Odisha State Cooperative Union AGM ରାଜ୍ୟ ସମବାୟ ୟୁନିଅନ୍‌ ସାଧାରଣ ସଭା: ୨୦ଟି ପ୍ରସ୍ତାବ ଉପରେ ମୋହର

1 week ago 8
ARTICLE AD BOX

ଭୁବନେଶ୍ୱର:  ଓଡ଼ିଶା ରାଜ୍ୟ ସମବାୟ ୟୁନିଅନ୍‌ର ୨୦୨୬-୨୭ ବର୍ଷର ୫୬ତମ ବାର୍ଷିକ ସାଧାରଣ ସଭା ଆଜି (ବୁଧବାର) ସମବାୟ ଭବନ ପରିସରରେ ଶେଷ ହୋଇଛି। ସାଧାରଣ ସଭାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭାବେ ମୋଟ ୨୦ଟି ପ୍ରସ୍ତାବ ଉପସ୍ଥାପିତ ହୋଇଥିଲା। ପ୍ରସ୍ତାବଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା ପରେ ସେଗୁଡ଼ିକ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା।

Odisha Cooperative: ସମବାୟ ଇତିହାସରେ ଯୋଡ଼ି ହେବ ନୂତନ ଅଧ୍ୟାୟ: “ସମ୍ବନ୍ଧ”ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ୟୁନିଅନ୍‌ର ସଭାପତି ପ୍ରଭାସିନୀ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଧାରଣ ସଭାରେ ପରିଚାଳନା ପରିଷଦର ସଦସ୍ୟ, ବିଭିନ୍ନ ସମବାୟ ଅନୁଷ୍ଠାନର ସଭାପତି ଓ ପ୍ରତିନିଧିଙ୍କ ସମେତ ସମବାୟ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। 

ସଭାରେ ୨୦୨୫-୨୬ ବର୍ଷର ଆୟ-ବ୍ୟୟ ଅଟକଳ ଏବଂ ୨୦୨୬-୨୭ ବର୍ଷ ପାଇଁ ଆୟ-ବ୍ୟୟ ଅଟକଳ ଉପସ୍ଥାପନ କରାଯାଇଥିଲା। ଏହା ଉପରେ ବିସ୍ତୃତ ଆଲୋଚନା ପରେ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା। ଏଥିସହିତ ୟୁନିଅନ୍‌ର ବାର୍ଷିକ ବିବରଣୀ ଉପସ୍ଥାପନ କରାଯାଇ ଗତବର୍ଷ ଓ ଚଳିତ ବର୍ଷର ବିଭିନ୍ନ କାର୍ଯ୍ୟକ୍ରମ ଓ କାର୍ଯ୍ୟଧାରା ସମ୍ପର୍କରେ ସଦସ୍ୟମାନଙ୍କୁ ଅବଗତ କରାଯାଇଥିଲା।

Cooperatives will gain strength: ସମବାୟ ସଂସ୍ଥାକୁ ବଳ ମିଳିବ

ୟୁନିଅନ୍‌ର ସମ୍ପାଦକ ସୁନୀତା ପତି ଶିକ୍ଷା ଓ ତାଲିମ କାର୍ଯ୍ୟକ୍ରମ, ସମବାୟ ସମ୍ପର୍କିତ ପ୍ରଚାର-ପ୍ରସାର, ବିଭିନ୍ନ କାର୍ଯ୍ୟକ୍ରମ ଓ ଭବିଷ୍ୟତ କାର୍ଯ୍ୟଯୋଜନା ସମ୍ପର୍କରେ ସଭାକୁ ଅବଗତ କରାଇଥିଲେ। ବୈଠକରେ ପରିଚାଳନା ପରିଷଦର ବରିଷ୍ଠ ସଦସ୍ୟ ରଞ୍ଜନ କୁମାର ଦାସ ରାଜ୍ୟ ସମବାୟ ୟୁନିଅନ୍‌ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଓ ଭବିଷ୍ୟତ କାର୍ଯ୍ୟଯୋଜନା ସମ୍ପର୍କରେ କହିଥିଲେ। 

ଏହି ସାଧାରଣ ସଭାରେ ଓଡ଼ିଶା ସମବାୟ ନିବନ୍ଧକଙ୍କ ପ୍ରତିନିଧି ଭାବେ ସ୍ୱାତିବାଳା ମହାପାତ୍ର, ମାର୍କଫେଡ୍ ସଭାପତି କବିତା ମଞ୍ଜରୀ ପରିଡ଼ା, ମହିଳା ନିଗମ ସଭାପତି ସ୍ୱାଧୀନବାଳା ଦାସ, ସେରିଫେଡ୍ ସଭାପତି ଭାଗୀରଥୀ ନନ୍ଦ, ଓପେଲଫେଡ୍ ସଭାପତି ଭୋଳେଶ୍ୱର ସ୍ୱାଇଁ, ଉତ୍କଳିକା ସଭାପତି ଦେବସ୍ମିତା ସାହୁ, ଟିଡିସିସି ସଭାପତି ଚାମେଲି ଓରାମ, ପୁରୀ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି କିଶୋର ଛୋଟରାୟ, ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ସୁବାସ ଚନ୍ଦ୍ର ପାଢ଼ୀଙ୍କ ସମେତ ବହୁ ସମବାୟ ନେତୃବୃନ୍ଦ, ପ୍ରତିନିଧି ଓ ଅଧିକାରୀ ଯୋଗଦେଇଥିଲେ। ରାଜ୍ୟ ସମବାୟ ୟୁନିଅନ୍‌ର ଉପସଭାପତି ବିରୋସେନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.