Odisha-UAE Business ଆବୁଧାବିରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ସେପ୍ଟେମ୍ବର ୯ରୁ ୟୁଏଇ ନିବେଶକଙ୍କ ସହ ଉଚ୍ଚସ୍ତରୀୟ ଆଲୋଚନା

1 week ago 5
ARTICLE AD BOX

ଆବୁଧାବି/ଭୁବନେଶ୍ବର:  ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୫ଦିନିଆ ଗସ୍ତର ଆଜି (ମଙ୍ଗଳବାର) ପ୍ରଥମ ଦିନରେ ଆବୁଧାବିରେ ପହଞ୍ଚିଛନ୍ତି। 

abudhabi- UAE CM

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଗଠିତ ଏହି ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଶିଳ୍ପ ବିଭାଗ ଓ ଇପିକଲର ବରିଷ୍ଠ ଅଧିକାରୀମାନେ ସାମିଲ ଅଛନ୍ତି। ଆବୁଧାବିରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ୟୁଏଇରେ ଥିବା ଅଧିକାରୀ ଏବଂ ପ୍ରତିନିଧିମାନେ ଏହି ଉଚ୍ଚସ୍ତରୀୟ ପ୍ରତିନିଧି ଦଳକୁ ସ୍ବାଗତ କରିଥିଲେ। ୟୁଏଇରେ ଥିବା ଭାରତୀୟ ଦୂତାବାସର ପ୍ରତିନିଧିମାନେ ମଧ୍ୟ ପ୍ରତିନିଧି ଦଳକୁ ସ୍ୱାଗତ ଜଣାଇଥିଲେ। ସେଠାରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଆବୁଧାବି ଗସ୍ତ ସମୟରେ ହେବାକୁ ଥିବା ଗୁରୁତ୍ବପୂର୍ଣ୍ଣ ବ୍ୟବସାୟିକ ଏବଂ ନିବେଶକ ଆଲୋଚନାର ପ୍ରସ୍ତୁତି ନେଇ ସମୀକ୍ଷା କରିଥିଲେ। ଏହି ଆବୁଧାବି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶା ପ୍ରତିନିଧି ମଣ୍ଡଳୀ ୟୁଏଇର ପ୍ରମୁଖ ଅନୁଷ୍ଠାନ, ନିବେଶକ ଏବଂ ବ୍ୟବସାୟିକ ଗୋଷ୍ଠୀଙ୍କ ସହ ସିଧାସଳଖ ଆଲୋଚନା କରିବେ। 

abudhabi- UAE CM1

ଆଜି ପ୍ରଥମ ଦିନରେ, ମୁଖ୍ୟମନ୍ତ୍ରୀ ୟୁଏଇରେ  ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଭେଟି ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ସହ ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ଆର୍ଥିକ ଏବଂ ଜନସାଧାରଣଙ୍କ ସ୍ତରରେ ସମ୍ପର୍କକୁ ଆହୁରି ମଜବୁତ କରିବାର ସୁଯୋଗଗୁଡ଼ିକୁ ନେଇ ବିସ୍ତୃତ ଆଲୋଚନା କରିଥିଲେ। 

abudhabi- UAE CM3

ଆଗାମୀ ନିବେଶକ ଆଲୋଚନା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଜ ବକ୍ତବ୍ୟରେ କହିଛନ୍ତି, ଓଡ଼ିଶା ଶିଳ୍ପ ବିକାଶର ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରିଛି, ଏବଂ ୟୁଏଇ ସହ ଆମର ଆଲୋଚନା ଏହି ଯାତ୍ରାର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ଆମେ ଏଠାକୁ କେବଳ ନିବେଶ ଆମନ୍ତ୍ରଣ କରିବାକୁ ଆସିନାହୁଁ, ବରଂ ବିଶ୍ବାସ, ପ୍ରଯୁକ୍ତିବିଦ୍ୟା, ମୂଲ୍ୟ ବୃଦ୍ଧି ଏବଂ ରୋଜଗାର ଉପରେ ଆଧାରିତ ଦୀର୍ଘକାଳୀନ ଭାଗିଦାରୀ ଗଢ଼ିବାକୁ ଆସିଛୁ। ୟୁଏଇ  ଏକ ଗୁରୁତ୍ବପୂର୍ଣ୍ଣ ବିଶ୍ବସ୍ତରୀୟ ଆର୍ଥିକ ଭାଗିଦାର, ଏବଂ ନିର୍ଦ୍ଦିଷ୍ଟ ନିବେଶ ଓ ଶିଳ୍ପ ସୁଯୋଗ ମାଧ୍ୟମରେ ଓଡ଼ିଶା-ୟୁଏଇ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଆମେ ଆଶାବାଦୀ।

ସେପ୍ଟେମ୍ବର ୯ରେ ଉଚ୍ଚସ୍ତରୀୟ ବ୍ୟବସାୟିକ ଆଲୋଚନା : 

ଓଡ଼ିଶାର ୟୁଏଇ ନିବେଶ ଅଭିଯାନ ଆସନ୍ତାକାଲି ଆବୁଧାବିରେ ଆରମ୍ଭ ହେବ। ଏହି ଅବସରରେ ୟୁଏଇ ର ବିଭିନ୍ନ ଅନୁଷ୍ଠାନ, ନିବେଶକ ଏବଂ ବ୍ୟବସାୟିକ ନେତାମାନଙ୍କ ସହ ଅନେକ ଗୁରୁତ୍ବପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକ ଓ ଆଲୋଚନା ଅନୁଷ୍ଠିତ ହେବ।

Odisha CM to Visit UAE ପାଞ୍ଚ ଦିନିଆ କାର୍ଯ୍ୟକ୍ରମରେ ୟୁଏଇ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ସେପ୍ଟେମ୍ବର ୯ର କାର୍ଯ୍ୟକ୍ରମରେ ଇଣ୍ଟରନ୍ୟାସନାଲ ହୋଲ୍ଡିଂ କମ୍ପାନୀ ( ଆଇଏଚସି ) ଏବଂ ଏହାର ବିଭିନ୍ନ ବ୍ୟବସାୟିକ ଶାଖା, ଇଣ୍ଡିଆନ୍ ବିଜନେସ୍ ଆଣ୍ଡ ପ୍ରୋଫେସନାଲ୍ ଗ୍ରୁପ୍ ( ଆଇବିପିଜି),  ୟୁଏଇ ର ନିବେଶ ମନ୍ତ୍ରୀ ଓ ବରିଷ୍ଠ ନିବେଶକମାନଙ୍କ ସହ ଆଲୋଚନା ସାମିଲ ରହିଛି। ଏହାପରେ ପେଟ୍ରୋକେମିକାଲ୍ସ ଏବଂ କେମିକାଲ୍ସ କ୍ଷେତ୍ର ଉପରେ ଆଧାରିତ ଆଲୋଚନା ଅନୁଷ୍ଠିତ ହେବ। ଏହି ବୈଠକଗୁଡ଼ିକ ନିର୍ଦ୍ଦିଷ୍ଟ ନିବେଶ ସୁଯୋଗ, ଶିଳ୍ପ ଭାଗିଦାରୀ, ପ୍ରଯୁକ୍ତିବିଦ୍ୟା ସହଯୋଗ ଏବଂ ଓଡ଼ିଶା-ୟୁଏଇ  ଆର୍ଥିକ ସମ୍ପର୍କକୁ ଅଧିକ ମଜବୁତ କରିବାର ମାର୍ଗ ସମ୍ପର୍କରେ ଆଲୋଚନା ପାଇଁ ମଞ୍ଚ ପ୍ରଦାନ କରିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.