଧିକ ତଥ୍ୟପୂର୍ଣ୍ଣ ପ୍ରସଙ୍ଗମାନ ଉପଲବ୍ଧ ଅଛି, ଯାହାକି ଅନ୍‌ଲାଇନ୍‌ରେ ଓଡ଼ିଆ ଭାଷାର ଏକ ବୃହତ୍ ସଂଗ୍ରହାଳୟ ଅଟେ ।

୩ ଦିନ ଧରି ଆୟୋଜିତ ଏହି ସମ୍ମିଳନୀରେ, ଓଡ଼ିଆ ଉଇକିପିଡ଼ିଆର ଶୁଭାଶିଷ ପାଣିଗ୍ରାହୀ, ଜ୍ଞାନ ରଞ୍ଜନ ସାହୁ, ଅଲିଭା ସାହୁ, ସଂଗ୍ରାମ କେଶରୀ ସେନାପତି ଏବଂ ଓଡ଼ିଆ ଉଇକିଆଳି ତଥା ଅଧୁନା ଉଇକିମିଡିଆ ଫାଉଣ୍ଡେସନ୍‌ରେ କାର୍ଯ୍ୟରତ ଶୈଳେଶ ପଟ୍ଟନାୟକ ଯୋଗ ଦେଇଥିଲେ । ସେହିପରି ସାନ୍ତାଳୀ ଉଇପିଡ଼ିଆର ରାମଜିତ ଟୁଡୁଙ୍କ ଟୁଡୁ ଏବଂ ଉର୍ଦ୍ଦୁ ତଥା ଇଂରାଜୀ ଉଇକିପିଡ଼ିଆରେ ସମ୍ପାଦନା କରୁଥିବା ରାହୁଲ ଅମିନ୍ ମଧ୍ୟ ଅଂଶଗ୍ରହଣକାରୀ ଭାବରେ ଯୋଗ ଦେଇଥିଲେ । ଓଡ଼ିଆ ଉଇକିମିଡିଆନ୍ସ ଇଉଜର ଗ୍ରୁପ୍‌ର ଅନ୍ୟତମ ସଦସ୍ୟା ଚିନ୍ମୟୀ ମିଶ୍ର କେରଳର ଉଇକିଆଳିମାନଙ୍କ ସହ ମିଶି ଏହି ସମ୍ମିଳନୀର ଆୟୋଜନ ଭାର ଗ୍ରହଣ କରିଥିଲେ ।

WhatsApp Image 2026-09-09 at 12.20.08 PM

ସମ୍ମିଳନୀର ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଶୁଭାଶିଷ ପାଣିଗ୍ରାହୀ ଓ ରାମଜିତ ଟୁଡୁ ଓପନ୍ ସ୍ପିକ୍ ପ୍ରକଳ୍ପ ଜରିଆରେ କରାଯାଇଥିବା ବିଭିନ୍ନ ଅଡ଼ିଓ ଓ ଭିଡ଼ିଓ ଡକ୍ୟୁମେଣ୍ଟେସନ୍ ବାବଦରେ ଏକ ଅଧଘଣ୍ଟିଆ ଆଲୋଚନା କରିବା ସହିତ ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ଏକ କର୍ମଶାଳାର ଆୟୋଜନ କରିଥିଲେ । ସେହିପରି ଜ୍ଞାନ ରଞ୍ଜନ ସାହୁ ଉଇକିମିଡିଆ ସମୁଦାୟର ବିଭିନ୍ନ ବୈଷୟିକ ଅସୁବିଧା ଉପରେ ଆଲୋକପାତ କରିବା ସହିତ ଆବଶ୍ୟକୀୟ ବୈଷୟିକ ସହାୟତା ପ୍ରଦାନ କରିଥିଲେ । ସଂଗ୍ରାମ କେଶରୀ ସେନାପତି #୧୦୦ଉଇକିଡେଜ୍ ବାବଦରେ ଏକ କ୍ଷୁଦ୍ର ଉପସ୍ଥାପନା କରିବା ସହିତ ଉଇକିପିଡ଼ିଆ ଏସିଆ ମାସ ଉପରେ ଆୟୋଜିତ ଆଲୋଚନାଚକ୍ରରେ ଅନ୍ୟତମ ଅଂଶଗ୍ରହଣକାରୀ ଥିଲେ ।

ମୌଲାନା ମାସୁଦ ଭାରତର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.