ARTICLE AD BOX
କଟକ (ଆଲୋକ ମହାନ୍ତି): ଗତ ୫ ବର୍ଷ ମଧ୍ୟରେ କଟକ ଓ ଭୁବନେଶ୍ବର ଅଗ୍ନିଶମ ସର୍କଲ୍ରେ ନଦୀ ଓ ଜଳାଶୟରେ ଡେଇଁ ଜୀବନ ହାରିବା ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଅଗ୍ନିଶମ ବିଭାଗର ପରିସଂଖ୍ୟାନରୁ ମିଳିଥିବା ତଥ୍ୟାନୁସାରେ, କଟକ ଅଗ୍ନିଶମ ବିଭାଗ ଅଧୀନରେ ୯ଜଣ ଜଳାଶୟରେ ଡେଇଁ ଆତ୍ମହତ୍ୟା କରିଥିବା ବେଳେ ୩ଜଣଙ୍କୁ ଉଦ୍ଧାର କରାଯାଇଛି।
Youth Goes Missing: ପୋଲ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ବିବାହିତ ଯୁବକ ନିଖୋଜ
ସେହିପରି ୨୦୨୧ରୁ ୨୦୨୬ ମଧ୍ୟରେ ଭୁବନେଶ୍ୱର ଅଗ୍ନିଶମ ସର୍କଲରେ ୫୧ ଜଣ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେମାନଙ୍କ ମଧ୍ୟରୁ ୪୬ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। କେନ୍ଦ୍ରାଞ୍ଚଳ ରେଞ୍ଜ, ଉତ୍ତରାଞ୍ଚଳ ରେଞ୍ଜ, ଏବଂ ଦକ୍ଷିଣାଞ୍ଚଳ ରେଞ୍ଜ ରେ ୨୦୨୧ ରୁ ୨୦୨୬ ମଧ୍ୟରେ ୧୫୧ରୁ ଅଧିକ ଲୋକ ନଦୀ , ନାଳ, ପୋଖରୀ ରେ ବୁଡି ଆତ୍ମହତ୍ୟା ଉଦ୍ୟମ କରିଥିଲେ, ସେମାନଙ୍କ ମଧ୍ୟରୁ କେବଳ ୩୫ଜଣଙ୍କୁ ଉଦ୍ଧାର କରାଯାଇପାରିଛି।
କେନ୍ଦ୍ରାଞ୍ଚଳ ରେଞ୍ଜ ର କଟକ ଏବଂ ଭୁବନେଶ୍ୱର ସର୍କଲ ରେ ନଦୀ, କେନାଲ ଗୁଡିକରେ ଆତ୍ମହତ୍ୟା ମାମଲା ଅଧିକ ରହିଛି।
Body of missing youth found: ମିଳିଲା ନିଖୋଜ ଯୁବକଙ୍କ ମୃତଦେହ: ସ୍କୁଟିରେ ଆସି ଟଙ୍କପାଣି ବ୍ରିଜ ଉପରୁ ଡେଇଁଥିଲେ
କ୍ରମଶଃ ବଢୁଥିବା ନଦୀରେ ବୁଡି ଆତ୍ମହତ୍ୟା ଘଟଣା ଅଗ୍ନିଶମ ବିଭାଗ ଓ ପୁଲିସ ପାଇଁ ଚିନ୍ତା ବଢ଼ାଇଛି। ବିଶେଷ କରି କଟକ ଯୋବ୍ରା, ପୁରୀଘାଟ, ମଙ୍ଗଳାବାଗ, ତାଳଦଣ୍ଡା କେନାଲ,, ଖାନନଗର, ସିସୋର ପଏଣ୍ଟ ଏହି ସବୁ ଅଞ୍ଚାଲରେ ନଦୀରେ ବୁଡି ଆତ୍ମହତ୍ୟ ମାମଲା ବଢିବାରେ ଲାଗିଛି। ଏହି ସ୍ଥାନଗୁଡ଼ିକୁ ବ୍ଲାକ୍ ସ୍ପଟ୍ ଭାବେ ଗ୍ରହଣ କରି ଆବଶ୍ୟକ ପଦକ୍ଷେପ ନେବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।
Auto driver: କୁଆଖାଇକୁ ଡେଇଁପଡ଼ିଲେ ଅଟୋଚାଳକ: ୨ ଦିନ ପୂର୍ବେ ସେଇଠି ଡେଇଁଥିଲେ ସ୍କୁଟିଆରୋହୀ
ମାନସିକ ବିଶେଷଜ୍ଞ ଙ୍କ ମତରେ କେତେବେଳ ପାରିବାରିକ , କେତେବେଳେ , ପ୍ରେମ ଓ ପ୍ରତାରଣା, ବିବାଦକୁ କେନ୍ଦ୍ର କରି ଆତ୍ମହତ୍ୟ ଘଟଣା ଅଧିକ ଦେଖବାକୁ ମିଳିଥାଏ। କ୍ରୋଧ, ଏବଂ ମାନସିକ ଅସ୍ଥିରତା ବଢିବାରେ ଲାଗିଛି। ଆତ୍ମହତ୍ୟା ସମସ୍ୟାର ସମାଧାନ ନୁହେଁ ବୋଲି ବିଶେଷଜ୍ଞ ମାନେ ପରାମର୍ଶ ଦେଇଛନ୍ତି।

8 hours ago
2


