Odisha Startup Signs MoU with Japan ଓଡ଼ିଶାର ଷ୍ଟାର୍ଟଅପ୍‌ ଓ ଜାପାନ ଶିଳ୍ପସଂସ୍ଥା ମଧ୍ୟରେ ବୁଝାମଣାପତ୍ର

2 days ago 5
ARTICLE AD BOX

ଭୁବନେଶ୍ୱର:  ଓଡ଼ିଶା ଓ ଜାପାନ ମଧ୍ୟରେ ଷ୍ଟାର୍ଟଅପ୍, ଏମ୍ଏସ୍ଏମ୍ଇ ଓ ବ୍ୟବସାୟିକ ସହଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଜାପାନର ଟୋଟୋରି ପ୍ରିଫେକ୍ଚରର ଏକ ପ୍ରତିନିଧି ଦଳ ଆଜି ଭୁବନେଶ୍ୱର “ଓ-ହବ୍‌-ଷ୍ଟାର୍ଟଅପ୍ ଓଡ଼ିଶା” ପରିଦର୍ଶନ କରିଛନ୍ତି । ଏହି ଗସ୍ତ ଅବସରରେ ଓଡ଼ିଶାର ଷ୍ଟାର୍ଟଅପ୍ ସଂସ୍ଥା ସଷ୍ଟେନେବିଲିଟି ଲିଡର୍ସ ଓଡ଼ିଶା ପ୍ରାଇଭେଟ୍ ଲିମିଟେଡ୍ ଏବଂ ଜାପାନର ଟୋଟୋରିସ୍ଥିତ ବ୍ୟବସାୟିକ ସଂସ୍ଥା ୱାନଷ୍ଟ୍ରକ୍ସନ୍ ଇଙ୍କ୍ (ONESTRUCTION Inc.) ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା ।

Japan Masters: ଜାପାନ ମାଷ୍ଟର୍ସ: ପୂର୍ବତନ ବିଶ୍ବ ବିଜତାଙ୍କୁ ବିଦା କଲେ ଅର୍ଜୁନ-ହରିହରନ

ଚଳିତ ବର୍ଷ ଜୁଲାଇ ୩୦ ତାରିଖରେ ଟୋଟୋରି ପ୍ରତିନିଧି ଦଳର ଓଡ଼ିଶା ଗସ୍ତ ସମୟରେ ହୋଇଥିବା ପ୍ରାରମ୍ଭିକ ଆଲୋଚନା ଏବଂ ପରବର୍ତ୍ତୀ ଯୋଗାଯୋଗର ସଫଳ ପରିଣତି ସ୍ୱରୂପ ଏହି ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । 

Japan space mission: ମଙ୍ଗଳ ଗ୍ରହରୁ ପୃଥିବୀକୁ ମାଟି ଆଣିବା ପାଇଁ ଜାପାନର ଐତିହାସିକ ମିସନ ଆରମ୍ଭ

ଏହି କାର୍ଯ୍ୟକ୍ରମରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇ; ଉଦ୍ୟମିତାକୁ ପ୍ରୋତ୍ସାହନ ଏବଂ ଆନ୍ତର୍ଜାତିକ ସହଯୋଗ ମାଧ୍ୟମରେ ବ୍ୟବସାୟିକ ସୁଯୋଗର ସମ୍ପ୍ରସାରଣ ଉପରେ ଗୁରୁତ୍ୱାରୋପ କରିଥିଲେ । 

Japan space mission: ମଙ୍ଗଳ ଗ୍ରହରୁ ପୃଥିବୀକୁ ମାଟି ଆଣିବା ପାଇଁ ଜାପାନର ଐତିହାସିକ ମିସନ ଆରମ୍ଭ
ଅନ୍ୟମାନଙ୍କ ମଧ୍ୟରେ ଏମ୍‌ଏସ୍‌ଏମ୍‌ଇ ବିଭାଗର କମିଶନର-ତଥା-ଶାସନ ସଚିବ ରଶ୍ମିତା ପଣ୍ଡା, ଜାପାନର ପ୍ରତିନିଧି ଦଳରେ ଟୋଟୋରି ପ୍ରିଫେକ୍ଚରାଲ୍ ସରକାରଙ୍କ ବାଣିଜ୍ୟ, ଶିଳ୍ପ ଓ ଶ୍ରମ ବିଭାଗର ମହାନିର୍ଦ୍ଦେଶକ ତୋରୁ ସାସାକି, ସାନ୍-ଇନ୍ ଗୋଡୋ ବ୍ୟାଙ୍କର ନିର୍ଦ୍ଦେଶିକା ୟୋସିଓକା ଏବଂ ଟୋଟୋରି ପ୍ରିଫେକ୍ଚରାଲ୍ ଇଣ୍ଡଷ୍ଟ୍ରିଆଲ୍ ପ୍ରମୋସନ୍ ଅର୍ଗାନାଇଜେସନ୍‌ର ସଭାପତି କାଜୁହିକୋ ଇକେଦାଙ୍କ ସମେତ ଜାପାନର ବିଭିନ୍ନ କମ୍ପାନୀର ପ୍ରତିନିଧିମାନେ ସାମିଲ ହୋଇଥିଲେ।
ଷ୍ଟାର୍ଟଅପ୍ ଓଡ଼ିଶାର ମୁଖ୍ୟ ନିର୍ବାହୀ ଅଧିକାରୀ ସ୍ମୃତି ରଞ୍ଜନ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.